ଚାଷୀଙ୍କ ଦୁଃଖ ବଢ଼ାଇଲା ଅଦିନିଆଁ ବର୍ଷା: ଉଜୁଡ଼ିଲା ଧାନ, ଆଶଙ୍କାରେ କ୍ଷତିପୂରଣ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। କେତେବେଳେ ରୋଗପୋକ ତ ଆଉକେବେ ଅଦିନିଆଁ ବର୍ଷା ଚାଷୀଙ୍କ ଧାନ ଫସଲକୁ ଉଜାଡ଼ି ଦେଉଛି। ବର୍ତ୍ତମାନ ଜିଲାରେ ଏଭଳି ସ୍ଥିତି ଉପୁଜିଛି। ଚାଷୀଙ୍କ ରବିଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ଅଦିନିଆଁ ବର୍ଷା ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। କ୍ରମାଗତ ଭାବେ ଶନିବାର ଏବଂ ରବିବାର ଜିଲାରେ ହୋଇଥିବା ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଧାନ ଫସଲ ଉଜୁଡ଼ି ଯାଇଛି। ମୁଖ୍ୟତଃ ଏଥିରେ ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ସରକାରଙ୍କ ତୃଟୀପୂର୍ଣ୍ଣ ବ୍ୟବସ୍ଥା ଯୋଗୁ କ୍ଷତିପୂରଣ ସହାୟତା ମିଳିବା ଆଶା କ୍ଷୀଣ ରହିଛି। ଅନ୍ୟପଟେ ରବିବାର ଭଳି ସୋମବାର ସନ୍ଧ୍ୟାରୁ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ଜିଲାରେ ମେ ମାସର ସ୍ବାଭାବିକ ବୃଷ୍ଟିପାତ(ବର୍ଷା) ପରିମାଣ ୨୭.୧ ମି.ମି ରହିଛି। ମାତ୍ର ରବିବାର ହୋଇଥିବା ବର୍ଷା ବିଗତବର୍ଷ ଗୁଡ଼ିକର ରେକର୍ଡ଼ ଭାଙ୍ଗି ଦେଇଛି। ରବିବାର ଜିଲାର ବରପାଲି ବ୍ଲକରେ କେବଳ ୫୨ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ ହୋଇଛି। ସେହିପରି ବରଗଡ଼ରେ ୨୭.୪, ଅତାବିରାରେ ୨୫.୨, ଭଟଲିରେ ୧୦.୬, ପଦ୍ମପୁରରେ ୮, ସୋହେଲାରେ ୧ ଏବଂ ପାଇକମାଳରେ ୭ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ ହୋଇଛି। ଅନ୍ୟ ବ୍ଲକରେ ବର୍ଷାର ସେଭଳି ପ୍ରଭାବ ଦେଖାଯାଇ ନଥିଲା। ମାତ୍ର ଶନିବାର ଅମ୍ବାଭୋନା ବ୍ଲକରେ ୮, ବରଗଡ଼ରେ ୧.୮, ବରପାଲି ବ୍ଲକରେ ୧୨, ଭଟଲି ବ୍ଲକରେ ୧୯.୪, ଭେଡ଼େନରେ ୩.୨, ବିଜେପୁରରେ ୧୪, ଗାଇସିଲେଟ୍‌ରେ ୫.୨, ପଦ୍ମପୁରରେ ୨, ଏବଂ ପାଇକମାଳ ବ୍ଲକରେ ୨୨ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ଏହା ପୂର୍ବରୁ ଗତ ୪ତାରିଖ ଜିଲାର ସବୁ ବ୍ଲକରେ ବର୍ଷା ହୋଇଥିଲା। ଉକ୍ତ ଦିନ ଅମ୍ବାଭୋନାରେ ୧୭, ଅତାବିରାରେ ୧୩.୪, ବରଗଡ଼ରେ ୧୩.୬, ବରପାଲିରେ ୧୪, ଭଟଲିରେ ୮.୬, ଭେଡ଼େନରେ ୨୦.୩, ବିଜେପୁରରେ ୨୭, ଗାଇସିଲେଟରେ ୩୨.୨, ଝାରବନ୍ଧରେ ୧୧, ପଦ୍ମପୁରରେ ୫, ସୋହେଲାରେ ୧ ଏବଂ ପାଇକମାଳ ବ୍ଲକରେ ୧୧ମି.ମି ବୃଷ୍ଟିପାତ ରେକର୍ଡ ହୋଇଛି।
ମେ ମାସରେ ଚାଷୀମାନେ ରବିଧାନ ଅମଳ କରୁଥିବାବେଳେ ଏହି ସମୟରେ ବର୍ଷା ଚାଷୀଙ୍କ ପାଇଁ ଚଡ଼କ ସଦୃଶ ହୋଇଛି। ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବା ବେଳେ କରାମାଡ଼ ହୋଇଥିଲା। ଫଳରେ ଏହାର ପ୍ରଭାବରେ ଭଟଲି ବ୍ଲକ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ଧାନ ଅମଳ ଚାଲିଥିବାବେଳେ ଅଦିନିଆଁ ବର୍ଷା ଚାଷୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। ରବିବାର ହୋଇଥିବା ବର୍ଷାରେ ବରପାଲି ବ୍ଲକର ଲେଣ୍ଡା, କଦଲିପାଲି, ଅଇଁଠାପାଲି, ଧିରପୁର, କାଇଁଶିର, ବଡ଼ଗାଁ, ରେମତା ଆଦି ଅଞ୍ଚଳରେ କ୍ଷେତରେ ଅମଳ ଅପେକ୍ଷାରେ ରହିଥିବା ଧାନ ଏବଂ ଅମଳ ହୋଇ ଖଳାରେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ବର୍ଷାର ପ୍ରଭାବ ଏତେ ଥିଲା ଯେ, ଠିଆ ଧାନଗଛ ସବୁ ଜମିରେ ପଡ଼ି ବର୍ଷା ଘେରରେ ରହିଥିଲା। ସେହିପରି କ୍ଷେତ, ଖଳାରେ ରହିଥିବା ଅମଳ ଧାନ ମଧ୍ୟ ସେଭଳି ପ୍ରଭାବିତ ହୋଇଥିଲା।
ଫସଲ ଆରମ୍ଭରୁ ଚାଷୀମାନେ ଫସଲବୀମା କରୁଛନ୍ତି। କିନ୍ତୁ ଏବେ ଏଭଳି ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବସିଡ଼ି କିମ୍ବା ବୀମା କ୍ଷତିପୂରଣ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସରକାରୀ ବ୍ୟବସ୍ଥା ଅନୁଯାୟୀ, ଏପର୍ଯ୍ୟନ୍ତ ଅମଳ ଧାନ ଅର୍ଥାତ୍‌ ଚୂନଧାନରେ କ୍ଷତିପୂରଣ ବ୍ୟବସ୍ଥା ହୋଇ ନାହିଁ। ସେହିପରି ଠିଆ ଧାନ ୩୩ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହେଲେ ଯାଇ କ୍ଷତିପୂରଣ ବ୍ୟବସ୍ଥା ରହିଛି। ମାତ୍ର ହେକ୍ଟର ପ୍ରତି ଅମଳ ଧାନ ପରିମାଣ ସରକାରୀ ଭାବେ ବୃଦ୍ଧି କରାଯାଉ ନଥିବାରୁ ତାହା ମଧ୍ୟ କ୍ଷତିପୂରଣ ପାଇଁ ବାଧକ ସାଜୁଛି ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଫସଲକ୍ଷତି ହେବାର ୭୨ଘଣ୍ଟା ମଧ୍ୟରେ ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରିବା ନିର୍ଦ୍ଦେଶ ରହିଛି। ଏହାର ୧୦ଦିନ ମଧ୍ୟରେ ସର୍ଭେ ରିପୋର୍ଟ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ତେବେ ଏଭଳି କଟକଣା ଯୋଗୁ ସମ୍ପୃକ୍ତ କ୍ଷତିଗ୍ରସ୍ତ ଚାଷୀମାନେ ବୀମା କ୍ଷତିପୂରଣ ପାଇବା ନେଇ ମଧ୍ୟ ଆଶଙ୍କା ଦେଖାଯାଇଛି। ଏହାସତ୍ତ୍ୱେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସଂଯୁକ୍ତ କୃଷକ ସଂଗଠନ ଦୃଢ଼ ଦାବି କରିବ ବୋଲି ମହାପାତ୍ର କହିଛନ୍ତି। ରବିବାର ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ସଙ୍ଗଠନର ସଦସ୍ୟ ସୁରେଶ ନେକାଣ୍ଟି, ବରପାଲି କୃଷକ ସଙ୍ଗଠନର ଟେକରାଜ ପ୍ରଧାନ, କାରଣ ସାହୁ ତପନ ମିଶ୍ର ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri