ଅସୁରକ୍ଷିତ ଗୁଣ୍ଡିଚା ମନ୍ଦିର; ଗଛ ଭର୍ତ୍ତି, ସଫା ପାଇଁ ଉଦ୍ୟମ ହେଉନି

ସୋନପୁର,୧୨।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ସବୁଠୁ ଉଚ୍ଚ ଓ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ହେଉଛି ଗୁଣ୍ଡିଚା ମନ୍ଦିର। ଏହି ମନ୍ଦିର ଉପରେ ଏବେ ବର ଓ ଅଶ୍ୱତଥ ଗଛ ଭର୍ତ୍ତି ହୋଇଗଲାଣି। ଗଛଗୁଡିକ ବଢି କ୍ରମେ ୪ରୁ ୫ଫୁଟ ହେଲାଣି। ଗଛର ଚେର ମନ୍ଦିର ଭିତରେ ପ୍ରବେଶ କରି ଫାଟ ସୃଷ୍ଟି କରୁଛି। ବର୍ଷା ହେଲେ ଗଛର ଚେର ବାଟେ ପାଣି ଝରୁଛି। ଏହା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ମନ୍ଦିରର ମରାମତି ଓ ଗଛ ସଫା ପାଇଁ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ରଥଯାତ୍ରା ସମୟରେ ତିନି ଠାକୁର ଏହି ମନ୍ଦିରରେ ବିଜେ ହୁଅନ୍ତି। ଏହି ସମୟରେ ମନ୍ଦିରରେ ପ୍ରବଳ ଗହଳି ଲାଗେ। ମାତ୍ର ଗତ ରଥଯାତ୍ରା ସମୟରେ ମନ୍ଦିର ଚୁଳରେ ଥିବା ଗଛ ସଫା ହେଲାନି କି ରଙ୍ଗ ଦିଆଗଲାନି। ସହରବାସୀ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ମନ୍ଦିରର ମରାମତି ପାଇଁ ଅନୁଦାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ସୁବର୍ଣ୍ଣପୁର ଗସ୍ତ ସମୟରେ ଅଞ୍ଚଳବାସୀ ଲିଖିତ ଭାବେ ଅନୁରୋଧ କରିଥିଲେ। ତେବେ ଏହି ଅଭିଯୋଗ ଉପରେ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନି। ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ୧୦୮ଟି ଦେବାଦେବୀଙ୍କ ମନ୍ଦିର ରହିଛି। ଏହି ସହରକୁ ଦେଶର ଦ୍ୱିତୀୟ ବାରଣାସୀ ବୋଲି କୁହାଯାଏ। ଏଠାରେ ବହୁ ପ୍ରାଚୀନ ତଥା ଐତିହାସିକ ପୀଠ ରହିଛି। ତେବେ ଏହି ପୁରାତନ ମନ୍ଦିରଗୁଡିକର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉନି। ଗୁଣ୍ଡିଚା ମନ୍ଦିର ଓ ଚତୁଃପାର୍ଶ୍ୱ କାନ୍ଥରେ ବହୁ ଗଛ ଉଠିଲାଣି। ଦେଢବର୍ଷରୁ ଊର୍ଦ୍ଧ୍ୱ ହେବ ସେଗୁଡିକୁ ସଫା କରାଯାଉନି। ସହରର ବଡବଜାରଠାରେ ଥିବା ଏହି ମନ୍ଦିରକୁ ରାଣୀ ଗୁଣ୍ଡିଚା ଦେବୀ ୧୮୩୭ ମସିହାରେ ନିର୍ମାଣ କରିଥିଲେ। ମନ୍ଦିରରେ ନୃସିଂହ ଭଗବାନ ପୂଜା ପାଆନ୍ତି। ମନ୍ଦିରର ନାଟ ମଣ୍ଡପରେ କଲିକତାରୁ ଅଣାଯାଇଥିବା ଲୁହା ପିଲାର ଲାଗିଛି। ମନ୍ଦିରଟି ଖୁବ୍‌ ଉନ୍ନତମାନର ଓ କାରୂକାର୍ଯ୍ୟ ପୂର୍ଣ୍ଣ ଭାବେ ନିର୍ମିତ ହୋଇଛି । ସମସ୍ତ ପୂଜା ପାର୍ବଣରେ ଏହି ମନ୍ଦିର ପ୍ରମୁଖ ଭୂମିକା ନିଭାଇ ଥାଏ। କିନ୍ତୁ ପ୍ରଶାସନ ପକ୍ଷରୁ ମନ୍ଦିରକୁ ଅଣଦେଖା କରାଯାଉଥିବା ସହରବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri