ଅନାବଶ୍ୟକ ବିବୃତି

ଭାରତରେ ଧର୍ମୀୟ ସ୍ବାଧୀନତାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ଏକ ରିପୋର୍ଟ ପ୍ରକାଶ କରିଛି। ଜୁନ୍‌ ୨୮ରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟ ବିରୋଧରେ ଏକ ଦୃଢ଼ ବିବୃତି ଜାରି କରିଛି। ବିବୃତିରେ କୁହାଯାଇଛି ଯେ ପୂର୍ବଭଳି ଏହି ରିପୋର୍ଟ ମଧ୍ୟ ଅଧିକ ପକ୍ଷପାତୀ ଓ ଭାରତର ସାମାଜିକ ଏକତା ବିଷୟରେ ଅଜ୍ଞ। ଏହା ଭୋଟ ବ୍ୟାଙ୍କ ବିଚାର ଏବଂ ଏକ ନିର୍ଦ୍ଦେଶାମତ୍କ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେତୁ ଆମେ ଏହାକୁ ପ୍ରତ୍ୟାଖ୍ୟାନ କରୁ। ଆମେରିକା ପରରାଷ୍ଟ୍ର ବିଭାଗ ଯେଉଁ ପ୍ରାଥମିକ ରିପୋର୍ଟ ଉପରେ ଅନୁଧ୍ୟାନ କରିଥିଲା ତାହାକୁ ବିରୋଧ କରି ଆମ ବିବୃତିରେ କହିଥିଲୁ ଯେ ଏହି ପ୍ରାଥମିକ ରିପୋର୍ଟ ହେଉଛି ଭୁଲ ଉପସ୍ଥାପନା, ମନୋନୀତ ତଥ୍ୟର ବ୍ୟବହାର, ପକ୍ଷପାତ ଉତ୍ସ ଉପରେ ନିର୍ଭରଶୀଳ ଏବଂ ବିଷୟଗୁଡ଼ିକୁ ଏକପାଖିଆ ଦର୍ଶାଇବା ଭଳି ଅଭିଯୋଗଗୁଡ଼ିକର ସମାହାର। ଏଥିରେ ଆମ ଆଇନ ଏବଂ ସାର୍ବଭୌମତ୍ୱ ବିଷୟରେ ପାଖାପାଖି ୨୦୦ ଶବ୍ଦ ଲେଖାଯାଇଛି। କିନ୍ତୁ ଦୁଃଖର ବିଷୟ ଆମେରିକା ପରରାଷ୍ଟ୍ର ବିଭାଗର ନିର୍ଦ୍ଦିିଷ୍ଟ ଅଭିଯୋଗ ସମ୍ପର୍କରେ କିଛି ଦର୍ଶାଯାଇନାହିଁ। ତେବେ ଏଗୁଡ଼ିକ କ’ଣ ଥିଲା? ଆମେରିକାର ପରରାଷ୍ଟ୍ର ସଚିବ ବ୍ଲିଙ୍କେନ ଦୁଇଟି କଥା କହିଥିଲେ-”ଭାରତରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ରିପୋର୍ଟ କରିଛି ଯେ ଧର୍ମ ପରିବର୍ତ୍ତନ ଅଭିଯୋଗରେ ସ୍ଥାନୀୟ ପୋଲିସ ପୂଜାପାଠରେ ବାଧା ସୃଷ୍ଟି କରୁଥିବା ଉତ୍ତ୍ୟକ୍ତ ଲୋକଙ୍କୁ ସାହାଯ୍ୟ କରିଥିଲା କିମ୍ବା ସେମାନଙ୍କ ଉପରେ ଆକ୍ରମଣ ବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା ଏବଂ ଧର୍ମ ପରିବର୍ତ୍ତନ ଅଭିଯୋଗରେ ପୀଡିତଙ୍କୁ ଗିରଫ କରିଥିଲା। ସେ ମଧ୍ୟ କହିଥିଲେ, ଭାରତରେ ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ, ଘୃଣାର ବକ୍ତବ୍ୟ, ସଂଖ୍ୟାଲଘୁ ସମ୍ପ୍ରଦାୟ ସଦସ୍ୟଙ୍କ ଘର ଏବଂ ପୂଜାପାଠ ସ୍ଥାନ ଭାଙ୍ଗିବା ଘଟଣା ବଢୁଥିବା ଆମେ ଦେଖୁଛୁ।“ ଏହା ହିଁ ବାସ୍ତବତା। ଆମେ ଭାଜପାର ବୁଲଡୋଜର ସଂସ୍କୃତି ପାଇଁ ଗର୍ବିତ ହୋଇପାରିବା ନାହିଁ କି ଏହାକୁ ଅସ୍ବୀକାର କରିପାରିବୁ ନାହିଁ। ଏହା ବ୍ୟତୀତ ଆମେ ଯାହା କହି ଆମ ବିବୃତି ଶେଷ କରିଛୁ ତାହା ହେଉଛି ,”୨୦୨୩ ମସିହାରେ ଆମେରିକାରେ ଘଟିଥିବା ଘୃଣ୍ୟ ଅପରାଧ, ଭାରତୀୟ ନାଗରିକ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ବର୍ଣ୍ଣଗତ ଆକ୍ରମଣ, ପୂଜାପାଠ ସ୍ଥାନର ଭଙ୍ଗାରୁଜା, ହିଂସା ଏବଂ ଆଇନଗତ ପ୍ରାଧିକରଣ ଦ୍ୱାରା ନିର୍ଯାତନା ଦେବା ଭଳି ଘଟଣାଗୁଡ଼ିକ ଉପରେ ଭାରତ ସରକାର ଚିନ୍ତାପ୍ରକଟ କରିଛନ୍ତି।“ ଆମେ ପରେ ଏହି ବିଷୟ ଉପରକୁ ଆସିବା, କିନ୍ତୁ ପ୍ରଥମେ ଆସନ୍ତୁ ଦେଖିବା ଆମେରିକାର ରିପୋର୍ଟରେ କ’ଣ ଦର୍ଶାଯାଇଛି ଯାହା ଭାରତକୁ ଅସନ୍ତୁଷ୍ଟ କରିଛି।
ୟୁନାଇଟେଡ ଷ୍ଟେଟସ୍‌ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିୟସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ପ୍ରତିବର୍ଷ ଏହି ରିପୋର୍ଟ ପ୍ରକାଶ କରିଥାଏ। ଗତ ପାଞ୍ଚ ବର୍ଷ ଧରି ପ୍ରତିବର୍ଷ ଏହା ଭାରତୀୟ ନେତୃବୃନ୍ଦ ତଥା ଅନୁଷ୍ଠାନଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରିଆସୁଛି। କିନ୍ତୁ ପ୍ରଥମେ ଟ୍ରମ୍ପ ଏବଂ ପରେ ବାଇଡେନଙ୍କ ଅଧୀନରେ ସରକାର ପ୍ରତିବନ୍ଧକ ଲଗାଇବାକୁ ଏଡ଼ାଇ ଆସୁଛନ୍ତି। ୟୁଏସ୍‌ସିଆଇଆର୍‌ଏଫ୍‌ର ୨୦୨୦ ରିପୋର୍ଟରେ କୁହାଯାଇଛି ଯେ, ”ଭାରତ ୨୦୧୯ରେ ଶୀଘ୍ର ତଳକୁ ଖସିଥିଲା। ଜାତୀୟ ସରକାର ଏହାର ଶକ୍ତିଶାଳୀ ସଂସଦୀୟ ସଂଖ୍ୟାଗରିଷ୍ଠତାକୁ ବ୍ୟବହାର କରି ନୀତିସବୁ ଆଣିଛନ୍ତି, ଯାହା ସମଗ୍ର ଭାରତରେ ଧର୍ମୀୟ ସ୍ବାଧୀନତାକୁ ଉଲ୍ଲଂଘନ କରୁଛି, ବିଶେଷ କରି ମୁସଲମାନମାନଙ୍କ ପାଇଁ।“ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହା ଉପରେ ଉତ୍ତର ଦେଇଥିଲେ ଯେ ୟୁଏସ୍‌ସିଆଇଆର୍‌ଏଫ୍‌ର ପକ୍ଷପାତୀ ଏବଂ ଭାରତ ବିରୋଧୀ ବିବାଦୀୟ ମନ୍ତବ୍ୟ ନୂଆ ନୁହେଁ। ଗତ ବର୍ଷ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେଉଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତକୁ ସ୍ଥାନିତ କରିବା ପରେ ଆମ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଏହି ରିପୋର୍ଟ ‘ପକ୍ଷପାତପୂର୍ଣ୍ଣ ଏବଂ ତ୍ରୁଟିଯୁକ୍ତ’ ଏବଂ ଏହା ଭାରତ ଓ ଏହାର ସାମ୍ବିଧାନିକ ଢାଞ୍ଚା, ବିବିଧତା ତଥା ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କିତ ଜ୍ଞାନ ଅଭାବକୁ ପ୍ରତିପାଦିତ କରିଛି।
୨୦୨୧ ରିପୋର୍ଟରେ ୟୁଏସ୍‌ସିଆଇଆର୍‌ଏଫ୍‌ର କମିଶନର ଜନି ମୋରେ ଲେଖିଥିଲେ, ”ମୁଁ ଭାରତକୁ ଭଲ ପାଏ। ମୁଁ ସକାଳେ ବାରାଣସୀର ଗଙ୍ଗାରେ ପହଁରିଛି, ପୁରୁଣା ଦିଲ୍ଲୀର ପ୍ରତ୍ୟେକ ଗଳିରେ ଚାଲିଛି, ଆଗ୍ରା ସ୍ଥାପତ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଛିି ଓ ସ୍ବର୍ଣ୍ଣମନ୍ଦିର ଦେଖି ଆଶ୍ଚର୍ଯ୍ୟ ହୋଇଛି। ସବୁଠାରେ ମୁଁ ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କୁ ଭେଟିଛି, ଯେଉଁମାନେ ଗରିବମାନଙ୍କୁ ନିଃସ୍ବାର୍ଥପର ଭାବରେ ସେବା କରିଥାନ୍ତି। ବିଶ୍ୱର ସବୁ ଦେଶ ମଧ୍ୟରେ ଭାରତ ଏକ ଚିନ୍ତାଜନକ ଦେଶ ହେବା ଉଚିତ ନୁହେଁ। ଏହା ହେଉଛି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଏବଂ ଏହା ଏକ ନିର୍ଦ୍ଦିଷ୍ଟ ସମ୍ବିଧାନ ଦ୍ୱାରା ପରିଚାଳିତ। ତଥାପି ଭାରତ ଏକ ଜଟିଳ ସ୍ଥିତିରେ ଥିବାପରି ମନେହୁଏ। ଏହାର ସମାଧାନ ହେଉଛି ଭାରତର ଅନୁଷ୍ଠାନଗୁଡ଼ିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସେମାନଙ୍କ ସମୃଦ୍ଧ ଇତିହାସକୁ ଆକୃଷ୍ଟ କରିବାକୁ ହେବ। ଧର୍ମୀୟ ତିକ୍ତତା ଦ୍ୱାରା ରାଜନୈତିକ ଏବଂ ଆନ୍ତଃସାମ୍ପ୍ରଦାୟିକ ସଂଘର୍ଷକୁ ଭାରତ ସର୍ବଦା ପ୍ରତିରୋଧ କରିବା ଆବଶ୍ୟକ। ଏହା ହାସଲ କରିବା ଲାଗି ଭାରତ ସରକାର ଓ ଲୋକଙ୍କ ପାଖରେ ସବୁକିଛି ଅଛି ଏବଂ ସାମାଜିକ ସୌହାର୍ଦ୍ଦ୍ୟ ଓ ସମସ୍ତଙ୍କ ଅଧିକାର ସୁରକ୍ଷା କରିବା ପାଇଁ କିଛି ବି ହରାଇବାକୁ ପଡିବ ନାହିଁ। ଭାରତ କରିପାରିବ। ଭାରତ ଏହା କରିବା ଉଚିତ।“
ଏମାନେ ସେହିସବୁ ବ୍ୟକ୍ତି, ଯାହାଙ୍କ ମତାମତକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ ଏବଂ ପକ୍ଷପାତ ବୋଲି କହୁଛୁ। ଯଦିଓ ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରଣାଳୟ ଦାବି ଅନୁଯାୟୀ ଆମେ ଗ୍ରହଣ କରୁଛୁ ଯେ ୟୁଏସ୍‌ସିଆଇଆର୍‌ଏଫ୍‌ ପକ୍ଷପାତୀ, ତଥାପି ଏହା ଠିକ୍‌ ନୁହେଁ। ଆମେରିକାରେ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ଆମ ପ୍ରତିକ୍ରିୟାରେ ତାଙ୍କୁ ଯେଉଁ ଧମକ ଦେଇଛୁ ତାହା ସ୍ବାଗତଯୋଗ୍ୟ। ଏକ ଗଣତନ୍ତ୍ର କହେ ଏହା ମାନବ ଅଧିକାରକୁ ସମ୍ମାନ କରେ। ଏଣୁ ଅନ୍ୟ ଦେଶରେ ବିଶେଷ କରି ଆମର ବନ୍ଧୁରାଷ୍ଟ୍ରଗୁଡ଼ିକରେ ମାନବ ଅଧିକାରରେ ହେଉଥିବା ତ୍ରୁଟି ଦର୍ଶାଇବା ମଧ୍ୟ ଆମର କର୍ତ୍ତବ୍ୟ। ତେବେ ୟୁଏସ୍‌ସିଆଇଆର୍‌ଏଫ୍‌ ଯେପରି କାର୍ଯ୍ୟ କରୁଛି ସେହିଭଳି ବଡ଼ କାମ ଆମେ କରିବା ଉଚିତ। ଆମ ବିରୋଧରେ ଯୁକ୍ତିଯୁକ୍ତ ତଥା ଠିକ୍‌ ଅଭିଯୋଗ ଉପରେ କ୍ରୋଧିତ ପ୍ରତିକ୍ରିୟାରେ ଅନାବଶ୍ୟକ ବିବୃତି ଦେବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri