Posted inଜାତୀୟ

ଲୁଡ଼ୁ ନିଶାରେ ରେଣୁ ସର୍ବସ୍ବାନ୍ତ

ଲକ୍ଷ୍ନୌ,୭ା୧୨: ଜୁଆ ଖେଳିଲେ ସର୍ବସ୍ବାନ୍ତ ହେବା ଥୟ ବୋଲି ମହାଭାରତ ଆମକୁ ଶିଖାଇଛି। ଏଭଳି ଅନେକ ଦୃଷ୍ଟାନ୍ତ ଥାଇ ମଧ୍ୟ ସଚେତନ ନ ହେବାର ମାନେ ହେଉଛି, ବିପତ୍ତିକୁ ଡାକିବା। ଉତ୍ତରପ୍ରଦେଶର ରେଣୁଙ୍କ ପାଖକୁ ଜୟପୁରରେ ଥିବା ତାଙ୍କ ସ୍ବାମୀ ଟଙ୍କା ପଠାଉଥିଲେ। ସେହି ଅର୍ଥକୁ ସେ ଲୁଡ଼ୁ ଖେଳରେ ହରାଇ ଦେବାପରେ ଶେଷରେ ଭଡ଼ା ଘର ମାଲିକଙ୍କ ନିକଟରେ ନିଜକୁ ବାଜି ଲଗାଇଲେ। ଅନ୍ତିମ ଖେଳରେ ପରାଜୟ ରେଣୁଙ୍କୁ ବାଧ୍ୟକଲା ଘର ମାଲିକଙ୍କ ସହ ରହିବାକୁ। ଏହି ଘଟଣାକୁ ନେଇ ସମ୍ପ୍ରତି ୟୁପିରେ ଅନେକ ଚର୍ଚ୍ଚା।
ଉତ୍ତରପ୍ରଦେଶର ଦେଓରିଆ ଜିଲା ଦେବକାଲି ଅଞ୍ଚଳରୁ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜୁଆଖେଳରେ ଆସକ୍ତ ରେଣୁଙ୍କ ସ୍ବାମୀ ରାଜସ୍ଥାନର ଜୟପୁରରେ କାମ କରନ୍ତି। ସ୍ବାମୀ ଦୁଇ ପିଲାଙ୍କ ଲାଳନପାଳନ ଏବଂ ଘର ଚଳାଇବା ପାଇଁ ତାଙ୍କ ନିକଟକୁ ନିୟମିତ ଭାବେ ଟଙ୍କା ପଠାନ୍ତି। କିନ୍ତୁ ଏପଟେ ରେଣୁ ସେହି ଅର୍ଥରାଶିକୁ ଘର ମାଲିକଙ୍କ ସହ ଲୁଡ଼ୁ ଖେଳରେ ହରାଇ ଚାଲିଥାନ୍ତି। ଦିନେ ଏମିତି ଖେଳ ଚାଲୁ ଚାଲୁ ଲୋଭୀ ମହିଳା ସବୁ ସମ୍ବଳ ହରାଇ ବସିଲେ। ଅବସ୍ଥା ଏମିତି ହେଲା ଯେ, ତାଙ୍କ ପାଖରେ ଆଉ ଟଙ୍କାଏ ବି ରହିଲାନି। ସେତିକିରେ ସେ ମନକୁ ବୁଝାଇ ଘରକୁ ଫେରିଯାଇଥିଲେ କିଛି ଅସ୍ବାଭାବିକ ପରିସ୍ଥିତି ଘଟି ନ ଥାନ୍ତା। ହେଲେ କିନ୍ତୁ ହରାଇଥିବା ଟଙ୍କା ଫେରିପାଇବା ଆଶାରେ ରେଣୁ ଘର ମାଲିକଙ୍କଠାରେ ଶେଷ ସର୍ତ୍ତ ଲଗାଇଥିଲେ। ମୁଁ ଜିତିଲେ ସବୁ ଟଙ୍କା ଫେରାଇ ନେବି। ତୁମେ ଜିତିଲେ ସବୁଦିନ ପାଇଁ ମୁଁ ତୁମର। ବାଜି ହାରିବା ପରେ ରେଣୁଙ୍କୁ ପର ପୁରୁଷ ସହ ରହିବାକୁ ପଡ଼ିଥିଲା। ଅନୁତପ୍ତ ରେଣୁ ଦିନେ ନିଜ ସ୍ବାମୀଙ୍କୁ ଫୋନ୍‌ କରି ପୂରା ଘଟଣା ବଖାଣିଥିଲେ। ଏ ସବୁ ଶୁଣିବା ପରେ ସ୍ବାମୀ ଗାଁକୁ ଫେରି ପ୍ରତାପଗଡ଼ ଥାନାରେ ଘର ମାଲିକଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଲୁଡୁକୁ ନେଇ ୟୁପିର ଏ ଘଟଣା ପ୍ରଥମ ନୁହେଁ। ୨୦୨୦ରେ ଭୋପାଳର ୨୪ ବର୍ଷୀୟା ମହିଳା ଫ୍ୟାମିଲି କୋର୍ଟରେ ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରିିଥିଲେ। ତାଙ୍କ ବାପା ଲୁଡୁ ଖେଳରେ ବାରମ୍ବାର ଝିଅଙ୍କୁ ହରାଇବା କାରଣରୁ ସେ ରାଗିଯାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସର ଅଙ୍ଗଦାନକାରୀ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri