ବ୍ୟାସନଗରରେ ପ୍ରତିଷ୍ଠା ହେବ ୟୁପିଏଚ୍‌ସି

ଯାଜପୁର ଅଫିସ,୨୩ା୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରର ସର୍ବାଙ୍ଗୀନ ବିକାଶ ନେଇ ସରକାର ତପତ୍ରତା ଦେଖାଉଥିବା କହୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉନାହିଁ । ଏହାସହ ଖଣି ଏବଂ ଶିଳ୍ପସଂସ୍ଥା ପରିପୂର୍ଣ୍ଣ ଦାନଗଦି ଓ ସୁକିନ୍ଦା ବ୍ଲକ ଅଧିବାସୀ ପ୍ରଦୂଷଣ ଯନ୍ତାରେ ଶଢୁଥିବାବେଳେ ରୋଗଦୁଃଖ ଏମାନଙ୍କ ପାଇଁ ଚିର ସହଚର ହୋଇଛି । ଏପରିସ୍ଥଳେ ସରକାର ବ୍ୟାସନଗର ସହରରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା କରୁଥିବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି ।

ବ୍ୟାସନଗର ସହରରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ପ୍ରାୟ ୧ ଦଶନ୍ଧି ହେଲା ଦାବି ହୋଇ ଆସୁଛି। ହେଲେ ତାକୁ କାର୍ଯ୍ୟକାରୀ କରିବା ବଦଳରେ ଜିଲାର ଯାଜପୁର ଏବଂ ବ୍ୟାସନଗର ସହରରେ ୨ଟି ଅର୍ବାନ ପ୍ରାଇମେରୀ ହେଲ୍‌ଥ ସେଣ୍ଟର(ୟୁପିଏଚ୍‌ସି) ପାଇଁ ଅନୁମତି ମିଳିଛି। ମଙ୍ଗଳବାର ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ୟୁପିଏଚ୍‌ସି ପ୍ରତିଷ୍ଠା କରିବାକୁ ୨୦୧୮ରୁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ତାହା ଶୀତଳ ଭଣ୍ଡାରରେ ପଡି ରହିଛି। ଅନ୍ୟପକ୍ଷେ ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଏହି ସହରବାସୀଙ୍କ ଉପଯୁକ୍ତ ସ୍ବାସ୍ଥ୍ୟସେବାରେ ୟୁପିଏଚ୍‌ସି ସେତେଟା କାମରେ ଲାଗିବ ନାହିଁ ବୋଲି ମତପ୍ରକାଶ ପାଇଛି। ଏହାର ସୁଯୋଗରେ ସହରର ପ୍ରାୟ ଅଧିକାଂଶ ଔଷଧ ଦୋକାନରେ କଟକ, ଭୁବନେଶ୍ୱର ଆଦି ଅଞ୍ଚଳରୁ ଡାକ୍ତରମାନେ କ୍ଲିନିକ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି।

ଖଣି ଓ ଶିଳ୍ପ କାରଖାନାର ଆଗମନ ପରେ ଯକ୍ଷ୍ମା, ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ପେଟ ରୋଗ ଏ ଅଞ୍ଚଳ ପାଇଁ ସାଧାରଣ କଥା ହୋଇଛି । ଲୋକଙ୍କ ଘନଘନ ଅଭିଯୋଗ ଡାକ୍ତର ନାହାନ୍ତି, ଶଯ୍ୟା ନାହିଁ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ନାହିଁ, ଔଷଧ ନାହିଁ । ଖାଲି ନାହିଁ ଆଉ ନାହିଁ । ଲୋକେ ବାଧ୍ୟ ହୋଇ ଚିକିସତ୍ା ପାଇଁ ଅନ୍ୟ ଯାଗାକୁ ଯାଇ ହଇରାଣ ହେଉଛନ୍ତି। ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରେ ଶିଳ୍ପ କମ୍ପାନୀଗୁଡିକ ଲାଭାଂଶର ପ୍ରାୟ ୫ପ୍ରତିଶତ ଅଞ୍ଚଳର ଉନ୍ନୟନରେ ଖର୍ଚ୍ଚ କରିବାର ନିୟମ ରହିଛି ା କମ୍ପାନୀଗୁଡିକ ଜିଲା ପ୍ରଶାସନ ତରଫରୁ ଖର୍ଚ୍ଚ ନ କରି ନିଜ ପକ୍ଷରୁ ଖର୍ଚ୍ଚ କରୁଥିବା କହୁଛନ୍ତି। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ବାସ୍ଥ୍ୟଶିବିରରେ ସ୍ବାସ୍ଥ୍ୟସେବା ସୀମିତ ରହୁଛି। ଡୁବୁରୀଠାରେ ଏକ ବେସରକାରୀ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ତାହା ସାଧାରଣ ଲୋକଙ୍କ କାମରେ ଲାଗୁ ନାହିଁ। ଏହାବାଦ ବ୍ୟାସନଗର ସହରର ସ୍ବାସ୍ଥ୍ୟସେବାରେ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ଏଯାଏ ଟଙ୍କାଟିଏ ବି ଖର୍ଚ୍ଚ ହୋଇ ପାରିନାହିଁ। ଖଣି ପ୍ରଭାବିତ ସୁକିନ୍ଦା, ଦାନଗଦି, ଧର୍ମଶାଳା, ବଡଚଣା ପ୍ରଭୃତି ବ୍ଲକ ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠିରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ହେଉଛି । ଡିଏମ୍‌ଏଫ୍‌ ପାଣ୍ଠିରେ ଜିଲାର ଯେଉଁ ଅଞ୍ଚଳ ହେଉନା କାହିଁକି ସେହି ଅଞ୍ଚଳର ଉନ୍ନତି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି । କିନ୍ତୁ ବିଡମ୍ବନା ଯେ, କାହିଁକି ବ୍ୟାସନଗର ସହରର ବିକାଶରେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ବିଶେଷକରି ସ୍ବାସ୍ଥ୍ୟକ୍ଷେତ୍ର ଏଠାରେ ଅବହେଳିତ ହୋଇ ପଡିଛି । ୩୦ ଶର୍ଯ୍ୟା ବିଶିଷ୍ଟ ଯାଜପୁରରୋଡ ସିଏଚ୍‌ସି ଲୋକ ସଂଖ୍ୟା ତୁଳନାରେ ଯଥେଷ୍ଟ ହେଉନାହିଁ । ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟରେ ୟୁପିଏଚ୍‌ସି ପାଇଁ ପରିକଳ୍ପନା ହୋଇଥିଲା। ତାହା ବି କାର୍ଯ୍ୟକାରୀ ହୋଇ ପାରିନାହିଁ। ଏବେ ପୁଣି ସେହି ୟୁପିଏଚ୍‌ସି ପ୍ରତିଷ୍ଠା କରିବାକୁ ଅନୁମୋଦନ ମିଳିଛି। ୟୁପିଏଚ୍‌ସିରେ ଆଉଟଡୋର ରହିବ, ସପ୍ତାହକୁ କେତେକ ବିଶେଷଜ୍ଞ ଡାକ୍ତର ଆସି ରୋଗୀଙ୍କୁ ପରାମର୍ଶ ଦେବେ, ଫିଜିଓଥୋରାପି ଆଦି ସେବା ମିଳିବ। ହେଲେ ଏଥିରେ ରୋଗୀମାନଙ୍କ ପାଇଁ ବେଡ ସୁବିଧା ରହିବ ନାହିଁ। କେବଳ ୨ ଜଣ ନିୟମିତ ଡାକ୍ତର ସେବା ପ୍ରଦାନ କରିବେ। ଯାହାକି ଶିଳ୍ପ କାରଖାନା ଓ ଖଣି ପ୍ରଭାବିତ ବ୍ୟାସନଗର ସହରବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ପୁଣି ଅସମାହିତ ହୋଇ ରହିବ ଯିବ ବୋଲି ମତପ୍ରକାଶ ପାଇଛି। ସେହପିରି ଜିଲା ସଦର ମହକୁମା ଯାଜପୁର ସହରରେ ମଧ୍ୟ ଏକ ୟୁପିଏଚ୍‌ସି ପ୍ରତିଷ୍ଠା କରିବାକୁ ସରକାର ଘୋଷଣା କରିଛନ୍ତି। ଏହାବାଦ ସରକାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳିର ପିଏଚ୍‌ସି ଏବଂ ସିଏଚ୍‌ସିକୁ ୫-ଟି ଯୋଜନାରେ ଉନ୍ନତିକରଣ କରି ଆମ ହସପିଟାଲ କରିବାକୁ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ସିଏଚ୍‌ସିର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରେ ସେ କହିଛନ୍ତି, ସହରବାସୀଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୟୁପିଏଚ୍‌ସି ବହୁ କାମରେ ଲାଗିବ। ବିଭିନ୍ନ ସମୟରେ ବିଶେଷଜ୍ଞ ଡାକ୍ତରମାନେ ଆସି ରୋଗୀମାନଙ୍କୁ ପରାମର୍ଶ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri