ପୁଣି ଅଜଣା ଜନ୍ତୁ ଆକ୍ରମଣ: ୪ ମେଣ୍ଢା ମୃତ

ଜଗତ୍‌ସିଂହପୁର ଅଫିସ, ୧୮ା୩: କଟକ ଜିଲା ନିଆଳି ଓ କଣ୍ଟାପଡ଼ା ପରେ ଏବେ ଜଗତ୍‌ସିଂହପୁର ଜିଲା ବିରିଡ଼ି ବ୍ଲକ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ବ୍ଲକର ମଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାରିସାହିର ପ୍ରଫୁଲ ବାରିକଙ୍କ ଗୁହାଳରେ ଗୁରୁବାର ରାତିରେ ୪ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଗୁରୁତର ହୋଇଥିବା ଜଣାପଡ଼ିଛି। ଏହି ଖବର ବିରିଡ଼ି ସମେତ ଜଗତ୍‌ସିଂହପୁର ଜିଲାରେ ଭୟର ବାତାବରଣ ସୃଷ୍ଟି କରିଛି। କିନ୍ତୁ ଲୋକେ ଆତଙ୍କିତ ନ ହେବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏ ସମ୍ପର୍କରେ ଧଳତଙ୍ଗଗଡ଼ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତି କହିଛନ୍ତି, ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ଖବରପାଇ ଜିଲା ବନ ଅଧିକାରୀ ଡ. ସଞ୍ଜୟ କୁମାର ସ୍ବାଇଁଙ୍କ ସମେତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସେ ଶଙ୍ଖାରିସାହିରେ ପହଞ୍ଚତ୍ ଥିଲେ। ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀମାନେ ପହଞ୍ଚତ୍ଲା ପରେ ୪ ମୃତ ମେଣ୍ଢାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହାପରେ ବାରିକଙ୍କ ବାଡ଼ିରେ ମାଟି ଖୋଳାଯାଇ ସେଥିରେ ଲୁଣ ଆଦି ଭରାଗଲା ପରେ ମୃତ ମେଣ୍ଢାଙ୍କୁ ପୋତି ଦିଆଯାଇଛି। ଏଥିସହ ଗୁରୁତରମାନଙ୍କ ଚିକିତ୍ସା କରାଯାଉଛି। ଏ ପରିସ୍ଥିତିରେ ଲୋକେ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଉଚିତ। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ୟାପକ ପ୍ରଚାର କରାଯାଉଛି। ଲୋକେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କୁ ଯଥାସମ୍ଭବ ଛାତ ଘରେ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ରେଞ୍ଜ ଅଫିସର ମହାନ୍ତି କହିଛନ୍ତି। ପ୍ରାଣୀ ସମ୍ପଦ ବିଭାଗ ଏସ୍‌ଡିଭିଓ ଶଶାଙ୍କ ଶେଖର ନାୟକ କହିଛନ୍ତି, ଜୀବିତ ୫ ଗୁରୁତରଙ୍କ ମଧ୍ୟରୁ ୨ ମେଣ୍ଢାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମେଣ୍ଢାଗୁଡିକୁ ଏକାଧିକ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ସେମାନଙ୍କ ବେକରେ ଗଭୀର ଦାନ୍ତ ଦାଗ ରହିଛି। ଅଜଣା ଜନ୍ତୁ ଆକ୍ରମଣ ପ୍ରସଙ୍ଗରେ ଲୋକେ ସଚେତନ ରହିବା ଜରୁରୀ। ବିଶେଷକରି ମୃତ ମେଣ୍ଢାଙ୍କୁ ନ ଛୁଇଁବା ଦରକାର। କାରଣ ଅଜଣା ଜନ୍ତୁଙ୍କ ଆକ୍ରମଣ ଯୋଗୁ ଜଳାତଙ୍କ ରୋଗର ଜୀବାଣୁ ମେଣ୍ଢାଙ୍କ ଶରୀରରେ ରହିଥାନ୍ତି।
୨୦୧୭ ଓ ୨୦୧୮ରେ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ୨୨୫ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ବହୁ ସଂଖ୍ୟାରେ ଆହତ ହୋଇଥିଲେ। ସେତେବେଳେ ଭଅଁରା ଜଙ୍ଗଲରୁ ଗଧିଆ ଚାଲି ଆସି ମେଣ୍ଢାଙ୍କୁ ଆକ୍ରମଣ କରିଥିବା କୁହାଯାଉଥିଲା। ପ୍ରାଣୀ ବିଶେଷଜ୍ଞଙ୍କ ମତ ହେଲା, ଗଧିଆମାନେ ସାଧାରଣତଃ ରାତିରେ ଜନ୍ତୁଙ୍କୁ ଆକ୍ରମଣ କରି ତାଙ୍କ ରକ୍ତ ଶୋଷିଥାନ୍ତି। ସେମାନେ ମଧ୍ୟ ଏକୁଟିଆ ପରିବର୍ତ୍ତେ ଗୋଷ୍ଠୀ ହୋଇ ଶିକାରରେ ବାହାରିଥାନ୍ତି । ତେଣୁ ମେଣ୍ଢାଙ୍କ ବେକରେ ଦାନ୍ତ ଚିହ୍ନ ଥିବାରୁ ଗଧିଆମାନେ ଏଭଳି ଅଭାବନୀୟ ଘଟଣା ଘଟାଇଥାଇ ପାରନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ନିକଟରେ ଅନୁରୂପ ଭାବେ ଅଜଣା ଜନ୍ତୁ ଆକ୍ରମଣରେ କଣ୍ଟାପଡ଼ା ଅଞ୍ଚଳରେ ୨୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ନିଆଳିରେ ସରକାରଙ୍କ ତରଫରୁ ମେଣ୍ଢା ପାଳକଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା। ମୃତ ବଡ଼ ମେଣ୍ଢା ପିଛା ୨ ହଜାର ଓ ସାନ ପିଛା ୧ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଏଠାରେ ମଧ୍ୟ ସେଭଳି କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri