ଅନାବଶ୍ୟକ ହମ୍ପ୍‌ସ ହଟିବ

ଯାଜପୁର ଅଫିସ,୧୧ା୫: ରାଜ୍ୟରେ ସଡ଼କ ଦୁର୍ଘଟଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ସମସ୍ତ ଜିଲାପାଳ, ଏସ୍‌ପି, ଆର୍‌ଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟକଲେ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ ପାଇପାରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଏପ୍ରିଲ ୨୦ରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସମୀକ୍ଷା ବୈଠକରେ ମତ ଦେଇଥିଲେ। ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହେଉଛି ହମ୍ପ୍‌ସଗୁଡ଼ିକ ନିକଟରେ ଆବଶ୍ୟକ ସୂଚନା ଫଳକ ଅଭାବ ସମେତ ତାହା ଚିହ୍ନିତ ନ ହେବା। ଅନାବଶ୍ୟକ ହମ୍ପ୍‌ସଗୁଡ଼ିକୁ ହଟାଇ ଦିଆଯାଉ। ଏହାସହ ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ହମ୍ପ୍‌ସ ନିର୍ମାଣର ଆବଶ୍ୟକତା ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗ୍ରାମାଞ୍ଚଳରୁ ଏନ୍‌ଏଚ୍‌ ପ୍ରବେଶ ପଥରେ ହମ୍ପ୍‌ସ ନିର୍ମାଣ କରାଯାଇପାରେ ବୋଲି ମୁଖ୍ୟ ଶାସନ ସଚିବ ଉକ୍ତ ସମୀକ୍ଷା ବୈଠକରେ ମତପୋଷଣ କରିଥିଲେ। ବୈଠକର ନିଷ୍ପତ୍ତି ଅନୁପାଳନ ପାଇ ବାଣିଜ୍ୟ ଓ ପରିବହନ ବିଭାଗ ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଗତ ୬ ତାରିଖରେ ସମସ୍ତ ଜିଲାପାଳ, ଏସ୍‌ପି, ଡିସିପି, ଆରଟିଓ, ଏନ୍‌ଏଚ୍‌ଏଆଇ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କ ସମେତ ପୂର୍ତ୍ତ, ଗୃହ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଆଦି ବିଭାଗକୁ ଚିଠି କରିଛନ୍ତି।
ରାଜ୍ୟ ପରିବହନ ସଚିବଙ୍କ ରିପୋର୍ଟ ଅନୁସାରେ, ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଅଧିକାଂଶ ଦୁର୍ଘଟଣା ହେଉଛି। ଏନ୍‌ଏଚ୍‌ଗୁଡ଼ିକରେ ଦ୍ରୁତ ଗାଡିଚାଳନା ଯୋଗୁ ପ୍ରାୟ ୩୭% ଦୁର୍ଘଟଣାଜନିତ ମୃତ୍ୟୁ ହେଉଛିି। ମିଳିଥିବା ତଥ୍ୟ ଅନୁଯାୟୀ, ସନ୍ଧ୍ୟା ଓ ରାତି ସମୟରେ ନିଶାସେବନ କରି ଗାଡ଼ିଚାଳନା ଯୋଗୁ ଦୁର୍ଘଟଣା ଅଧିକ ହେଉଛି। ତେଣୁ ଏନ୍‌ଏଚ୍‌ଠାରୁ ୫୦୦ ମିଟର ଦୂରତାରେ ମଦ ଦୋକାନଗୁଡ଼ିକ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି ଦୁର୍ଘଟଣାକୁ ହ୍ରାସ କରି ପାରିନାହିଁ ବୋଲି ଏହି ତଥ୍ୟରୁ ଜଳଜଳ ହୋଇ ଦିଶୁଛି।
କମିଶନଙ୍କ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼, କେନ୍ଦୁଝର, ଗଞ୍ଜାମ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ସମ୍ବଲପୁର ଓ ଅନୁଗୋଳ ଜିଲାରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ରେକର୍ଡ କରାଯାଇଛି। ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନ, ଭିତ୍ତିଭୂମି, ସଚେତନତା ସୃଷ୍ଟି, ଏନ୍‌ଏଚ୍‌ଗୁଡ଼ିକରେ କ୍ୟାମେରା ସ୍ଥାପନ, ଟୋଲ୍‌ଗେଟ୍‌ରେ ଇ-ଏନ୍‌ଫୋର୍ସମେଣ୍ଟ, ଇ-ଚାଲାଣ ସିଷ୍ଟମ୍‌ ସହ ଅନେକ ତାଲିମ କାର୍ଯ୍ୟକ୍ରମ ଦୁର୍ଘଟଣାକୁ ହ୍ରାସ କରି ପାରିନାହିଁ। ପ୍ରତିବର୍ଷ ୧୦୦ଟି ବ୍ଲାକ୍‌ ସ୍ପଟ୍‌କୁ ମରାମତି କରାଯାଉଛି। ଏଥିପାଇଁ ପ୍ରତି ବ୍ଲାକ୍‌ ସ୍ପଟ୍‌ ପିଛା ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବାକି ରହିଥିବା ବ୍ଲାକ୍‌ ସ୍ପଟ୍‌ଗୁଡ଼ିକ ତୁରନ୍ତ ମରାମତି କରିବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାସହ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ପ୍ରାୟ ୨୩% ଦୁର୍ଘଟଣା ଘଟୁଛି। ଏହିକ୍ରମରେ ମୁଖ୍ୟ ଶାସନ ସଚିବ ସହର, ଖଣି ଅଞ୍ଚଳ ନିକଟରେ ଉପଯୁକ୍ତ ଜମି ଚିହ୍ନଟ କରି ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୧ା୧୨ା୨୦୨୧ରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ୧୦ରୁ ୨୦ ଏକର ପର୍ଯ୍ୟନ୍ତ ଜମି ଚିହ୍ନଟ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏଯାଏ ଅନୁପାଳନ ହୋଇପାରିନାହିଁ। ଏଥିରୁ ସଡ଼କ ସୁରକ୍ଷା ପ୍ରତି ଜିଲାପାଳମାନଙ୍କ କେତେ ଆନ୍ତରିକତା ରହିଛି ତାହା ସହଜେ ଅନୁମେୟ। ଏଭଳି ପ୍ରଶାସନିକସ୍ତରରେ ଅନେକ ଅବହେଳା କାରଣରୁ ସଡ଼କ ଦୁର୍ଘଟଣା ହ୍ରାସ ପାଇ ପାରୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଅନାବଶ୍ୟକ ହମ୍ପ୍‌ସ ସମ୍ପର୍କରେ କହିବାକୁ ଗଲେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାର କୋରେଇ ବ୍ଲକ ଟିକରଠାରୁ ଦଳା ପର୍ଯ୍ୟନ୍ତ ୬୦ରୁ ଊର୍ଦ୍ଧ୍ୱ ଅନାବଶ୍ୟକ ହମ୍ପ୍‌ସ ରହିଛି। ହମ୍ପ୍‌ସ ନିକଟରେ କୌଣସି ସୂଚନା କିମ୍ବା ଚିହ୍ନ ଲଗାଯାଇନାହିଁ। ଫଳରେ ବାହାର ଲୋକ ଏହି ହମ୍ପ୍‌ସଗୁଡ଼ିକ ଉପରେ ଅଜ୍ଞ ରହିଥିବାରୁ ବିିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। କଳିଙ୍ଗନଗର ଡୁବୁରୀଠାରୁ ବିଜୁ ପଟ୍ଟନାୟକ ମାର୍ଗ ପର୍ଯ୍ୟନ୍ତ ବେଆଇନ ପାର୍କିଂ କେବେ ବି ହଟୁ ନାହିଁ। ଏହିକ୍ରମରେ ସରକାରଙ୍କ ବିଭିନ୍ନ ସମୀକ୍ଷା ବୈଠକ ଓ ତାହାର ବିବରଣୀ କାଗଜପତ୍ରରେ ସୀମିତ ରହୁଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?