ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ): ଭଞ୍ଜନଗରର ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଧାନସଭାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ଚକରା ବିସୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ଏଥିସହ ରାଜଧାନୀରେ ଘୁମୁସରର ବୀର ଚକରା ବିଷୋୟୀଙ୍କ ନାମରେ ଏଢ୍ର। ନାମିତ କରାଯିବା ସହ ଦୋରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ଘୁମୁସରରେ ସ୍ଥାପନ ପାଇଁ ସୋମବାର ଦାବି ହୋଇଛି।
ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଏହି ଦାବି ଉଠାଇଛନ୍ତି। ଏପରିକି ଏଡିଏମ୍ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅପରପକ୍ଷେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମହାପୁରୁଷମାନଙ୍କ କିଭଳି ପ୍ରଚାର ଏବଂ ପ୍ରସାର ହୋଇପାରିବ ସେନେଇ ପଦକ୍ଷେପ ନେଇଛନ୍ତି।


