Posted inଜାତୀୟ

ୟୁପି: ୫୧% ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଲକ୍ଷ୍ନୌ,୧୪।୩(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ନବନିର୍ବାଚିତ ୪୦୩ ବିଧାୟକଙ୍କ ମଧ୍ୟରୁ ୨୦୫ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ଅର୍ଥାତ୍‌ ପାଖାପାଖି ୫୧ ପ୍ରତିଶତ ବିଧାୟକଙ୍କ ବିରୋଧରେ ବିଭିନ୍ନ ଅପରାଧ ମାମଲା ରହିଛି। ୨୦୧୭ ୟୁପି ବିଧାନସଭା ନିର୍ବାଚନ ବେଳେ ୩୬ ପ୍ରତିଶତ ବା ୧୪୩ ବିଧାୟକ ସତ୍ୟପାଠ ଜରିଆରେ ସେମାନଙ୍କ ଆପରାଧିକ ମାମଲା ସମ୍ପର୍କରେ ଘୋଷଣା କରିଥିଲେ ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ସଦ୍ୟ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୧୫୮ ଜଣ (୩୯%)ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ଅପରାଧ ଆଦି ସଙ୍ଗିନ ଆପରାଧିକ ମାମଲା ରହିଛି। ୫ ଜଣଙ୍କ ବିରୋଧରେ ହତ୍ୟା ମାମଲା ଏବଂ ୨୯ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା ଜଣାପଡ଼ିଛି। ସେହିପରି ୬ ବିଧାୟକଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅପରାଧ ମାମଲା ଥିବାବେଳେ ସେଥିରୁ ଜଣେ ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ୨୦୧୭ ନିର୍ବାଚନ ବେଳେ ୧୦୭ (୨୬%) ବିଧାୟକଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ରହିଥିଲା। ଏଡିଆର୍‌ ବିଶ୍ଳେଷଣ ଅନୁଯାୟୀ ୨୫୫ ନବନିର୍ବାଚିତ ଭାଜପା ବିଧାୟକଙ୍କ ମଧ୍ୟରୁ ୧୧୧ ଜଣ ଅର୍ଥାତ୍‌ ୪୪ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ଥିବାବେଳେ ସମାଜବାଦୀ ପାର୍ଟିର ୧୧୧ ବିଧାୟକଙ୍କ ମଧ୍ୟରୁ ୭୧ ଜଣ(୬୪%), ଆର୍‌ଏଲ୍‌ଡିର ୮ ବିଧାୟକଙ୍କ ମଧ୍ୟରୁ ୭ ଜଣ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୬ ବିଧାୟକଙ୍କ ମଧ୍ୟରୁ ୪, ନିଶାଦ ପାର୍ଟିର ୬ ଜଣଙ୍କ ମଧ୍ୟରୁ ୪, ଅପ୍‌ନା ଦଳ(ଏସ୍‌)ର ୧୨ ଜଣଙ୍କ ମଧ୍ୟରୁ ୩, ଜନସତ୍ତା ଦଳ ଲୋକତାନ୍ତ୍ରିକର ୨, କଂଗ୍ରେସର ୨ ଏବଂ ବିଏସ୍‌ପିର ଜଣେ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଛି।
ଭାଜପାର ୯୦ ବିଧାୟକ (୩୫%)ଙ୍କ ବିରୋଧରେ ଗୁରୁତର ମାମଲା ଥିବାବେଳେ ସମାଜବାଦୀ ପାର୍ଟିର ୪୮ (୪୩%), ଆର୍‌ଏଲ୍‌ଡିର ୫ (୬୩%), ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୪ (୬୭%), ନିଶାଦ ପାର୍ଟିର ୪ (୬୭%), ଅପ୍‌ନା ଦଳ(ଏସ୍‌)ର ୨ (୧୭%) , ଜନସତ୍ତା ଦଳ ଲୋକତାନ୍ତ୍ରିକର ୨ (୧୦୦%), କଂଗ୍ରେସର ୨ (୧୦୦%)ଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି।
ଦାଖଲ ସମ୍ପତ୍ତି ତାଲିକା ଅନୁଯାୟୀ ୪୦୩ ବିଧାୟକଙ୍କ ମଧ୍ୟରୁ ୩୬୬ ଜଣ ବା ୯୧ ପ୍ରତିଶତ କୋଟିପତି ବୋଲି ଜଣାପଡ଼ିଛି। ଭାଜପାର ୨୫୫ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୨୩୩ ଜଣଙ୍କ ପାଖରେ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ରହିଛି। ସେହିପରି ସମାଜବାଦୀ ପାର୍ଟିର ୧୧୧ ବିଧାୟକଙ୍କ ମଧ୍ୟରୁ ୧୦୦ ଜଣ, ଅପ୍‌ନା ଦଳର ୧୨ ଜଣଙ୍କ ମଧ୍ୟରୁ ୯, ଆର୍‌ଏଲ୍‌ଡିର ୮ ଜଣଙ୍କ ମଧ୍ୟରୁ ୭, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସମସ୍ତ ୬, ନିଶାଦ ପାର୍ଟିର ୬, ଜନସତ୍ତା ଦଳ ଲୋକତାନ୍ତ୍ରିକର ୨, କଂଗ୍ରେସର ୨, ବିଏସ୍‌ପିର ଜଣେ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧ କୋଟିରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ନବନିର୍ବାଚିତ ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୮.୦୬ କୋଟି ଟଙ୍କା ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri