Posted inଜାତୀୟ

ବିଧାନସଭାରେ ପାସ୍‌ ହେଲା ଲଭ୍‌-ଜିହାଦ୍‌ ବିଲ୍‌, ଦୋଷୀଙ୍କୁ ମିଳିବ ଆଜୀବନ ଜେଲ୍‌ ଦଣ୍ଡ

ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍‌-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍‌ ପାସ୍‌ ହୋଇଛି । ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି । ଏଥିସହିତ ନୂଆ ଅପରାଧ ମଧ୍ୟ ସାମିଲ୍‌ କରାଯାଇଛି । ଯେଉଁଥିରେ ଆଜୀବନ ଜେଲ୍‌ର ପ୍ରାବଧାନ ରହିଛି । ଧର୍ମ ପରିବାର୍ତ୍ତନ ପାଇଁ ଟଙ୍କା ଦେବା ଆଦିକୁ ଅପରାଧ ଧରାଯିବ । ଏଥିରେ ବିଦେଶୀ ସଂସ୍ଥା କିମ଼୍ବା କୌଣସି ଅବୈଧ ସଂସ୍ଥା ପକ୍ଷରୁ ହେଉଥିବା ଫଣ୍ଡିଂ ମଧ୍ୟ ସାମିଲ୍‌ ରହିଛି । ଯଦି କେହି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିବା ପାଇଁ ଅନ୍ୟଜଣେ ବ୍ୟକ୍ତିଙ୍କ ଉପରେ ଅର୍ଥ ବଳ, ବାହୁ ବଳ, ଆକ୍ରମଣ, କିମ଼୍ବା ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଷଡ଼ଯନ୍ତ୍ର କରେ ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ସହିତ ଜରିମାନା ମଧ୍ୟ ଦେବାକୁ ପଡ଼ିବ ।

ଏହି ବିଲ୍‌ ଅନୁସାରେ, କୋର୍ଟ ପୀଡ଼ିତଙ୍କ ଖର୍ଚ୍ଚ ଏବଂ ପୁନର୍ବାସ ପାଇଁ ନ୍ୟାୟୋଚିତ ରାଶି ଜରିମାନା ରୁପେ ନିର୍ଦ୍ଧାରଣ କରିପାରିବେ । ସରକାରଙ୍କ କହିବା ଅନୁସାରେ, ଅପରାଧର ସମ଼୍େବଦନଶୀଳତା, ମହିଳାଙ୍କ ଗାରିମା ଓ ସାମାଜିକ ସ୍ଥିତି, ମହିଳା, ଏସ୍‌, ଏସ୍‌ଟି, ଆଦି ଲୋକଙ୍କ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ଏହି ଆଇନ୍‌ରେ ସଂଶୋଧନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri