ପୁଣି ଅଜଣା ଜନ୍ତୁ ଆକ୍ରମଣ: ୪ ମେଣ୍ଢା ମୃତ

ଜଗତ୍‌ସିଂହପୁର ଅଫିସ, ୧୮ା୩: କଟକ ଜିଲା ନିଆଳି ଓ କଣ୍ଟାପଡ଼ା ପରେ ଏବେ ଜଗତ୍‌ସିଂହପୁର ଜିଲା ବିରିଡ଼ି ବ୍ଲକ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ବ୍ଲକର ମଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାରିସାହିର ପ୍ରଫୁଲ ବାରିକଙ୍କ ଗୁହାଳରେ ଗୁରୁବାର ରାତିରେ ୪ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଗୁରୁତର ହୋଇଥିବା ଜଣାପଡ଼ିଛି। ଏହି ଖବର ବିରିଡ଼ି ସମେତ ଜଗତ୍‌ସିଂହପୁର ଜିଲାରେ ଭୟର ବାତାବରଣ ସୃଷ୍ଟି କରିଛି। କିନ୍ତୁ ଲୋକେ ଆତଙ୍କିତ ନ ହେବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏ ସମ୍ପର୍କରେ ଧଳତଙ୍ଗଗଡ଼ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତି କହିଛନ୍ତି, ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ଖବରପାଇ ଜିଲା ବନ ଅଧିକାରୀ ଡ. ସଞ୍ଜୟ କୁମାର ସ୍ବାଇଁଙ୍କ ସମେତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସେ ଶଙ୍ଖାରିସାହିରେ ପହଞ୍ଚତ୍ ଥିଲେ। ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀମାନେ ପହଞ୍ଚତ୍ଲା ପରେ ୪ ମୃତ ମେଣ୍ଢାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହାପରେ ବାରିକଙ୍କ ବାଡ଼ିରେ ମାଟି ଖୋଳାଯାଇ ସେଥିରେ ଲୁଣ ଆଦି ଭରାଗଲା ପରେ ମୃତ ମେଣ୍ଢାଙ୍କୁ ପୋତି ଦିଆଯାଇଛି। ଏଥିସହ ଗୁରୁତରମାନଙ୍କ ଚିକିତ୍ସା କରାଯାଉଛି। ଏ ପରିସ୍ଥିତିରେ ଲୋକେ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଉଚିତ। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ୟାପକ ପ୍ରଚାର କରାଯାଉଛି। ଲୋକେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କୁ ଯଥାସମ୍ଭବ ଛାତ ଘରେ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ରେଞ୍ଜ ଅଫିସର ମହାନ୍ତି କହିଛନ୍ତି। ପ୍ରାଣୀ ସମ୍ପଦ ବିଭାଗ ଏସ୍‌ଡିଭିଓ ଶଶାଙ୍କ ଶେଖର ନାୟକ କହିଛନ୍ତି, ଜୀବିତ ୫ ଗୁରୁତରଙ୍କ ମଧ୍ୟରୁ ୨ ମେଣ୍ଢାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମେଣ୍ଢାଗୁଡିକୁ ଏକାଧିକ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ସେମାନଙ୍କ ବେକରେ ଗଭୀର ଦାନ୍ତ ଦାଗ ରହିଛି। ଅଜଣା ଜନ୍ତୁ ଆକ୍ରମଣ ପ୍ରସଙ୍ଗରେ ଲୋକେ ସଚେତନ ରହିବା ଜରୁରୀ। ବିଶେଷକରି ମୃତ ମେଣ୍ଢାଙ୍କୁ ନ ଛୁଇଁବା ଦରକାର। କାରଣ ଅଜଣା ଜନ୍ତୁଙ୍କ ଆକ୍ରମଣ ଯୋଗୁ ଜଳାତଙ୍କ ରୋଗର ଜୀବାଣୁ ମେଣ୍ଢାଙ୍କ ଶରୀରରେ ରହିଥାନ୍ତି।
୨୦୧୭ ଓ ୨୦୧୮ରେ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ୨୨୫ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ବହୁ ସଂଖ୍ୟାରେ ଆହତ ହୋଇଥିଲେ। ସେତେବେଳେ ଭଅଁରା ଜଙ୍ଗଲରୁ ଗଧିଆ ଚାଲି ଆସି ମେଣ୍ଢାଙ୍କୁ ଆକ୍ରମଣ କରିଥିବା କୁହାଯାଉଥିଲା। ପ୍ରାଣୀ ବିଶେଷଜ୍ଞଙ୍କ ମତ ହେଲା, ଗଧିଆମାନେ ସାଧାରଣତଃ ରାତିରେ ଜନ୍ତୁଙ୍କୁ ଆକ୍ରମଣ କରି ତାଙ୍କ ରକ୍ତ ଶୋଷିଥାନ୍ତି। ସେମାନେ ମଧ୍ୟ ଏକୁଟିଆ ପରିବର୍ତ୍ତେ ଗୋଷ୍ଠୀ ହୋଇ ଶିକାରରେ ବାହାରିଥାନ୍ତି । ତେଣୁ ମେଣ୍ଢାଙ୍କ ବେକରେ ଦାନ୍ତ ଚିହ୍ନ ଥିବାରୁ ଗଧିଆମାନେ ଏଭଳି ଅଭାବନୀୟ ଘଟଣା ଘଟାଇଥାଇ ପାରନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ନିକଟରେ ଅନୁରୂପ ଭାବେ ଅଜଣା ଜନ୍ତୁ ଆକ୍ରମଣରେ କଣ୍ଟାପଡ଼ା ଅଞ୍ଚଳରେ ୨୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ନିଆଳିରେ ସରକାରଙ୍କ ତରଫରୁ ମେଣ୍ଢା ପାଳକଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା। ମୃତ ବଡ଼ ମେଣ୍ଢା ପିଛା ୨ ହଜାର ଓ ସାନ ପିଛା ୧ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଏଠାରେ ମଧ୍ୟ ସେଭଳି କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri