ଚାଷୀଙ୍କ ଦୁଃଖ ବଢ଼ାଇଲା ଅଦିନିଆଁ ବର୍ଷା: ଉଜୁଡ଼ିଲା ଧାନ, ଆଶଙ୍କାରେ କ୍ଷତିପୂରଣ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। କେତେବେଳେ ରୋଗପୋକ ତ ଆଉକେବେ ଅଦିନିଆଁ ବର୍ଷା ଚାଷୀଙ୍କ ଧାନ ଫସଲକୁ ଉଜାଡ଼ି ଦେଉଛି। ବର୍ତ୍ତମାନ ଜିଲାରେ ଏଭଳି ସ୍ଥିତି ଉପୁଜିଛି। ଚାଷୀଙ୍କ ରବିଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ଅଦିନିଆଁ ବର୍ଷା ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। କ୍ରମାଗତ ଭାବେ ଶନିବାର ଏବଂ ରବିବାର ଜିଲାରେ ହୋଇଥିବା ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଧାନ ଫସଲ ଉଜୁଡ଼ି ଯାଇଛି। ମୁଖ୍ୟତଃ ଏଥିରେ ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ସରକାରଙ୍କ ତୃଟୀପୂର୍ଣ୍ଣ ବ୍ୟବସ୍ଥା ଯୋଗୁ କ୍ଷତିପୂରଣ ସହାୟତା ମିଳିବା ଆଶା କ୍ଷୀଣ ରହିଛି। ଅନ୍ୟପଟେ ରବିବାର ଭଳି ସୋମବାର ସନ୍ଧ୍ୟାରୁ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ଜିଲାରେ ମେ ମାସର ସ୍ବାଭାବିକ ବୃଷ୍ଟିପାତ(ବର୍ଷା) ପରିମାଣ ୨୭.୧ ମି.ମି ରହିଛି। ମାତ୍ର ରବିବାର ହୋଇଥିବା ବର୍ଷା ବିଗତବର୍ଷ ଗୁଡ଼ିକର ରେକର୍ଡ଼ ଭାଙ୍ଗି ଦେଇଛି। ରବିବାର ଜିଲାର ବରପାଲି ବ୍ଲକରେ କେବଳ ୫୨ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ ହୋଇଛି। ସେହିପରି ବରଗଡ଼ରେ ୨୭.୪, ଅତାବିରାରେ ୨୫.୨, ଭଟଲିରେ ୧୦.୬, ପଦ୍ମପୁରରେ ୮, ସୋହେଲାରେ ୧ ଏବଂ ପାଇକମାଳରେ ୭ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ ହୋଇଛି। ଅନ୍ୟ ବ୍ଲକରେ ବର୍ଷାର ସେଭଳି ପ୍ରଭାବ ଦେଖାଯାଇ ନଥିଲା। ମାତ୍ର ଶନିବାର ଅମ୍ବାଭୋନା ବ୍ଲକରେ ୮, ବରଗଡ଼ରେ ୧.୮, ବରପାଲି ବ୍ଲକରେ ୧୨, ଭଟଲି ବ୍ଲକରେ ୧୯.୪, ଭେଡ଼େନରେ ୩.୨, ବିଜେପୁରରେ ୧୪, ଗାଇସିଲେଟ୍‌ରେ ୫.୨, ପଦ୍ମପୁରରେ ୨, ଏବଂ ପାଇକମାଳ ବ୍ଲକରେ ୨୨ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ଏହା ପୂର୍ବରୁ ଗତ ୪ତାରିଖ ଜିଲାର ସବୁ ବ୍ଲକରେ ବର୍ଷା ହୋଇଥିଲା। ଉକ୍ତ ଦିନ ଅମ୍ବାଭୋନାରେ ୧୭, ଅତାବିରାରେ ୧୩.୪, ବରଗଡ଼ରେ ୧୩.୬, ବରପାଲିରେ ୧୪, ଭଟଲିରେ ୮.୬, ଭେଡ଼େନରେ ୨୦.୩, ବିଜେପୁରରେ ୨୭, ଗାଇସିଲେଟରେ ୩୨.୨, ଝାରବନ୍ଧରେ ୧୧, ପଦ୍ମପୁରରେ ୫, ସୋହେଲାରେ ୧ ଏବଂ ପାଇକମାଳ ବ୍ଲକରେ ୧୧ମି.ମି ବୃଷ୍ଟିପାତ ରେକର୍ଡ ହୋଇଛି।
ମେ ମାସରେ ଚାଷୀମାନେ ରବିଧାନ ଅମଳ କରୁଥିବାବେଳେ ଏହି ସମୟରେ ବର୍ଷା ଚାଷୀଙ୍କ ପାଇଁ ଚଡ଼କ ସଦୃଶ ହୋଇଛି। ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବା ବେଳେ କରାମାଡ଼ ହୋଇଥିଲା। ଫଳରେ ଏହାର ପ୍ରଭାବରେ ଭଟଲି ବ୍ଲକ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ଧାନ ଅମଳ ଚାଲିଥିବାବେଳେ ଅଦିନିଆଁ ବର୍ଷା ଚାଷୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। ରବିବାର ହୋଇଥିବା ବର୍ଷାରେ ବରପାଲି ବ୍ଲକର ଲେଣ୍ଡା, କଦଲିପାଲି, ଅଇଁଠାପାଲି, ଧିରପୁର, କାଇଁଶିର, ବଡ଼ଗାଁ, ରେମତା ଆଦି ଅଞ୍ଚଳରେ କ୍ଷେତରେ ଅମଳ ଅପେକ୍ଷାରେ ରହିଥିବା ଧାନ ଏବଂ ଅମଳ ହୋଇ ଖଳାରେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ବର୍ଷାର ପ୍ରଭାବ ଏତେ ଥିଲା ଯେ, ଠିଆ ଧାନଗଛ ସବୁ ଜମିରେ ପଡ଼ି ବର୍ଷା ଘେରରେ ରହିଥିଲା। ସେହିପରି କ୍ଷେତ, ଖଳାରେ ରହିଥିବା ଅମଳ ଧାନ ମଧ୍ୟ ସେଭଳି ପ୍ରଭାବିତ ହୋଇଥିଲା।
ଫସଲ ଆରମ୍ଭରୁ ଚାଷୀମାନେ ଫସଲବୀମା କରୁଛନ୍ତି। କିନ୍ତୁ ଏବେ ଏଭଳି ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବସିଡ଼ି କିମ୍ବା ବୀମା କ୍ଷତିପୂରଣ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସରକାରୀ ବ୍ୟବସ୍ଥା ଅନୁଯାୟୀ, ଏପର୍ଯ୍ୟନ୍ତ ଅମଳ ଧାନ ଅର୍ଥାତ୍‌ ଚୂନଧାନରେ କ୍ଷତିପୂରଣ ବ୍ୟବସ୍ଥା ହୋଇ ନାହିଁ। ସେହିପରି ଠିଆ ଧାନ ୩୩ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହେଲେ ଯାଇ କ୍ଷତିପୂରଣ ବ୍ୟବସ୍ଥା ରହିଛି। ମାତ୍ର ହେକ୍ଟର ପ୍ରତି ଅମଳ ଧାନ ପରିମାଣ ସରକାରୀ ଭାବେ ବୃଦ୍ଧି କରାଯାଉ ନଥିବାରୁ ତାହା ମଧ୍ୟ କ୍ଷତିପୂରଣ ପାଇଁ ବାଧକ ସାଜୁଛି ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଫସଲକ୍ଷତି ହେବାର ୭୨ଘଣ୍ଟା ମଧ୍ୟରେ ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରିବା ନିର୍ଦ୍ଦେଶ ରହିଛି। ଏହାର ୧୦ଦିନ ମଧ୍ୟରେ ସର୍ଭେ ରିପୋର୍ଟ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ତେବେ ଏଭଳି କଟକଣା ଯୋଗୁ ସମ୍ପୃକ୍ତ କ୍ଷତିଗ୍ରସ୍ତ ଚାଷୀମାନେ ବୀମା କ୍ଷତିପୂରଣ ପାଇବା ନେଇ ମଧ୍ୟ ଆଶଙ୍କା ଦେଖାଯାଇଛି। ଏହାସତ୍ତ୍ୱେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସଂଯୁକ୍ତ କୃଷକ ସଂଗଠନ ଦୃଢ଼ ଦାବି କରିବ ବୋଲି ମହାପାତ୍ର କହିଛନ୍ତି। ରବିବାର ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ସଙ୍ଗଠନର ସଦସ୍ୟ ସୁରେଶ ନେକାଣ୍ଟି, ବରପାଲି କୃଷକ ସଙ୍ଗଠନର ଟେକରାଜ ପ୍ରଧାନ, କାରଣ ସାହୁ ତପନ ମିଶ୍ର ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri