ଅକୁହା ବ୍ୟଥା

ଡ. ବୈଜୟନ୍ତୀ ମିଶ୍ର

ମାସ୍କ ପିନ୍ଧି ବ୍ୟାଗଟିଏ ଧରି ଚାଲିଚାଲି ଘରୁ ବାହାରିଗଲେ ଅନନ୍ତବାବୁ। ଯାହା ହେଉ ବି ହେଉ, ଆଜି ପରିବା ହାଟକୁ ଯିବାକୁ ପଡ଼ିବ। ଘର ପାଖ ଦୋକାନରେ ଯଦିଓ ପରିବାପତ୍ର ମିଳୁଛି, ତଥାପି ହାଟରୁ ଆଣିଲେ ଶସ୍ତା ପଡ଼ିବ। ଲକ୍‌ଡାଉନ୍‌ ପାଇଁ ସାଇକେଲରେ ବୋଝ ଲଦି ଆସୁଥିବା ପରିବା ବିକାଳି ଆସୁନାହାନ୍ତି। ସେମାନେ ଦୁଇ ତିନି ଟଙ୍କା ଅଧିକ ନିଅନ୍ତୁ ପଛେ ଏତେ ବାଟ ହାଟକୁ ଯିବାର କଷ୍ଟରୁ ତ ମୁକ୍ତି ମିଳେ। ତା’ଛଡ଼ା ସେମାନେ ଖରାତରାରେ ବୁଲି ବିକୁଛନ୍ତି ଯେତେବେଳେ, ଅଧିକ ଦି’ଟଙ୍କା ଦେବାକୁ ବାଧେ ନାହିଁ। ହେଲେ ଘର ପାଖ ଦୋକାନୀ ନରିଆ ଆଳୁ କିଲୋ କୋଡ଼ିଏ ହେଲେ ସେ ବିକେ ପଚିଶି ଟଙ୍କାରେ। ଥରେ ଟମାଟୋ ଗୋଟେ କିଲୋ ଆଣିଥିଲେ ଯେ ତିରିଶ ଟଙ୍କା ନେଇଗଲା। ଅଥଚ ସେଦିନ ବଜାର ଦର ଅନୁସାରେ ଟମାଟୋ ଦାମ୍‌ ଥିଲା କୋଡ଼ିଏ ଟଙ୍କା।
ନରିଆକୁ ଇନ୍ଦିରା ଆବାସ ଘର ଖଣ୍ଡେ ମିଳିଛି। ସେହି ଘରକୁ ଲାଗି ଚାଳିଆ ଖଣ୍ଡେ କରି ଦୋକାନ ମେଲିଛି ନରିଆ। ସ୍ତ୍ରୀ ସୁମି ଦୁଇଟା ଘରେ ରୋଷେଇ କାମ କରେ। ଗୋଟିଏ ବୋଲି ପୁଅ ତାଙ୍କର ରଙ୍ଗ କାମ କରେ। ଚଳଣିରେ ଆଦୌ ଅସୁବିଧା ନାହିଁ। ନରିଆ ମା’ ମଧ୍ୟ ପର ଘରେ ପାଇଟି କରେ। ନରିଆ ବାପା ଥିଲା ବେଳେ ସେ ପଦାକୁ ଗୋଡ଼ କାଢ଼ି ନ ଥିଲା। ଏଇ ଆଠ ଦଶ ବର୍ଷ ହେଲା କାମକୁ ଯାଉଛି।
ଆଗରୁ ନରିଆ ଖାଲି ପରିବା ବିକୁଥିଲା। ଆଜିକାଲି ଫଳ ରଖିଲାଣି। ଫଳ କହିଲେ, ଦୁଇଚାରି କିଲୋ ସେଓ, ତିନି ଚାରି ଡଜନ କଦଳୀ, ଦି’ ଚାରିଟା ଡାଳିମ୍ବ ଗୋଟାଏ ବଡ଼ ପାଛିଆରେ ଶୁଖିଲା ମୁହଁରେ ମୁରୁକି ହସା ଦେଇ ଗରାଖଙ୍କୁ ଅନେଇଥାନ୍ତି। ଅନନ୍ତବାବୁଙ୍କୁ ଦେଖି ନରିଆ ଡାକ ଛାଡ଼ିଲା। ହୋ ଅନନ୍ତବାବୁ, ଫଳ ନଉନାହାନ୍ତି। ଭଲ ବେଦନା ଆଣିଛି। ରସ କରି ପିଇ ଦେଲେ ଦିହରେ ରକତ ହେବ। ଆପଣଙ୍କର ବି ବଅସ ହେଲାଣି, ନିତି ଗୋଟାଏ ଲେଖାଁ ସେଓ ଖାଆନ୍ତୁ ଦେହ ଭଲ ରହିବ।
ନରିଆ କଥା ଶୁଣି ବି ନ ଶୁଣିଲା ଭଳି ଚାଲି ଯାଉଥିଲେ ଅନନ୍ତବାବୁ। ଶୁଖିଲା ସେଓ, ଡାଳିମ୍ବ ତରାଜୁରେ ଧରି ପାଖକୁ ମାଡ଼ି ଆସିଲା ନରିଆ। ‘ଫଳ ଘରେ ଅଛି’ କହିଲେ ଅନନ୍ତବାବୁ। ତଥାପି ଡାଳିମ୍ବଟିଏ ଦେଖେଇ ନରିଆ କହିଲା, ‘ନିଅନ୍ତୁ, ବଢିଆ ରସ ବାହାରିବ।’ ଏଇ ଗୋଟାକ ୩୦ ଟଙ୍କା ମାତ୍ର। ୪୦ରେ ବିକିଥିଲି, ଆପଣଙ୍କ ପାଇଁ ଶସ୍ତା କରିଦେଲି। ନରିଆ କଥା ନ ଶୁଣି ଆଗକୁ ପାଦ ପକେଇଲେ ଅନନ୍ତବାବୁ। ପଛରୁ ନରିଆ ପାଟି କରୁଥିଲା, ‘ପଇସାକୁ ଜଗିଲେ ହବ? ଦେହକୁ ଯାହା ହିତ ଖାଇବା କଥା ନା…। ତା’ କଥାଗୁଡ଼ାକ ତତଲା ବାଲି ଛିଟିକି ମୁହଁ ନାକରେ ପଶିଗଲା ଭଳି ଲାଗୁଥିଲା ଅନନ୍ତବାବୁଙ୍କୁ। କରୋନା ବେଳେ ମାସସାରା କେମିତି ହିସାବକିତାବ କରି ଚଳିବାକୁ ହଉଛି ସେ ନିଜେ ଜାଣନ୍ତି, ନରିଆ କାହୁଁ ବୁଝିବ?
ଅନନ୍ତବାବୁ ସାଧାରଣ ସରକାରୀ ଚାକିରି ଖଣ୍ଡେ କରିଥିଲେ, କେତେ ବା ପାଉଛନ୍ତି ପେନ୍‌ସନ? ଲୋନ୍‌ କରି ଘର ଖଣ୍ଡେ କରିଥିଲେ ଯେ ଚାକିରିରୁ ଅବସର ନେବାର ୪ବର୍ଷ ଆଗରୁ ଶୁଝା ସରିଲା। ବଡ଼ ଝିଅର ବାହାଘର ସାରି ଦେଇଛନ୍ତି, ସାନ ଝିଅ ପାଇଁ ଏପର୍ଯ୍ୟନ୍ତ ପାତ୍ରଟିଏ ମିଳୁ ନାହିଁ। ଝିଅଟି ଗୋଟିଏ ପ୍ରାଇଭେଟ୍‌ ସ୍କୁଲରେ ସ୍ବଳ୍ପ ଦରମାରେ ଚାକିରି କରିଛି। ଏହି ପେନ୍‌ସନ ଟଙ୍କାରେ ଘର ଖର୍ଚ୍ଚ, ପୁନିଅ ପର୍ବ ଭାର ବେଭାର ରୋଗିଣା ସ୍ତ୍ରୀର ଔଷଧ ଖର୍ଚ୍ଚ ସାଙ୍ଗକୁ ବୃଦ୍ଧ ବାପା ମା’ଙ୍କ ଦାୟିତ୍ୱ ସବୁ ତାଙ୍କରି ଉପରେ ହିଁ ନ୍ୟସ୍ତ। ପାଖ ପଡ଼ୋଣୀ ଖୁଣ୍ଟା ଦେଲା ଭଳି କହନ୍ତି; ‘ଆପଣ ତ ସରକାରୀ ପେନ୍‌ସନ ପାଉଛନ୍ତି, ଅସୁବିଧା କ’ଣ?’ କିଏ ବା ବୁଝେ ନିମ୍ନ ମଧ୍ୟବିତ୍ତର ଯନ୍ତ୍ରଣାକୁ?
ରାସ୍ତାରେ ଯାଉଯାଉ ଅନନ୍ତବାବୁଙ୍କର ଆଖି ପଡ଼ିଲା ଲମ୍ବା ଲାଇନରେ କରୋନାଜନିତ ବ୍ୟବଧାନ ରକ୍ଷା କରି ଗୁଡ଼ାଏ ଲୋକ ଠିଆ ହୋଇଛନ୍ତି। ସରକାରଙ୍କ ତରଫରୁ ଡାଲି, ଚାଉଳ, ତେଲ, ଆଳୁ ବଣ୍ଟା ହେଉଛି। ନରିଆ ମା’ ସେହି ଭିଡ଼ରେ ଠିଆ ହୋଇଚି ବ୍ୟାଗଟିଏ ଧରି। ନରିଆ ମା’କୁ ଦୂରରୁ ଚାହିଁଲେ ଅନନ୍ତବାବୁ। ସେ କ’ଣ ବୁଝିଲା କେଜାଣି ହାତରେ ଧରିଥିବା ପଡ଼ିକାର୍ଡଟାକୁ ଦେଖେଇ କହିଲା, ‘ଏସବୁ ଆମ ପାଇଁ… ଆପଣଙ୍କ ପାଇଁ ନୁହେଁ।’
ମୁହଁକୁ ବିକୃତ କରି ଆଗକୁ ଚାଲିଲେ ଅନନ୍ତବାବୁ। ବୁଢ଼ୀ ବୋଧେ ଭାବିଲା, ବ୍ୟାଗ୍‌ ଧରି ଅନନ୍ତବାବୁ ତାରି ଧାଡ଼ିରେ ଠିଆ ହେବାକୁ ଆସିଛନ୍ତି। ଏକଥା ମନକୁ ମନ କହି ହେଉଥିଲେ ଅନନ୍ତବାବୁ।
ଅବଶ୍ୟ ସେ ଭଲ କରି ଜାଣନ୍ତି ଏସବୁ ଗରିବଗୁରୁବାଙ୍କ ପାଇଁ ସରକାର ଦେଉଛନ୍ତି। ହେଲେ ନରିଆ ଘରର ରୋଜଗାର ତ ତାଙ୍କଠାରୁ ଯଥେଷ୍ଟ ଅଧିକ। କିଏ ବା ବୁଝିବ ସେ କଥା? ନା ସରକାର ନା ନରିଆ ଭଳିଆ ଲୋକମାନେ? ହଁ, ତାଙ୍କ ପାଖରେ ସିନା ଅର୍ଥର ଅଭାବ, ହେଲେ ସେ ତ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନା! ଯିଏ ଏହି ଶୂନ୍ୟ ବ୍ୟାଗଟି ଭିତରେ ଅଭାବୀ ବୋଝକୁ ବୋହିବୋହି, କିଛି ଟଙ୍କା ବଞ୍ଚେଇ, ମାପିଚୁପି ଚଳିବା ପାଇଁ ଚାଲିଚାଲି ହାଟକୁ ଯାଉଛନ୍ତି।
ବୁଢ଼ୀଚଣ୍ଡୀ ଲେନ୍‌, ତୁଳସୀପୁର, କଟକ
ମୋ-୯୯୩୭୦୮୭୧୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri