Posted inଜାତୀୟ

ମାସ୍କ ନ ପିନ୍ଧିବାରୁ ବ୍ୟାଙ୍କ୍‌ରେ ଗ୍ରାହକଙ୍କୁ ଗୁଳି

ବରେଲି,୨୫।୬: ମାସ୍କ ପିନ୍ଧି ନ ଥିବାରୁ ଜଣେ ଗ୍ରାହକଙ୍କୁ ଗୁଳି କରିଛନ୍ତି ଏକ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ। ଉତ୍ତର ପ୍ରଦେଶର ବରେଲି ଜିଲାରେ ଘଟିଛି ଏଭଳି ଘଟଣା। ତେବେ ଉକ୍ତ ଗ୍ରାହକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ବରେଲି ଜିଲାର ବ୍ୟାଙ୍କ୍‌ ଅଫ୍‌ ବରୋଦାର ଏକ ବ୍ରାଞ୍ଚରେ ମାସ୍କ ନ ପିନ୍ଧିଥିବାରୁ ରେଲଓ୍ବେ କର୍ମଚାରୀ ରାଜେଶ କୁମାରଙ୍କ ସହ ସିକ୍ୟୁରିଟି ଗାର୍ଡଙ୍କ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସିକ୍ୟୁରିଟି ଗାର୍ଡ ରାଜେଶଙ୍କ ଜଙ୍ଘକୁ ଗୁଳି କରିଥିଲେ। ପୀଡ଼ିତଙ୍କ ସାଙ୍ଗରେ ଥିବା ସ୍ତ୍ରୀ ପଚାରି ଥିଲେ, ତୁମେ ଗୁଳି କାହିଁକି କଲ। ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଶୁଟ୍‌ କରିଥିଲେ ଅନ୍ୟ ଜଣେ ଗ୍ରାହକ।

ଉକ୍ତ ଗାର୍ଡକୁ ୟୁପି ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ତେବେ ସିକ୍ୟୁରିଟି ଗାର୍ଡ ନିଜ ପକ୍ଷ ରଖି କହିଛନ୍ତି, ମୁଁ ମଧ୍ୟ ଆହତ ହୋଇଛି। ମୋ ଶାର୍ଟ ବଟନ ମଧ୍ୟ ଛିଣ୍ଡି ଯାଇଛି। ମୋ ରାଇଫଲ ଲୋଡେଡ୍‌ ଥିଲା। ଅଜଣାତରେ ଟ୍ରିଗର ଚାପି ଦେଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନ ପୂର୍ବରୁ ହଟିବେ ଅନୁପ୍ରବେଶକାରୀ

କୈଠାଲ, ୧୦ା୧୦: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ରହୁଥିବା ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ହଟାଯିବ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ପ୍ରକାଶ...

୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯।୧୨: ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧ରୁ ଚାଇନା, ହଂକଂ, ଜାପାନ, ଦକ୍ଷିଣ...

ଜରୁରୀକାଳୀନ ପରିସ୍ଥିତି ଲୋକଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେଇଥିଲା…

ନୂଆଦିଲ୍ଲୀ, ୨୬।୬ : ଦେଶରେ ୪୭ ବର୍ଷ ତଳେ ୧୯୭୫ରେ ଜୁନ୍‌ ମାସରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ଦେଶର ସାଧାରଣ ଲୋକଙ୍କ ମୌଳିକ...

ଅଗଷ୍ଟ ୧୫ରେ ୭୫୦୦ ଅମୃତ ସରୋବରରେ ଉଡିବ ତ୍ରିରଙ୍ଗା, କାମରେ ଲାଗିବେ ମନରେଗା ଶ୍ରମିକ

ଲକ୍ଷ୍ନୌ,୪ ।୮: ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ସ୍ୱାଧିନତା ଦିବସର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୫ ଅଗଷ୍ଟରେ ରାଜ୍ୟର...

ଦେଶରେ ଗତ ୧୨ ଘଣ୍ଟାରେ ୩୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୧୨ ଘଣ୍ଟାରେ ୩୦୨ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ...

ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ

ମୁମ୍ବାଇ,୫।୬:ବଲିଉଡର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ଏକ ଚିଠି ମାଧ୍ୟମରେ ଦିଆଯାଇଛି। ସଲମାନ ଖାନଙ୍କ ପିତା ସଲିମ ଖାନ ରବିବାର...

୪୨% ପିଲା ଦିନକୁ ୪ ଘଣ୍ଟା ମୋବାଇଲରେ ବ୍ୟସ୍ତ

ନୂଆଦିଲ୍ଲୀ,୨୯ା୯ (ପି.ଟି.):୧୨ ବର୍ଷରୁ କମ୍‌ ଅନୂ୍ୟନ ୪୨ ପ୍ରତିଶତ ପିଲା ଦୈନିକ ୨ରୁ ୪ ଘଣ୍ଟା ସେମାନଙ୍କ ସ୍ମାର୍ଟ୍‌ଫୋନ୍‌ କିମ୍ବା ଟାବ୍‌ଲେଟ୍‌ରେ ବ୍ୟସ୍ତ ରହୁଥିବା ଏକ...

ଯାଦୁ ଦେଖାଇବାକୁ ଯାଇ ଗଙ୍ଗାନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁକର

କୋଲକାତା, ୧୮।୬: ଗଙ୍ଗାନଦୀରେ ଦୁଃସାହସିକ ଯାଦୁ ଦେଖାଇବାକୁ ଯାଇ ଯାଦୁକର ଚଞ୍ଚଳ ଲହରୀଙ୍କ ମୃତ୍ୟୁ ଘଟିଛି। ଗତ ୩୦ ଘଣ୍ଟା ହେବ ନିଖୋଜ ଥିବା ଚଞ୍ଚଳଙ୍କୁ...

Advertisement
Archives

Model This Week