ବ୍ୟବହାର ହେଉନି ଏସ୍‌ସିଏସ୍‌ଟି ହଷ୍ଟେଲ

ସମ୍ବଲପୁର,୪ା୮(ଶୁଭାଶିଷ ପାଢୀ): ଆଦିବାସୀ ଛାତ୍ର୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା ଉପକରଣ ପ୍ରଦାନ ସହ ସ୍କୁଲ କଲେଜରେ ରହି ପାଠ ପଢିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ହେଲେ ସମ୍ବଲପୁର ଜିଲାର ଅଧିକାଂଶ ସ୍କୁଲ ଓ କଲେଜରେ ଥିବା ହଷ୍ଟେଲ ବ୍ୟବହାରରେ ଆସୁନାହିଁ। ସ୍କୁଲ ନିକଟରେ ଘର ହୋଇଥିବାରୁ ଛାତ୍ରୀଛାତ୍ର ହଷ୍ଟେଲରେ ରହିବାକୁ ଇଚ୍ଛା ପ୍ରକାଶ ନ କରିବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ତେଣୁ ବହୁ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ହଷ୍ଟେଲ କୋଠା ନଷ୍ଟ ହେବାକୁ ବସିଛି।
ସୂଚନା ଅନୁସାରେ, ଜିଲାର ୯ ବ୍ଲକ୍‌ର ୧୨୬ ସ୍କୁଲ (ଷଷ୍ଠରୁ ଦଶମ)ରେ ଉଭୟ ବାଳିକା ଓ ବାଳକଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ସୁବିଧା ରହିଛି। ସେହିପରି ୧୦ରୁ ଅଧିକ କଲେଜରେ ହଷ୍ଟେଲ ରହିଛି। କେତେକ ବ୍ଲକରେ ହଷ୍ଟେଲ କୋଠା ଏବେ ମଧ୍ୟ ନିର୍ମାଣାଧୀନ ରହିଛି। ଏଥିପାଇଁ କର୍ମଚାରୀ ନିଯୁକ୍ତି କରାଯାଇ ଦରମା ପ୍ରଦାନ କରାଯାଉଛି। ପ୍ରାୟ ୨୫ ସ୍କୁଲ ଓ ୫ ଗୋଟି କଲେଜରେ ଥିବା ହଷ୍ଟେଲ ବ୍ୟବହାରରେ ଆସୁ ନାହିଁ। ଫଳରେ ହଷ୍ଟେଲ ପାଇଁ ରହିଥିବା ସାମଗ୍ରୀ ନଷ୍ଟ ହେବାକୁ ବସିଛି। ପିଲା ରହୁ ନ ଥିବାରୁ ସଫାସୁତୁରା ହେଉ ନାହିଁ। ଅଳିଆ ଆବର୍ଜନାରେ ପୂରି ରହୁଛି। ସ୍କୁଲ ନିକଟରେ ଘର ଥିବାରୁ ବହୁ ଛାତ୍ରୀଛାତ୍ର କ୍ଲାସ ସରିବା ପରେ ଘରକୁ ଚାଲି ଯାଉଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ବନ୍ଦପଡିଥିବା ସମସ୍ତ ହଷ୍ଟେଲରେ ଚଳିତ ଶିକ୍ଷାବର୍ଷରୁ ଛାତ୍ରୀଛାତ୍ରଙ୍କୁ ରଖିବାକୁ କଡା ତାଗିଦ କରିଛନ୍ତି। ତେଣୁ ଜିଲା ସାମାଜିକ ମଙ୍ଗଳ ବିଭାଗ ପକ୍ଷରୁ ହଷ୍ଟେଲ ଥିବା ସ୍କୁଲ ତନାଘନା କରୁଛନ୍ତି। ହଷ୍ଟେଲରେ ପିଲାଙ୍କୁ ରଖିବାକୁ ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ କଡା ତାଗିଦ କରୁଛନ୍ତି। ଏ ସମ୍ପର୍କରେ ଡିଡବ୍ଲ୍ୟୁଓ ଭାଗୀରଥି ପଟେଲ କହିଛନ୍ତି, ହଷ୍ଟେଲଗୁଡିକ ବନ୍ଦ ଥିବା ନେଇ ଆମ ପାଖରେ ସୂଚନା ରହିଛି। ଚଳିତ ବର୍ଷରୁ ହଷ୍ଟେଲ ଖୋଲିବାକୁ ସମସ୍ତ ସ୍କୁଲକୁ ଚିଠି କରାଯାଇଛି। ସ୍କୁଲକୁ ଯାଇ ଅଭିଭାବକଙ୍କ ସହିତ ବୈଠକ କରାଯାଉଛି ା ଘର ନିକଟରେ ଥିଲେ ମଧ୍ୟ ପିଲାଙ୍କୁ ହଷ୍ଟେଲରେ ଛାଡିବାକୁ ଅନୁରୋଧ କରାଯାଉଛି। ହଷ୍ଟେଲରେ ପିଲାମାନଙ୍କୁ ଖାଇବା ସହ ସମସ୍ତ ସୁବିଧା ଦିଆଯାଉଛି। ହଷ୍ଟେଲରେ ପାଠ ପଢିବାର ପରିବେଶ ରହୁଛି। ସାଙ୍ଗରେ ଶିକ୍ଷକମାନେ ରହୁଛନ୍ତି। ପିଲାମାନେ ଅଧିକ ସମୟ ସେମାନଙ୍କ ସହ ମିଶି ପାଠ ପଢିପାରିବେ। ବନ୍ଦ ପଡିଥିବା ସମସ୍ତ ହଷ୍ଟେଲ କାର୍ଯ୍ୟକ୍ଷମ କରାଯିବାକୁ ଚେଷ୍ଟା ଜାରି ରହିଛି ବୋଲି ସେ କହିଥିଲେ। ଅନ୍ୟପଟେ ମାନେଶ୍ୱର ହାଇସ୍କୁଲ ପରିଚାଳନା କମିଟି ସଦସ୍ୟ ଜତିନ୍ଦ୍ର ବାରିକ କହିଛନ୍ତି, ପିଲାମାନଙ୍କ ପାଠପଢା ପାଇଁ ସରକାର ସୁବିଧା କରୁଛନ୍ତି। ହେଲେ ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ହଷ୍ଟେଲ କୋଠା ନିର୍ମାଣ ହେବା ସମୟରେ ପାଣି, ବିଜୁଳି, ସୁରକ୍ଷା ବ୍ୟବସ୍ଥା, କର୍ମଚାରୀ ନିଯୁକ୍ତି କରିବା ଆବଶ୍ୟକ ରହୁଛି। ହଷ୍ଟେଲ ପରିବେଶ ସୁନ୍ଦର ରହିଲେ ପିଲାମାନେ ରହିବାକୁ ଇଚ୍ଛା ପ୍ରକାଶ କରିବେ। କମିଟି ପକ୍ଷରୁ ମଧ୍ୟ ଅଭିଭାବକମାନଙ୍କୁ ଅନୁରୋଧ କରାଯାଉଛି। ଚଳିତ ବର୍ଷରୁ ମନେଶ୍ୱର ସ୍କୁଲ ପିଲା ହଷ୍ଟେଲରେ ରହିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri