ସରକାରୀ ଜମିରୁ ଗଛକଟାକୁ ନେଇ ଉତ୍ତେଜନା

ବାହାନଗା, ୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଉଡୁଶାଳ ପଞ୍ଚାୟତ ଥାଲସଡା ଗ୍ରାମରେ ଥିବା ଏକ ସରକାରୀ ଜମିରେ ଗ୍ରାମବାସୀ ଲଗାଇଥିବା ଗଛକୁ ବେଆଇନ ଭାବେ କଟାଯାଇଥିବାରୁ ଉତ୍ତେଜନା ଦେଖାଦେଇଛି। ଏ ନେଇ ଆରଆଇଙ୍କ ନିକଟରେ ଅଭିଯୋଗ ହୋଇଛି।
ଥାଲସଡା ଗ୍ରାମର ଖାତା ନମ୍ବର ୩୪୪ର ପ୍ଲଟ ନମ୍ବର ୧୮୭୦, ୧୮୭୧, ୧୮୬୯ ଓ ୧୮୩୪ରେ ୧୯୮୬ ମସିହରେ ଗ୍ରାମବାସୀ ଗଛ ଲଗାଇଥିଲେ ା ତେବେ ସେହି ସ୍ଥାନରେ ଥିବା ଗଛଗୁଡିକ ମଧ୍ୟରୁ ୫ଟି ଗଛକୁ ଆରଆଇଙ୍କ ନିକଟରୁ ଅନୁମତି ନ ନେଇ ବେଆଇନ୍‌ ଭାବେ କାଟି ଦିଆଯାଇଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।