୭ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଜା ଗିରଫ

ଉଦଳା,୨୦ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳର ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ସମ୍ପର୍କୀୟ ଅଜାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ ସମ୍ପର୍କୀୟ ୭ ବର୍ଷର ନାତିଙ୍କୁ ସାଙ୍ଗରେ ଡାକି ନେଇଥିଲେ। ସେଠାରେ ସେ ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଫଳରେ ନାତି ଗୁରୁତର ହୋଇଥିଲେ। ଜଙ୍ଗଲରୁ ଫେରିବା ପରେ ନାବାଳକ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଏ ନେଇ ଉଦଳା ଥାନାରେ ଅଭିଯୋଗ ହେବାରୁ ପୋଲିସ ଅଭିଯୁକ୍ତ ଅଜାଙ୍କୁ ଗିରଫ କରିଛି। ଗୁରୁତର ନାତିଙ୍କୁ ଚିକିତ୍ସା ଲାଗି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।