ମହିଳାଙ୍କ ଅବୈତନିକ କାର୍ଯ୍ୟ

ଡା. ସବିିତା ମିଶ୍ର

ଆମ ଭାରତୀୟ ସଂସ୍କୃତିରେ ମହିଳାମାନେ ସାଧାରଣତଃ ଗୃହ ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ସେମାନେ ଜଣେ ମା’, ସ୍ତ୍ରୀ, ଝିଅ ଓ ସେବାକାରିଣୀ ଭାବରେ କାର୍ଯ୍ୟ ତୁଲାଇବା ସହିତ ଘରର ରୋଷେଇ, ପିଲାଙ୍କ ଯତ୍ନ, ପାଣି ଓ ଜାଳେଣି ସଂଗ୍ରହ, ଗୋରୁ ଯତ୍ନ, ବାଡ଼ିବଗିଚାରେ ପନିପରିବା ଉତ୍ପାଦନ ଆଦି କରିଥାନ୍ତି। ଆଉ ମଧ୍ୟ ଗ୍ରାମାଞ୍ଚଳର ମହିଳାମାନେ କୃଷିରେ ବିହନବୁଣା, ତଳିରୁଆ, ଘାସବଛା, ଫସଲକଟା, ଅମଳ ଓ ଅମଳ ପରବର୍ତ୍ତୀ ପର୍ଯ୍ୟାୟର ବିଭିନ୍ନ ଦାୟିତ୍ୱ ନେଇଥାନ୍ତି। ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଫୁର୍‌ସତ୍‌ ନ ଥାଏ। ଏହିପରି ଭାବରେ ସେମାନେ ଦିନର ୨୪ଘଣ୍ଟା ମଧ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟ ସାରିବାକୁ ବାଧ୍ୟ ହୋଇଥାନ୍ତି। ଫଳରେ ମହିଳାମାନଙ୍କୁ ଅତ୍ୟଧିକ ମାତ୍ରାରେ ଶାରୀରିକ ତଥା ମାନସିକ କ୍ଷେତ୍ରରେ କାର୍ଯ୍ୟରତ ରହିବାକୁ ପଡ଼େ ଓ ଶ୍ରମଦାନ ମଧ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ଏହିସବୁ କାର୍ଯ୍ୟ କରିବାରେ ମହିଳାମାନଙ୍କୁ କୌଣସି ମୂଲ୍ୟ ବା ଟଙ୍କା ପଇସା ମିଳି ନ ଥାଏ। ସେମାନେ ବିନାମୂଲ୍ୟରେ ଉକ୍ତ କାର୍ଯ୍ୟମାନ କରିଥାନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ, ମହିଳାମାନଙ୍କର ଏହି କାମରୁ କିଛି ରୋଜଗାର ହେଉ ନ ଥିବାରୁ ଆମ ସମାଜରେ ଅବୈତନିକ କାର୍ଯ୍ୟକୁ ଖୁବ୍‌ ହେୟ ମନାଯାଇଥାଏ। ମହିଳାମାନେ ମଧ୍ୟ ଏହିଭଳି କାର୍ଯ୍ୟରେ ଦିନର ପ୍ରାୟ ସମ୍ପୂର୍ଣ୍ଣ ସମୟ ବିତାଉଥିବାରୁ ସେମାନେ ଶ୍ରମବିନୋଦନ ପାଇଁ ଆଦୌ ସମୟ ପାଆନ୍ତି ନାହିଁ। ବିଭିନ୍ନ ପ୍ରକାର ଗଠନମୂଳକ କାର୍ଯ୍ୟ, ଶିକ୍ଷା, ମନୋରଞ୍ଜନ ଇତ୍ୟାଦିରେ ମଧ୍ୟ ସାମିଲ ହୋଇପାରନ୍ତି ନାହିଁ। ତେଣୁ ପ୍ରଶ୍ନ ଉଠେ ଯେ, ମହିଳାମାନେ ଦୈନିକ କେଉଁ କାର୍ଯ୍ୟ ପାଇଁ ହାରାହାରି କେତେ ସମୟ ଦେଇଥାନ୍ତି। ଉକ୍ତ ପ୍ରଶ୍ନର ଗୁରୁତ୍ୱକୁ ଆଧାରକରି, ଏନ୍‌ଏସ୍‌ଏସ୍‌ଓ (୨୦୨୦) ଦ୍ୱାରା ମହିଳାମାନଙ୍କ ଉପଲକ୍ଷେ ଏକ ଟାଇମ୍‌-ୟୁଜ୍‌-ଷ୍ଟଡି ହୋଇଥିଲା। ସେହି ଗବେଷଣାରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ଗ୍ରାମୀଣ ମହିଳାମାନେ ଦୈନିକ ସମସ୍ତ ପ୍ରକାର ଅବୈତନିକ କାର୍ଯ୍ୟ କରିବାରେ ପ୍ରାୟ ୩୮୧ ମିନିଟ୍‌ ଦେଉଥିବା ବେଳେ ପୁରୁଷମାନେ ମାତ୍ର ୧୨୧ ମିନିଟ୍‌ ଦେଇଥାନ୍ତି। ଏ କ୍ଷେତ୍ରରେ ମହିଳାମାନଙ୍କର କାର୍ଯ୍ୟକରିବା ସମୟ ପୁରୁଷମାନଙ୍କଠାରୁ ପ୍ରାୟ ତିନିଗୁଣ ଅଧିକ ହୋଇଥାଏ। ସେହିପରି ଖାଦ୍ୟ ପ୍ରସ୍ତୁତି କରିବାରେ ମହିଳାମାନଙ୍କର ଅବଦାନ ପୁରୁଷମାନଙ୍କଠାରୁ ପ୍ରାୟ ଦୁଇଗୁଣ ଅଧିକ।
ମହିଳାମାନେ ଖାଦ୍ୟ ପ୍ରସ୍ତୁତିରେ ୨୮୭ ମିନିଟ୍‌ ଦେଉଥିବା ବେଳେ ପୁରୁଷମାନେ ଉକ୍ତ କାର୍ଯ୍ୟରେ ମାତ୍ର ୧୪୭ ମିନିଟ୍‌ ସମୟ ଦେଇଥାନ୍ତି। ଘର ସଫେଇ କାର୍ଯ୍ୟରେ ମଧ୍ୟ ମହିଳାମାନଙ୍କର ଅବଦାନ ପୁରୁଷମାନଙ୍କଠାରୁ ଅଧିକ। ସଫେଇକାମରେ ମହିଳାମାନେ ଦୈନିକ ହାରାହାରି ୭୧ ମିନିଟ୍‌ ଓ ପୁରୁଷମାନେ ୬୪ ମିନିଟ୍‌ ଦେଇଥାନ୍ତି।
ସାମଗ୍ରିକ ଭାବରେ ପରିବାରରେ ସେବା କାର୍ଯ୍ୟରେ ମହିଳାମାନେ ଦୈନିକ ଅଧିକ ସମୟ (୧୩୫ ମିନିଟ୍‌) ଦେଇଥାନ୍ତି ଓ ପୁରୁଷମାନେ କମ୍‌ ସମୟ (୮୮ ମିନିଟ୍‌) ଦିଅନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ପରିବାରରେ ରହୁଥିବା ନିର୍ଭରଶୀଳ ବୟସ୍କବ୍ୟକ୍ତିମାନଙ୍କର ଯତ୍ନନେବାରେ ପୁରୁଷମାନେ ମହିଳାମାନଙ୍କଠାରୁ ଅଧିକ ସମୟ ଦେଇଥାନ୍ତି। ଏହା ପ୍ରାୟ ପୁରୁଷଙ୍କ କ୍ଷେତ୍ରରେ ୧୨୬ ମିନିଟ୍‌ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୭୨ ମିନିଟ୍‌ ଦେଖାଯାଇଥାଏ। ମାତ୍ର ପିଲାମାନଙ୍କର ଯତ୍ନନେବା କଥା ବିଚାର କଲେ ଦେଖାଯାଏ, ଉଭୟ ପୁରୁଷ ଓ ସ୍ତ୍ରୀ ମାତାପିତା ହିସାବରେ ପିଲାମାନଙ୍କର ଯତ୍ନ ନେଇଥାନ୍ତି। କିନ୍ତୁ ଏଠାରେ ମହିଳାମାନେ ଅତ୍ୟଧିକ ମାତ୍ରାରେ ଅବୈତନିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ସେମାନେ ବୈତନିକ କାମ, ଶ୍ରମବିନୋଦନ ଓ ଅର୍ଥରୋଜଗାର କାର୍ଯ୍ୟ କରିବା ପାଇଁ ସମୟ ପାଇ ନ ଥାନ୍ତି। ତତ୍‌ସହିତ କୌଣସି ବିକାଶମୂଳକ କାର୍ଯ୍ୟରେ ମଧ୍ୟ ସାମିଲ ହୋଇପାରନ୍ତି ନାହିଁ। ବିଶ୍ଳେଷଣରୁ ଜଣାପଡ଼େ ଯେ, ମହିଳାମାନଙ୍କ ଦ୍ୱାରା କରାଯାଉଥିବା ଉକ୍ତ ଅବୈତନିକ କାର୍ଯ୍ୟଗୁଡ଼ିକୁ ଆମ ସମାଜରେ କେହି ପ୍ରାଧାନ୍ୟ ଦେଇ ନ ଥାନ୍ତି ବରଂ ମୂଲ୍ୟହୀନ ଗଣିଥାନ୍ତି। କିନ୍ତୁ ସାରା ପୃଥିବୀରେ ମହିଳାମାନଙ୍କ ଦ୍ୱାରା ହେଉଥିବା ଅବୈତନିକ କାର୍ଯ୍ୟକୁ ଟଙ୍କାର ମୂଲ୍ୟ ଦେଲେ, ଏହାର ମୂଲ୍ୟ ଭାରତର ଜିଡିପିର ୩.୧ପ୍ରତିଶତ (୫.୯୧ ଲକ୍ଷ କୋଟି) ହେବ। ସେଥିପାଇଁ ମହିଳାମାନଙ୍କୁ ପୁରୁଷଙ୍କ ସହିତ ସମକକ୍ଷ କରିବାକୁ ହେଲେ ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ପଡ଼ିବ ଏବଂ ସର୍ବପ୍ରଥମେ ସମାଜରେ ଜନଜାଗରଣ ସୃଷ୍ଟି କରି ଗୃହର ସମସ୍ତ କାର୍ଯ୍ୟକୁ ଉଭୟ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ଦରକାର।
ଭୁବନେଶ୍ୱର, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri