ଅବାଞ୍ଛିତ ଆହ୍ବାନ

ପଦ୍ମଭୂଷଣ ଉପାଧି ବିଭୂଷିତ ବିଶିଷ୍ଟ ଲେଖକ ରସ୍କିନ୍‌ ବଣ୍ଡ୍‌ ବିଶ୍ୱ ସାହିତ୍ୟ ଜଗତର ଜଣେ ଅସାଧାରଣ ପ୍ରତିଭା। ତାଙ୍କର ଆତ୍ମଜୀବନୀ ”ଦ ସିନ୍ସ ଫ୍ରମ୍‌ ଏ ରାଇଟର୍ସ ଲାଇଫ୍‌“ରେ ଭାରତ ରହଣି ସମୟରେ ଇଂରେଜମାନଙ୍କର ସମସ୍ୟା, ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକା ତଥା ଭାରତ ବିଭାଜନ ପରବର୍ତ୍ତୀ ସମସ୍ୟାର ବର୍ଣ୍ଣନ ଅତ୍ୟନ୍ତ ମର୍ମସ୍ପର୍ଶୀ। ରସ୍କିନ୍‌ଙ୍କ ବାପା ଆଦ୍ରେ ବଣ୍ଡ୍‌ ଥିଲେ ଇଂଲଣ୍ଡର ରୟାଲ ଏୟାରଫୋର୍ସର ଜଣେ ସେନା ଅଧିକାରୀ। ସେତେବେଳକୁ ଭାରତ ଇଂରେଜ ଶାସକମାନଙ୍କ ଅଧୀନରେ ଥିଲା। ତେଣୁ ବଣ୍ଡ୍‌ ଭାରତରେ ରହି ଇଂରେଜ ସରକାରଙ୍କର କାମ କରୁଥିଲେ। ସେନାରେ ଥିବାରୁ ଅନେକ ସମୟରେ ପରିବାର ବାହାରେ ତାଙ୍କୁ ସମୟ ଅତିବାହିତ କରିବାକୁ ପଡ଼େ। ସେନା କର୍ମଚାରୀଙ୍କ ପିଲାମାନେ ସିମ୍‌ଳା, ମସୌରୀ ପ୍ରଭୃତି ସହରର ସ୍କୁଲ୍‌ରେ ଇଂଲଣ୍ଡ ସେନା ଦ୍ୱାରା ଛାତ୍ରବୃତ୍ତି ପାଇ ପାଠ ପଢ଼ନ୍ତି। ତନ୍ମଧ୍ୟରେ ଜଣେ କୋମଳମତି ବାଳକ ଥିଲେ ରସ୍କିନ୍‌ ବଣ୍ଡ୍‌ ।
ବାପାଙ୍କର ସୈନ୍ୟବାହିନୀ କାର୍ଯ୍ୟରେ ବ୍ୟସ୍ତତା ଭିତରେ ତାଙ୍କ ମା’ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିନେଇଥିଲେ। କାଳକ୍ରମେ ବାପା ଶାରୀରିକ ଅସୁସ୍ଥତା କାରଣରୁ ଦେହତ୍ୟାଗ କଲେ। ଏପଟେ ମା’ଙ୍କର ରସ୍କିନ୍‌ଙ୍କ ପ୍ରତି ବିଶେଷ ସମବେଦନା ନ ଥିଲା। ରସ୍କିନ୍‌ ନିଜକୁ ଏକା ମନେକରୁଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂରେଜ ସେନା ଭାରତର ଏୟାର ବେସ୍‌ଗୁଡ଼ିକୁ ବ୍ୟବହାର କରେ। ବିଶ୍ୱଯୁଦ୍ଧ ସରିଆସୁଥାଏ, ଭାରତରୁ ବ୍ରିଟିଶ୍‌ ସୈନିକମାନେ ଚାଲିଯିବାକୁ ପ୍ରସ୍ତୁତ ହେଉଥାଆନ୍ତି। ଇଂଲଣ୍ଡ ସୈନିକମାନଙ୍କର ତାଙ୍କ ଦେଶରେ କୌଣସି ଭବିଷ୍ୟତ ନ ଥିଲା, ପୁନଃ ସେଠାରେ ଖର୍ଚ୍ଚ ଅଧିକ। ତେଣୁ ସେମାନେ ଭାରତ ଛାଡ଼ିବାକୁ ଏତେଟା ଆଗ୍ରହୀ ନ ଥିଲେ। କିନ୍ତୁ ଇଂଲଣ୍ଡରୁ ଆସିଥିବା ଅନେକ ପରିବାର ବଡ଼ ହନ୍ତସନ୍ତ ହେଲେ। ବିଶେଷକରି ଭାରତ ସ୍ବାଧୀନ ହେବାବେଳକୁ ଭାରତରେ ରହିଯାଇଥିବା ଇଂରେଜମାନଙ୍କର ଅବସ୍ଥା ଆହୁରି ଶୋଚନୀୟ ହେଲା। ଏଥିପାଇଁ ଇଂରେଜମାନେ ନିଜେ ହିଁ ଦାୟୀ କାରଣ ସେମାନେ ନିଜେ ହିଁ ତାଙ୍କର ସାମାଜିକ ଚଳଣିକୁ ଖରାପ କରିଦେଇଥିଲେ। ସିମ୍‌ଳା, ମସୌରୀ, ଡେରାଡୁନ୍‌ ପ୍ରଭୃତିର ଥଣ୍ଡା ଏବଂ ମନୋରମ ପରିବେଶକୁ ଇଂରେଜମାନେ ନିଜର ବାସସ୍ଥଳୀ ଭାବରେ ବାଛିଥିଲେ। ରସ୍କିନ୍‌ କୁହନ୍ତି; ‘ସେହିସବୁ ସ୍ଥାନମାନଙ୍କରେ ରେସ୍ତୋରାଁ, କ୍ୟାସିନୋ, ନାଇଟ୍‌ କ୍ଲବ ଇତ୍ୟାଦି ଖୋଲିଥିଲା। ଡେରାଡୁନ୍‌ ପ୍ରଭୃତି ସ୍ଥାନରେ ଦଳ ଦଳ ହୋଇ ସୈନିକ ସା ପ୍ରହରୁ ଆରମ୍ଭକରି ବିଳମ୍ବିତ ରାତ୍ର ଯାଏ ଆସର ଜମାଉଥିଲେ।’ ଭାରତରେ ଏହିସବୁ ପାଶ୍ଚାତ୍ୟ ପରମ୍ପରା ଇଂରେଜମାନଙ୍କ ସମୟରେ ଆରମ୍ଭ ହୋଇଗଲା। ଆଜି ଦେଶର ପ୍ରତ୍ୟେକ ଛୋଟ ବଡ଼ ସହରରେ ଏହାର ପ୍ରଭାବ ଦୃଷ୍ଟିଗୋଚର ହୁଏ ।
ଏପଟେ ରସ୍କିନ୍‌ଙ୍କ ମା’ ଏବଂ ତାଙ୍କର ସାବତ ବାପା ପ୍ରତ୍ୟେକ ଦିନ ବାହାରକୁ ବୁଲିଯାଉଥିଲେ ଏବଂ ବିଳମ୍ବିତ ରାତିରେ ଫେରୁଥିଲେ। ସରଳ ଏବଂ ନିରୀହ ରସ୍କିନ୍‌ ହୋଇଯାଉଥିଲେ ବ୍ୟତିବ୍ୟସ୍ତ। ସ୍କୁଲରେ ଥିବା ତାଙ୍କର ପ୍ରାୟ ସମସ୍ତ ସାଙ୍ଗ ପାଶ୍ଚାତ୍ୟ ପ୍ରଭାବରେ ପ୍ରଭାବିତ; ଯାହା ରସ୍କିନ୍‌ଙ୍କୁ ଆଦୌ ଭଲ ଲାଗୁ ନ ଥାଏ। ହଠାତ୍‌ ସ୍କୁଲ୍‌ରେ ଓମାର ନାମକ ଏକ ଧୀରସ୍ଥିର ପିଲାକୁ ସେ ଲକ୍ଷ୍ୟ କଲେ। ଦିନେ ରସ୍କିନ୍‌ ଏବଂ ଓମାରଙ୍କ ମଧ୍ୟରେ ବାର୍ତ୍ତାଳାପ ହେଲା। କିନ୍ତୁ ଦୁଃଖର କଥା, ଉଭୟ ଏକା ଶ୍ରେଣୀର ହୋଇଥିଲେ ମଧ୍ୟ ସେକ୍ସନ ଅଲଗା ଥିବାରୁ ଉଭୟଙ୍କ ଭିତରେ ଭାବର ଆଦାନପ୍ରଦାନରେ ସମସ୍ୟା ଥିଲା। ତେବେ ଖେଳପଡ଼ିଆରେ ଉଭୟ ନିଜର ଭାବକୁ ବିନିମୟ କରିପାରୁଥିଲେ। ଏହା ଭିତରେ ଜଣାପଡ଼ିଲା ଓମାର ହେଉଛନ୍ତି ପେଶ୍‌ଓ୍ବାର ନିବାସୀ। ତାଙ୍କ ବାପା ଜଣେ ସୈନିକ ଥିଲେ ଏବଂ ସୀମାରେ ଲଢ଼େଇ କରୁଥିବା ସମୟରେ ପ୍ରାଣତ୍ୟାଗ କରିଥିଲେ। ଦୁଇ ସାଙ୍ଗ ନିରୋଳାରେ ବସି କଥାବାର୍ତ୍ତା ହେବା ପାଇଁ ଏକ ସ୍ଥାନ ଅନ୍ବେଷଣ କରୁଥିଲେ। ଦିନେ ଏକ ପରିତ୍ୟକ୍ତ କୋଠାର ଅବ୍ୟବହୃତ ଅନ୍ଧକାର ଡ୍ରେନେଜ୍‌ ଭିତରେ ପଶୁ ପଶୁ ସେମାନେ ନିଜ ସ୍କୁଲ ସମୀପସ୍ଥ ଘାସବୁଦା ନିକଟ ପାହାଡ଼ ପାଖରେ ବାହାରିଲେ। ସେହିଦିନଠାରୁ ଉଭୟ କିଛି ସମୟ ସୁଡ଼ଙ୍ଗରେ କଥାବାର୍ତ୍ତା ହୁଅନ୍ତି ଏବଂ ବାହାରିଯାଆନ୍ତି ସ୍କୁଲ୍‌ ପାଖରେ।
ଦିନେ ଓମାର ରସ୍କିନ୍‌ଙ୍କୁ ପଚାରିଲେ; ଭାରତ ସ୍ବାଧୀନ ପରେ ବ୍ରିଟିଶ୍‌ ସରକାର ଭାରତ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ତୁ ବି କ’ଣ ଏ ଦେଶ ଛାଡ଼ି ଚାଲିଯିବୁ? ରସ୍କିନ୍‌ ଉତ୍ତର ଦେଲେ ବୋଧହୁଏ ମୁଁ ଭାରତରେ ରହିବି କାରଣ ମୋର ସାବତ ବାପା ଜଣେ ଭାରତୀୟ। ପୁନଃ ଓମାର କହିଲେ, ଜନସାଧାରଣ କୁହାକୁହି ହେଉଛନ୍ତି; ବ୍ରିଟିଶ୍‌ ସରକାର ଭାରତକୁ ଭାଗ ଭାଗ କରିଦେବେ। ସିମ୍‌ଳା ଭାରତରେ ରହିବ ଏବଂ ପେଶ୍‌ଓ୍ବାର୍‌ ପାକିସ୍ତାନର ଅଂଶ ହେବ। ଏହାକୁ ରସ୍କିନ୍‌ ଆଦୌ ବିଶ୍ୱାସ ନ କରି ଏଡ଼େଇଗଲେ ।
ହଠାତ୍‌ ଦିନେ ସକାଳେ ପ୍ରଧାନ ଶିକ୍ଷକ ସୂଚନା ଦେଲେ, ଯେଉଁ ଛାତ୍ରମାନଙ୍କର ଘର ପାକିସ୍ତାନ ଚିହ୍ନିତ ଅଞ୍ଚଳରେ ସେହି ଛାତ୍ରମାନଙ୍କୁ ତାଙ୍କ ନିଜ ଘରକୁ ପଠାଇ ଦିଆଯିବ। ତାହା ହିଁ ହେଲା; ସଶସ୍ତ୍ର ସୈନିକଙ୍କ ସହିତ ପାକିସ୍ତାନର ଛାତ୍ରମାନଙ୍କୁ ତାଙ୍କ ଘରକୁ ପଠାଇ ଦିଆଗଲା। ତନ୍ମଧ୍ୟରେ ଓମାର ମଧ୍ୟ ଜଣେ ଛାତ୍ର ଥିଲେ। କାନ୍ଦି କାନ୍ଦି କୋମଳମତି ଛାତ୍ରୀଛାତ୍ରମାନେ ନିଜର ସାଙ୍ଗମାନଙ୍କୁ ବିଦାୟ ଦେଲେ।
କିଛିଦିନ ପରେ ଓମାରଠାରୁ ରସ୍କିନ୍‌ ଏକ ଚିଠି ପାଇଲେ। ସିମ୍‌ଳାର ସୌନ୍ଦର୍ଯ୍ୟ, ଉଭୟଙ୍କର ବନ୍ଧୁତା ଏବଂ ବିଶେଷ ଭାବରେ ଉଭୟଙ୍କ ମିଳିତ ପ୍ରୟାସରେ ଆବିଷ୍କୃତ ହୋଇଥିବା ସୁଡ଼ଙ୍ଗଟିର କଥା ସେହି ଚିଠିରେ ଲେଖାଥିଲା। ବନ୍ଧୁତ୍ୱର ସ୍ନେହରେ ବାନ୍ଧିହୋଇଯାଇଥିବା ରସ୍କିନ୍‌ ପ୍ରତ୍ୟୁତ୍ତରପୂର୍ବକ ନିଜର ଘର ଠିକଣା ଦେଇ ଚିଠିଟିଏ ଲେଖିଲେ। ମାତ୍ର ଓମାରଠାରୁ ଦୀର୍ଘଦିନ ଧରି କୌଣସି ଚିଠି ମିଳି ନ ଥିଲା। ଦୀର୍ଘ ସତର ଅଠର ବର୍ଷ ପରେ ରସ୍କିନ୍‌ ଏକ ଖବର ପାଇଲେ। ଭାରତ ପାକିସ୍ତାନ ଭିତରେ ଯୁଦ୍ଧ ହୋଇଥାଏ। ସିମ୍‌ଳାର ସମୀପବର୍ତ୍ତୀ ଆମ୍ବାଲା ଉପରେ ବୋମା ପକାଇବାକୁ ଚାହୁଁଥିବା ଏକ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତୀୟ ସେନା ଗୁଳିକରି ଖସାଇ ଦେଇଥିଲା। ସେହି ଗୁଳିକାଣ୍ଡରେ ପାକିସ୍ତାନର ସମସ୍ତ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଥିଲା, ଯେଉଁ ପାଇଲଟ୍‌ମାନଙ୍କ ମଧ୍ୟରେ ଜଣେ ଥିଲେ ଓମାର।
ଏହି ସମସ୍ତ ତଥ୍ୟ ଜାଣିଲା ପରେ ମନରେ ଏକ ପ୍ରଶ୍ନ ଉଠେ, ରସ୍କିନ୍‌ଙ୍କ ଭଳି କୋମଳମତି ବାଳକର ସମସ୍ୟା, ସୈନ୍ୟମାନଙ୍କର ମାନସିକ ବେଦନା ତଥା ଓମାରଙ୍କର ଭାରତ ବିପକ୍ଷରେ ଯୁଦ୍ଧ ଅବାଞ୍ଛିତ ଆହ୍ବାନ ନୁହେଁ କି?

– ଡ. ଭାରତ ଭୂଷଣ ରଥ
ଉପନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ଆନ୍ଧ୍ରପ୍ରଦେଶ
ମୋ:୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri