ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ

ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ ପାଚିଲା ଧାନ ଅମଳ କରିପାରୁ ନାହାନ୍ତି। ଏପରିକି ଯାହା ଅମଳ ହୋଇଛି ତାହାକୁ ମଧ୍ୟ ବିକ୍ରୟ କରିପାରୁ ନାହାନ୍ତି। ବର୍ଷା ପାଇଁ ଧାନ ମଣ୍ଡି ଏକପ୍ରକାର ଠପ ହୋଇଯାଇଛି। କେତେକ ସ୍ଥାନରେ ପବନ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଯୋଗୁ ପାଚିଲା ଧାନ କେଣ୍ଡା ଜମିରେ ପଡ଼ିଯାଇ ନଷ୍ଟ ହେବା ସହିତ ଗଜା ହେଉଥିବା ଦେଖାଯାଇଛି। ଏପଟେ ଶ୍ରମିକ ମିଳୁ ନ ଥିବାବେଳେ ମେଶିନରେ ଧାନ କାଟିବା ସମ୍ଭବ ହେଉନାହିଁ। ଅଞ୍ଚଳରେ ୬୦ ପ୍ରତିଶତ ଧାନ ଅମଳ ହୋଇଥିବା କର୍ଲାମୁଣ୍ଡା କୃଷି ବିଭାଗ ଆକଳନ କରିଛି। କଟାଯାଇଥିବା ଧାନ ଗଚ୍ଛିତ ରଖିବା ପାଇଁଁ ପଲିଥିନ ହିଁ ଭରସା ପାଲଟିଛି।

ଅଞ୍ଚଳର ତେରେସିଂହା ପୈlରକେଲା ଯୋରାଡ୍ରବରା,ରିଞ୍ଜା, ସ. ମାଲପଡା,ଖରଜୁରା ବୁଢିପଦର, ବିନ୍ଧାଣି, ପୁଟିଗାଁ, ଭଲି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ କାଟିଥିବା ଚାଷଜମିରେ ଶୋଇପଡି ନଷ୍ଟ ହେବା ସହିତ ଗଜା ହେଉଥିବା ଦେଖାଯାଉଛି। କେତେକ ଅଞ୍ଚଳରେ ୧୦ ପ୍ରତିଶତ ମଧ୍ୟ ଧାନ କ୍ରୟ ହୋଇ ନ ଥିବା ଜଣାପଡିଛି। ଅଞ୍ଚଳର କିଛି ସ୍ଥାନରେ ଧାନ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି । ଏଭଳି ସମୟରେ ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇ ଉଠିଛନ୍ତି। ଗାଁକୁ ଗାଁ ଯାଇ କମ୍‌ ମୂଲ୍ୟରେ ଧାନ ସଂଗ୍ରହ କରିବାରେ ଲାଗିଛନ୍ତି। ଗଚ୍ଛିତ ରଖିବା ପାଇଁଁ ସ୍ଥାନ ଅଭାବରୁ ଚାଷୀମାନେ କମ ମୂଲ୍ୟରେ ମଧ୍ୟ ଟେକିଦେବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦୁଇଦିନ ଏପରି ଲଗାଣ ବର୍ଷା ଲାଗି ରହିଲେ ବିପୁଳ କ୍ଷୟକ୍ଷତି ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri