ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ ଚିହ୍ନଟ: ୯୪ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ପୁଣି ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୪ ରହିଥିବା ବେଳେ ୯୪ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭କୁ ବୃଦ୍ଧି ପାଇଛି। ସେହିପରି ୧୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪୮୭ରେ ପହଞ୍ଚିଥିବା ବେଳେ ୩୫୬୭ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ୧୮୮୭ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨୭ଜଣ ପ୍ରାଣ ହରାଇଛନ୍ତି।