ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

ଗୁଣପୁର,୨୩।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବଲୀଳା ରଚିଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ସେହିପରି ଏକାଧିକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଯିବାରୁ ଅପରାହ୍ନ ୩ ଟାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଖବର ଲେଖାଯିବା ସୁଦ୍ଧା ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରିନାହିଁ। ଅନେକ ଘରର ଚାଳ, ଟିଣ ଛପର ଉଡ଼ି ନଷ୍ଟ ହୋଇଛି। ଗୁଗୁରୁପାଙ୍ଗ ଠାରୁ ଗୁଣପୁର ଯାଏ ସବୁଠି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ସ୍ଥାନୀୟ ବାଇପାସ୍‌ ଛକ, ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବେଗରେ ଝଡ଼ ତୋଫାନ ଯୋଗୁ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତା ଉପରୁ ଗଛ କାଟି ସଫା କରିଥିଲେ। ଏହାପରେ ଯାତାୟାତ ସ୍ବାଭାବିକ ହୋଇଛି। ଗୁଣପୁର ୭ ନଂ ଓ୍ବାର୍ଡ ଗାନ୍ଧୀନଗର, ଆମ୍ବେଦକର ନଗରରେ ୨୦ଟି, ଗୁଲା ସାହିରେ ଗୋଟିଏ, କୁମ୍ଭାର ସାହିରେ ୨, ମୋତିଲାଲ ନଗରରେ ଗୋଟିଏ, ୯ ନଂ ଓ୍ବାର୍ଡରେ ୧୫ଟି ଘର ଭାଙ୍ଗିବା ସହ ଟିଣ ଛପର ଉଡ଼ିଯାଇଥିବା ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ସୂଚନା ଦେଇଛନ୍ତି। ସଫେଇ କାମରେ ନିୟୋଜିତ ଥିବା ୩ କର୍ମଚାରୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ଗୁଣପୁର ସହର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡିଯିବାରୁ ବିଦ୍ୟୁତ୍‌ ସେବାରେ ବ୍ୟାଘାତ ଘଟିଛି। ମରାମତି ଓ ସଫେଇ କାମ ଜାରି ରହିଛି। ଅନ୍ୟପକ୍ଷରେ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରବିବାର ହୋଇଥିବା ବର୍ଷା ଫଳରେ ସାମାନ୍ୟ ଆସ୍ବସ୍ତ ହୋଇଛନ୍ତି। ରାମନାଗଡ଼ା ବ୍ଲକର ଗୁଗୁରୁପାଙ୍ଗ ଗ୍ରାମରେ ମଧ୍ୟ ପବନ ବର୍ଷା ଯୋଗୁ ଅନେକ ଘର ଭାଙ୍ଗିଯିବା ସହ ଚାଳ ଛପର ଉଡ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…

ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ପୋଲିସ ବସ୍‌ର ବ୍ରେକ ଫେଲ୍‌: ଶତାଧିକ ଆନ୍ଦୋଳନକାରୀ…

ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍‌। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri