ଅପୂର୍ବ ସୁଯୋଗ

Dillip Cherian

ଆସନ୍ତା ମାସରେ ଓ୍ୟପଚାରିକ ଭାବେ ଇଣ୍ଡୋନେସିଆଠାରୁ ଭାରତ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବାଲି ଯାଇଥିଲେ। ସେଠାରେ ଜି୨୦ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ବୈଶ୍ୱିକ ଅର୍ଥ ବ୍ୟବସ୍ଥା, ଶକ୍ତି, ପରିବେଶ, କୃଷି, ସ୍ବାସ୍ଥ୍ୟ ଓ ଡିଜିଟାଲ ସରବରାହର ସ୍ଥିତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ସ୍ପଷ୍ଟତଃ, ଏହି ସବୁ ପ୍ରମୁଖ କ୍ଷେତ୍ରରେ ଭାରତ କାର୍ଯ୍ୟପନ୍ଥାର ପୁନଃ ସମାୟୋଜନ କରିବା ସହ ଭବିଷ୍ୟତ ପାଇଁ ବିଶ୍ୱକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖୁଛି। ଏକ ବୈଶ୍ୱିକ ଇତିହାସ ରଚିବାରେ ଭାରତ ପାଇଁ ଜି୨୦ ଅଧ୍ୟକ୍ଷତାକୁ ଏକ ଅପୂର୍ବ ସୁଯୋଗ ଭାବେ ଦେଖାଯାଇଛି। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୨୦୦ ବୈଠକ କରାଯାଇପାରେ। ପରମ୍ପରା ଅନୁଯାୟୀ ଉକ୍ତ ସମ୍ମିଳନୀ ଓ ବୈଠକକୁ ଭାରତ କେତେକ ଅତିଥି ଦେଶ ଓ ଅନ୍ତର୍ଜାତୀୟ ସଂଗଠନକୁ ନିମନ୍ତ୍ରଣ କରିବ। ଏଣୁ ତ୍ରୁଣମୂଳ ସ୍ତରରେ ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାର ମୁଖ୍ୟ ସଂଯୋଜକ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ନେତୃତ୍ୱରେ ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ) ବି ବହୁତ କିଛି କାର୍ଯ୍ୟ କରିସାରିଲାଣ। ତାଙ୍କୁ ସହଯୋଗ କରୁଛନ୍ତି ବୈଦେଶିକ ସଚିବ ବିନୟ କ୍ୱାତ୍ରା ଏବଂ ଭାରତର ଜି୨୦ ମୁଖ୍ୟ ପଥପ୍ରଦର୍ଶକ ଅମିତାଭ କାନ୍ତ। ଏମ୍‌ଇଏ ପର୍ଯ୍ୟବେକ୍ଷକମାନେ କହନ୍ତି ଯେ, ଉକ୍ତ ଆଲୋଚନା ସମାବେଶି ଅଭିବୃଦ୍ଧି, ଶକ୍ତି ସୁରକ୍ଷା, ବିପର୍ଯ୍ୟୟ ବିପଦ ହ୍ରାସ, ବିକାଶଗତ ସହଯୋଗ, କୃଷି, ଜଳବାୟୁ ପାଣ୍ଠି ଯୋଗାଣ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ବହୁରାଷ୍ଟ୍ରୀୟ ସୁଧାରଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବ। ଭାରତ ଅଧ୍ୟକ୍ଷତାରେ ବର୍ଷ ବ୍ୟାପୀ ଅନୁଷ୍ଠିତ ଜି୨୦ କାର୍ଯ୍ୟକ୍ରମ ମଧ୍ୟରେ ଏମ୍‌ଇଏ କୂଟନୀତିଜ୍ଞମାନେ ସତର୍କ ଦୃଷ୍ଟି ରଖିବାକୁ ବହୁତ କିଛି କରିବାକୁ ହେବ।
ବାବୁ ରାଜି ହେଉନାହାନ୍ତି
ତେଲଙ୍ଗାନା ଓ୍ବାକଫ୍‌ ବୋର୍ଡ ଜଣେ ସିଇଓ ଖୋଜୁଥିଲେ ବି ପାଇବାକୁ ସକ୍ଷମ ହୋଇନାହିଁ। ୍‌ବୋର୍ଡର କୁଶାସନ ଏବଂ ଏହାର କାର୍ଯ୍ୟକାରିତାରେ ରାଜ୍ୟ ସରକାରଙ୍କ ଅନାଗ୍ରହ ଯୋଗୁ ବୋର୍ଡଠାରୁ ଅଧିକାରୀମାନେ ଦୂରେଇ ରହିବା ସମ୍ଭାବନା ସୃଷ୍ଟିହୋଇଛି। ଜଣାପଡ଼ିଛି ଯେ, ଓ୍ବାକଫ ବୋର୍ଡକୁ ନେତୃତ୍ୱ ଦେବା ଲାଗି ଡେପୁଟି ସଚିବ ସ୍ତରର ମୁସଲିମ ଅଧିକାରୀଙ୍କୁ ମନାଇବା ପାଇଁ ବୋର୍ଡ ନେଇଥିବା ପଦକ୍ଷେପଗୁଡ଼ିକ ବିଫଳ ହୋଇଛି। ତେଲଙ୍ଗାନାର ଡେପୁଟି ସଚିବ ଏବଂ ତଦୂର୍ଦ୍ଧ୍ୱ ର଼୍ୟାଙ୍କର ଅଧିକାରୀ ଅବଦୁଲ ହମିଦ, ଅତିରିକ୍ତ ଜିଲାପାଳ, ଜାନଗାଁଓ; ଏମ୍‌.ଏ. ମାନ୍ନା, ଯୁଗ୍ମ ସଚିବ, ଆଇନ ବିଭାଗ ଏବଂ ବି. ସାଫିଉଲ୍ଲା, ସଚିବ,ତେଲଙ୍ଗାନା ମାଇନରିଟିଜ ରେସିଡେନସିଆଲ ଏଡୁକେଶନାଲ ଇନ୍‌ଷ୍ଟିଚ୍ୟୁଶନ ସୋସାଇଟି(ଟିଏମ୍‌ଆର୍‌ଇଆଇଏସ୍‌)ଙ୍କ ସମେତ ୬ ଜଣ ମୁସଲିମ୍‌ ଅଧିକାରୀ ଅଛନ୍ତି। ଏମାନେ ଓ୍ବାକଫ ବୋର୍ଡରେ ରହିବା ଲାଗି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଅତୀତରେ ସିଇଓମାନେ ମଧ୍ୟ ତାଙ୍କ ମୂଳ ବିଭାଗକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଅନୁରୋଧ କରିଥିବା ନଜିର ଅଛି। ଓ୍ବାକ୍‌ଫ ଆକ୍ଟ ଅନୁଯାୟୀ ସିଇଓ ଜଣେ ମୁସଲମାନ ହେବା ଉଚିତ ଯିଏ କି ଡେପୁଟି ସଚିବ ର଼୍ୟାଙ୍କ ତଳେ ନ ଥିବେ। ହେଲେ ଡେପୁଟି କଲେକ୍ଟର ର଼୍ୟାଙ୍କର ଅଧିକାରୀମାନଙ୍କୁ ବି ନିଯୁକ୍ତ କରାଯାଉଛି। ବହୁ ସମୟରେ ବୋର୍ଡ ସଦସ୍ୟମାନଙ୍କର ଅବାଞ୍ଛନୀୟ କାର୍ଯ୍ୟରେ ଜଣେ କମ୍‌ ର଼୍ୟାଙ୍କର ଅଧିକାରୀ ନୀରବ ଦ୍ରଷ୍ଟା ସାଜିବା ସହ ହାତବାନ୍ଧି ବସୁଛନ୍ତି। ପର୍ଯ୍ୟବେକ୍ଷକମାନେ ମନେକରୁଛନ୍ତି ଯେ , କେବଳ ଜଣେ ଆଇଏଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀଙ୍କ ଉପସ୍ଥିତି ସଦସ୍ୟମାନଙ୍କ ଏଭଳି କାର୍ଯ୍ୟରେ ବାଧା ଦେବ। ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କିଛି ନ କଲେ ଏହା ସେମିତି ଲାଗି ରହିବ।
ତରବରିଆ ପ୍ରତ୍ୟାହାର
ନିକଟରେ ଉତ୍ତରାଖଣ୍ଡ ଆୟୁର୍ବେଦ ଆଣ୍ଡ୍‌ ଉନାନୀ ଲାଇସେନସିଂ ଅଥରିଟି ଯୋଗଗୁରୁ ରାମଦେବଙ୍କ ୫ଟି ସାମଗ୍ରୀ ଉପତ୍ାଦନ ଉପରେ କଟକଣା ଘୋଷଣା କରିବା ପରେ ତତ୍‌କ୍ଷଣାତ ଉତ୍ତରାଖଣ୍ଡ ସରକାର ଏହାକୁ ହଟାଇ ଦେଇଛନ୍ତ। ଏହାସହ ଉତ୍ତରାଖଣ୍ଡ ଡ୍ରଗ୍‌ ନିୟାମକ ଡ. ଜି.ସି.ଏନ୍‌. ଜଙ୍ଗାପାଙ୍ଗି ଏକ ନୂଆ ଆଦେଶ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, ପୂର୍ବ ଆଦେଶକୁ ସଂଶୋଧନ କରାଯାଇଛି ଓ ମୂଳରୁ ଯେମିତି ୫ଟି ଉପତ୍ାଦର ଉପତ୍ାଦନ ହେଉଥିଲା ସେଭଳି କମ୍ପାନୀ ଜାରି ରଖିବ। ତରବରିଆ ଭାବେ ଆଦେଶ ପ୍ରତ୍ୟାହାର କରିବା ଘଟଣାରେ ସବୁ ଦୋଷ ଜଣେ ବାବୁଙ୍କ ଉପରେ ଲଦି ଦିଆଗଲା। ଜଙ୍ଗାପାଙ୍ଗିଙ୍କ ଅନୁଯାୟୀ, ତରବରିଆରେ କଟକଣା ଆଦେଶ ଜାରି କରାଯାଇଥିଲା ଏବଂ ଉପତ୍ାଦନକାରୀ କମ୍ପାନୀକୁ ତାହାର ସ୍ଥିତି ସମ୍ପର୍କରେ ଜଣାଇବା ଲାଗି ସମୟ ଦେବା ଉଚିତ ଥିଲା। ପରେ ରାମଦେବଙ୍କ କମ୍ପାନୀ ପ୍ରତିକ୍ରିୟାରେ କହିଛି, ଏଭଳି ତ୍ରୁଟି ଜଣେ ଅଧିକାରୀଙ୍କ ଅବିବେକୀପୂର୍ଣ୍ଣ ଭୁଲ୍‌ ଯୋଗୁ ହୋଇଛି। ଏହା ମଧ୍ୟ ଦାବି କରିଛି ଯେ, ଜଣେ ଡ୍ରଗ୍‌ ମାଫିଆଙ୍କ ପ୍ରରୋଚନାରେ ପ୍ରତିବନ୍ଧକ ଆଦେଶ କରାଯାଇଥିଲା ଏବଂ ଯେଉଁମାନେ ତା’ପ୍ରତିଷ୍ଠାରେ ଆଞ୍ଚ ଆଣିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୌତୂହଳର କଥା ହେଉଛି, ରାଜ୍ୟ ଅଥରିଟି ସହ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ଏହିସବୁ ଉପତ୍ାଦର ବିଜ୍ଞାପନ ଉପରେ କଡ଼ା ଦୃଷ୍ଟିକୋଣ ଆପଣାଇଥିଲା। କିନ୍ତୁ ରାଜ୍ୟ ଓ କେନ୍ଦ୍ରର ଏବକାର ରାଜନୈତିକ ବ୍ୟବସ୍ଥାରେ ଯଦି କମ୍ପାନୀ ବନ୍ଦ ହୋଇଯାଏ ତେବେ ଏହାର ଦୋଷ ଜଣେ ବାବୁଙ୍କ ଉପରେ ଲଦି ଦିଆଯିବା ସହଜ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri