‘୬୦ ଦିନ ଭିତରେ ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ କର’

ଜଗତ୍‌ସିଂହପୁର ଅଫିସ, ୨୯।୧: କୌଣସି ନାଗରିକଙ୍କୁ ସୂଚନା ଅଧିକାରରୁ ବଞ୍ଚତ୍ତ କରାଯାଇପାରିବ ନାହିଁ । ତେଣୁ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ଅଫିସିଆଲ ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ କର। ଜଗତ୍‌ସିଂହପୁର ପୌର ପରିଷଦକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା କମିଶନର (ଏସ୍‌ଆଇସି) ଦିଲୀପ କୁମାର ବିଶୋଇ। ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକଙ୍କ ଅଭିଯୋଗକୁ ଭିତ୍ତିକରି କମିଶନ ଉପରୋକ୍ତ ନିଷ୍ପତ୍ତି ଶୁଣାଇଥିବା ନାୟକ ସୂଚନା ଦେଇଛନ୍ତି।
ସୂଚନା ଅଧିକାର ଅଧିନିୟମ ୨୦୦୫ ଧାରା ୬(୧) ଅନୁଯାୟୀ, ଦେଶର ପ୍ରତ୍ୟେକ ନାଗରିକ ସୂଚନା ପାଇବାର ଅଧିକାର ଅଛି। ଦରଖାସ୍ତ ପାଇବାର ୩୦ ଦିନ ଭିତରେ ଜନସୂଚନା ଅଧିକାରୀ ସୂଚନା ଦେବା ନିୟମ ରହିଛି। ଯଦି ଏହି ସମୟ ଭିତରେ ସୂଚନା ନ ମିଳେ ତେବେ ଆବେଦନକାରୀ ପରବର୍ତ୍ତୀ ୩୦ ଦିନ ଭିତରେ ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ କରିପାରିବେ। ଏହାସତ୍ତ୍ବେ ସୂଚନା ନ ମିଳିଲେ ଅବଶିଷ୍ଟ ୩୦ ଦିନ ଭିତରେ ଦ୍ୱିତୀୟ ଆପିଲେଟ୍‌ ଅଥରିଟି ଅର୍ଥାତ୍‌ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଆବେଦନ କରିହେବ। ନାୟକ ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପରିମଳ କାର୍ଯ୍ୟ ଓ ହୋମିଓପାଥିକ ଚିକିତ୍ସାଳୟ ସମ୍ପର୍କିତ କେତେକ ସୂଚନା ଜାଣିବା ପାଇଁ ୧୨ା୫ା୨୦ ଓ ୧୯ା୫ା୨୦ରେ ପୃଥକ୍‌ ଭାବେ ଏହି କାର୍ଯ୍ୟାଳୟ ପିଆଇଓଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ତାଙ୍କୁ ସୂଚନା ମିଳି ନ ଥିଲା। ତେଣୁ ସେ ପ୍ରଥମେ ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରି ନିରାଶ ହେଲା ପରେ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ରାଜ୍ୟ ସୂଚନା କମିଶନଙ୍କ ପକ୍ଷରୁ ମାମଲା ସଂଖ୍ୟା ୧୯୧୯/୨୦ ଓ ୧୯୨୦/୨୦ ରୁଜୁ ହେବା ସହ ୩୦ା୯ା୨୨ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ଦିନ ଆବେଦନକାରୀ ନାୟକ ଓ ପ୍ରତିପକ୍ଷ ତଥା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜନ ସୂଚନା ଅଧିକାରୀ ଦେବବ୍ରତ ମିଶ୍ର ଓ ସହକାରୀ ପିଆଇଓ ଯୋଗଦେଇଥିଲେ। ସେତେବେଳେ ନାୟକ ପୂର୍ଣ୍ଣ ସୂଚନା ମିଳି ନ ଥିବା କଥା କହିବା ସହ ପରିଷଦ ୱେବ୍‌ସାଇଟ୍‌ କାମ କରୁ ନ ଥିବାରୁ ଅନେକ ସୂଚନା ମିଳିବାରେ ଅସୁବିଧା ହେଉଥିବା କଥା ଉଲ୍ଲେଖ କରିଥିଲେ। ଉଭୟ ପକ୍ଷଙ୍କ ବୟାନ ଶୁଣିଲା ପରେ କମିଶନ ତୁରନ୍ତ ଆବେଦନକାରୀଙ୍କୁ ସୂଚନା ଦେବାକୁ କହିଥିଲେ। ଏଥିସହ ୧ ମାସ ଭିତରେ ପରିଷଦ ଅଫିସିଆଲ ୱେବ୍‌ସାଇଟ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୪ା୧୧ା୨୨ରେ ପରବର୍ତ୍ତୀ ତାରିଖ ସ୍ଥିର ହୋଇଥିଲା। ନାୟକ ଜଗତ୍‌ସିଂହପୁର ପୌର ପରିଷଦରେ ଦରଖାସ୍ତ କରିବା ସମୟରେ ବିମଳ ଲେଙ୍କା ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷ ଥିଲେ। ତେଣୁ ତାଙ୍କୁ ଉପସ୍ଥିତ ରହି କାରଣ ଦର୍ଶାଇବାକୁ କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏ ନେଇ ଲେଙ୍କା ମଧ୍ୟ ହାଜର ହୋଇଥିଲେ। କିନ୍ତୁ ଧାର୍ଯ୍ୟ ତାରିଖ ସୁଦ୍ଧା ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ ତ ଦୂରର କଥା ପୂର୍ଣ୍ଣ ସୂଚନା ମିଳି ନ ଥିଲା। ନାୟକ ଏ ସମ୍ପର୍କରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କମିଶନ କ୍ଷୁବ୍ଧ ହୋଇଥିଲେ। କାହିଁକି ଏ ପର୍ଯ୍ୟନ୍ତ କମିଶନଙ୍କ ନିର୍ଦ୍ଦେଶ ପାଳନ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ ସହ ନାୟକଙ୍କୁ କାର୍ଯ୍ୟାଳୟକୁ ଡାକି ତାଙ୍କ ଆବଶ୍ୟକ ମୁତାବକ ସୂଚନା ଦେବାକୁ କମିଶନ ମେମୋ (ସଂଖ୍ୟା ୨୩୪୯/୧୧ା୧ା୨୩)ରେ ଉଲ୍ଲେଖ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri