ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଖୁବ୍‌କମ୍‌ଦିନ ମଧ୍ୟରେ ସତ୍ୟସାରଥି ନିର୍ବାଚନ ମଣ୍ଡଳୀରେ ପହଞ୍ଚତ୍ ଟିକେଟ୍‌ ହାତେଇବା କଥାକୁ ପୁରୁଣା ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏନେଇ ମଙ୍ଗଳବାର ସନ୍ଧ୍ୟାରେ କଣିଆସ୍ଥିତ ଦଳ କାର୍ଯ୍ୟାଳୟରେ କେତେଜଣ ପୁରୁଣା ନେତା ଏକାଠି ହୋଇଥିଲେ। ବୁଧବାର ପୂର୍ବାହ୍ନ ୧୦ଟାରେ ପୁଣିଥରେ ବସି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତା’ପରେ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେମାନଙ୍କ ନିଷ୍ପତ୍ତି ଜଣାଇଦେବେ ବୋଲି କୁହାଯାଇଛି। ଏ ସମ୍ପର୍କରେ କେତେଜଣ ନେତା ନାମ ଗୋପନ ରଖି କହିଛନ୍ତି, ମହାନ୍ତି ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳ ଦେଖିବା ତ ଦୂରର କଥା ଜାଣି ମଧ୍ୟ ନ ଥିବେ। ସେ ଅନ୍ୟ ରାଜ୍ୟରେ ରହୁଥିଲେ। ହଠାତ୍‌ କିଛିଦିନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ଆବିର୍ଭାବ ହୋଇ ଟିକେଟ୍‌ ଲବିରେ ଥିଲେ। ଯେଉଁମାନେ ନିଷ୍ଠାର ସହ ଦୀର୍ଘ ଦିନ ଧରି ଭାଜପା ପାଇଁ କାର୍ଯ୍ୟ କରିଆସିଛନ୍ତି ସେମାନଙ୍କୁ ଗୌଣ କରି ଜଣେ ନବାଗତଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ଏନେଇ ପୁରୁଣା ନେତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଦଳ ନିଷ୍ପତ୍ତିର ପୁନର୍ବିଚାର କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆବଶ୍ୟକ ପଡ଼ିଲେ ସତ୍ୟସାରଥିଙ୍କ ପରିବର୍ତ୍ତେ ଦଳ ଯେ କୌଣସି ପୁରୁଣା ନେତାଙ୍କୁ ଟିକେଟ ଦେଲେ ସେମାନେ ସନ୍ତୁଷ୍ଟ ହେବେ। ନଚେତ ଆଉ କ’ଣ କରିହେବ ସେନେଇ ଆଲୋଚନା ପରେ ସ୍ଥିର କରାଯିବ।
ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଆଶାୟୀଙ୍କ ସଂଖ୍ୟା ବଢ଼ିଛି। ୧୯୭୧ରୁ ୨୦୦୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଖିଲେ ଜଣାଯାଏ, ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସର୍ବାଧିକ ୭ ଥର ବିଜୟୀ ହୋଇଥିଲେ। ଜନତା ଦଳ ଓ ଜେଏନ୍‌ପି ହାତକୁ ମାତ୍ର ଥରେ ଲେଖାଏଁ ଯାଇଥିଲା। ୨୦୦୯ ଓ ତା’ପରଠାରୁ ଏହି ଆସନ ବିଜେଡି ଅକ୍ତିଆରରେ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ସାରା ଦେଶରେ ପଦ୍ମ ହାଓ୍ବା ଥିଲା। ସେତେବେଳେ ବରିଷ୍ଠ ବିଜେଡି ନେତା ଡ. ଦାମୋଦର ରାଉତ ଦଳ ଛାଡି ଭାଜପାରେ ମିଶିବା ସହ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ଡ. ରାଉତ ତୃତୀୟ ସ୍ଥାନରେ ରହିଥିଲେ ସୁଦ୍ଧା ଭାଜପାର ଭୋଟ ପ୍ରତିଶତ ବଢ଼ିଥିଲା। ୨୦୦୯ରେ ଏହି ଦଳ ସପକ୍ଷରେ ମାତ୍ର ୩.୭୮% ଓ ୨୦୧୪ରେ ୨.୦୫% ଭୋଟ ଯାଇଥିବାବେଳେ ୨୦୧୯ରେ ୧୯.୫% ଅର୍ଥାତ୍‌ ୩୭,୬୧୧ ଖଣ୍ଡ ମିଳିଥିଲା। ସେବେଠାରୁ ସମୀକରଣ ବଦଳିବା ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଡ. ରାଉତ ଭାଜପା ଛାଡ଼ିଦେଇଥିଲେ ସୁଦ୍ଧା ଏହି ଦଳ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା, ଯାହା ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରତିଫଳନ ହୋଇଥିଲା। ଏହି ନିର୍ବାଚନରେ ଭାଜପା ସପକ୍ଷରେ ୪୨,୦୧୦ ଖଣ୍ଡ ଅର୍ଥାତ୍‌ ୨୦୧୯ ନିର୍ବାଚନ ତୁଳନାରେ ପାଖାପାଖି ୫ ହଜାର ଅଧିକ ଭୋଟ୍‌ ଯାଇଥିଲା। ତା’ପରଠାରୁ ଭାଜପା ସପକ୍ଷରେ ଜନମତ ବଢୁଥିବା ଏହି ଦଳ ପକ୍ଷରୁ ଯୁକ୍ତି କରାଯାଉଛି। ଯେଉଁ କାରଣରୁ ଆଶାୟୀ ସଂଖ୍ୟା ବଢି ଚାଲିଥିବା ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ତେବେ ଏହି ଭୋଟବ୍ୟାଙ୍କ ବଢ଼ିବା ପଛରେ ଦଳୀୟ ପୁରୁଣା ନେତାଙ୍କ ପ୍ରମୁଖ ଭୂମିକା ରହିଛି। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ପରିଚାଳନା ପାଇଁ ସଂଯୋଜକ ଦାୟିତ୍ୱରେ ଥିବା କ୍ଷୀରୋଦ ଚନ୍ଦ୍ର ପରିଡ଼ା, ଦଳର ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶିବବ୍ରତ ଦାସ, ଭାଜପା ସ୍ବତନ୍ତ୍ର ନିମନ୍ତ୍ରିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ପରିଡ଼ା, ଶଶାଙ୍କ ଶେଖର ସାହାଣୀ ଓ ଏରସମା ମଣ୍ଡଳ ପ୍ରଭାରୀ ନିରୁପମା ସ୍ବାଇଁଙ୍କ ଭଳି ପୁରୁଣା ନେତା ସେମାନଙ୍କ ମଧ୍ୟରେ ରହିଛନ୍ତି। ଏହି ନେତାମାନେ ଏଥର ପ୍ରାର୍ଥୀ ଦୌଡ଼ରେ ଥିଲେ। ସେମାନଙ୍କ ଭିତରୁ କାହାରିକୁ ପ୍ରାର୍ଥୀ କରାଯାଇ ନ ଥିବାରୁ ଅସନ୍ତୋଷ ତୀବ୍ର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri