ଏକତ୍ୱ ହିଁ ଦେବତ୍ୱ

ସୃଷ୍ଟି ରୋଷେଇ ଘରକୁ ଯାଇ ଦେଖିଲା ତା’ ମାଆ କଖାରୁ, ଆଳୁ, ବାଇଗଣ ସବୁ କାଟୁଛନ୍ତି। ଚାକରାଣୀ ଦିବ୍ୟା ଗୋଟିଏ ଛୁରି ଧରି ଧନିଆପତ୍ର, ଲଙ୍କା, ଅଦା ପ୍ରଭୃତି କାଟି ପକାଉଛି। ଭଉଣୀ ଶ୍ରେଷ୍ଠା ପେଷିବା ଯନ୍ତ୍ରରେ ଗୁଡ଼ାଏ ଫଳକାଳି ଫଳରସ କରି ପକାଉଛି। ରୋଷେଇ ଘରେ ସେ ମା’କୁ ପଚାରିଲା- ସବୁ ଖଣ୍ଡଖଣ୍ଡ କରି ପକାଉଛ କାହିଁକି? ବିଜ୍ଞାନ ସାର୍‌ କହୁଥିଲେ, ଦୁଇଟି ପଥର ବାଜି ଖଣ୍ଡ ଖଣ୍ଡ ହୋଇ ଏ ପୃଥିବୀ ଗଢ଼ା। ଏ ପୃଥିବୀରେ ମୁଁ ଦେଖୁଛି ସବୁ କିଛି ଖଣ୍ଡ ଖଣ୍ଡ ହୋଇଯାଉଛି। ଏହା କ’ଣ ସତ୍ୟ! ସୃଷ୍ଟିର ମା’ ସୃଷ୍ଟିକୁ କହିଲେ, ସମୟକ୍ରମେ ସବୁକିଛି ଖଣ୍ଡ ଖଣ୍ଡ ହୋଇଯାଏ। ଶ୍ରେଷ୍ଠା କହିଲା, ବାପା କହୁଥିଲେ, ତାଙ୍କ ବାପା ଓ ଜେଜେଙ୍କର ଏକ ବିରାଟ ପରିବାର ଥିଲା। ଦିନେ ଖାଇବା ପାଇଁ ଖନ୍ଦା ବସୁଥିଲା। ପିତଳ ହଣ୍ଡାହାଣ୍ଡିରେ ରନ୍ଧା ହେଉଥିଲା। କିନ୍ତୁ ଏବେ ଯେ ବିବାହ କରୁଛି ସେ ଏକ ଅଲଗା ଘରଟିଏ କରି ରହିବାକୁ ଚାହୁଁଛି। ସେ ପ୍ରବଚକମାନଙ୍କଠାରୁ ଶୁଣୁଛି ଏକତ୍ୱ ହିଁ ଦେବତ୍ୱ। ବିଭିନ୍ନତା ମଧ୍ୟରେ ଏକତା ଦେଖ। କିନ୍ତୁ ପ୍ରକୃତରେ ସବୁ କିଛି ଖଣ୍ଡ ଖଣ୍ଡ ହୋଇଯାଉଛି। ଆଉ ସେ ଏକାନ୍ନବର୍ତ୍ତୀ ପରିବାର ନାହିଁ। ମା’ କହିଲେ, ସବୁଆଡ଼େ ବିିଭିନ୍ନତା ଦେଖାଯାଉଛି।
ଦିନେ ଏକାଠି ଏକ ମନ, ଏକ ପ୍ରାଣ ହୋଇ ରହୁଥିବା ଭାଇମାନେ ଜମିବାଡ଼ି, ଟଙ୍କା ପଇସା ପାଇଁ କୋର୍ଟ କଚେରିକୁ ଧାଇଁ ଅଲଗା ଅଲଗା ହୋଇଯାଉଛନ୍ତି। ଯାଁଳା ଭାଇ ଭଉଣୀ ଧନସମ୍ପତ୍ତି ପାଇଁ ପରସ୍ପରଠାରୁ ଅଲଗା ହୋଇଯାଉଛନ୍ତି। ଏକାଠି ଯୋଡ଼ି ହୋଇଥିବା ଶରୀର ଓ ମୁଣ୍ଡକୁ ଡାକ୍ତରମାନେ ପରିଶ୍ରମ କରି ଅଲଗା କରିବା ପରେ ସେମାନେ ସମ୍ପର୍କରେ ଅଲଗା ଅଲଗା ଭାଗ ନେଉଛନ୍ତି। ଭଗବାନ୍‌ ଗୋଟିଏ ପୃଥିବୀ ମଣିଷକୁ ଦେଇଥିଲେ ମଧ୍ୟ ଏହାକୁ ଭାଙ୍ଗି ସୀମା ନିର୍ଦ୍ଧାରଣ କରି ମନୁଷ୍ୟସମାଜ ନିଜ ନିଜ ଭିତରେ କଳହ କରୁଛି। ରୋଷେଇ ଘରେ ଏହିସବୁ କଥା ଚାଲିଲାବେଳେ ବାପା ଦିବ୍ୟଶଙ୍କର ପିଲା ଓ ସ୍ତ୍ରୀ ସହ ଯୋଗ ଦେଲେ। ସେ କହିଲେ, ଏପରି କାହିଁକି ଘଟୁଛି କହିଲ? ଦିବ୍ୟଶଙ୍କର କହିଲେ, କାରଣ ମନୁଷ୍ୟ ତାର ଶରୀରକୁ ଦେଖୁନାହିଁ କି ସେଥିରୁ କିଛି ଶିଖୁନାହିଁ। ଆଖି, କାନ, ନାକ, ପାଟି ଓ ଚର୍ମ ଏମାନଙ୍କର କାମ ଅଲଗା ଅଲଗା। ଆଖି ଶୁଣିପାରେ ନାହିଁ। କାନ ଦେଖିପାରେ ନାହିଁ। ପାଟି ଖାଇ ପରେ କଥା କହିପାରେ, କିନ୍ତୁ ଶୁଙ୍ଘିପାରେ ନାହିଁ। ନାକ ଶୁଙ୍ଘିପାରେ କିନ୍ତୁ ଚର୍ମ ପରି ସ୍ପର୍ଶ କରିପାରେ ନାହିଁ। ସତ୍ୟ, ଧର୍ମ, ଶାନ୍ତି, ପ୍ରେମ, ଅହିଂସା ମଣିଷ ଭିତରେ ଭଗବାନ ଖଞ୍ଜି ଦେଇଛନ୍ତି। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ମଣିଷ ଭିତରେ ଖଞ୍ଜିଛନ୍ତି। ଏହାକୁ ହାସଲ କରିବା ପାଇଁ ବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟକୁ ଯିବା ଆବଶ୍ୟକ ନାହିଁ। କିନ୍ତୁ ଭଗବାନ୍‌ ଶରୀରକୁ ଏପରି କରିଛନ୍ତି ଯେ, ଭଲ ଜିନିଷ ପାଇବା ପାଇଁ ସେ ବେଶି ସମୟ ପରିଶ୍ରମ କରିପାରି ନଥାଏ। କିନ୍ତୁ ଖରାପ କାମ କରିବା ପାଇଁ ସେ ଚେଷ୍ଟିତ ହୁଏ। ଆଜିକାଲିର ପିଲାମାନେ ସତ କହିବାକୁ ଡରୁଛନ୍ତି। ମିଛ ଅନର୍ଗଳ କହିପାରୁଛନ୍ତି। ଲୋକଙ୍କର ଭଲ ଗୁଣ ବର୍ଣ୍ଣନା କରିପାରୁନାହାନ୍ତି। କିନ୍ତୁ ଦୁର୍ଗୁଣ ବଖାଣିବାରେ ପଟୁତା ଦେଖାଉଛନ୍ତି। ଅଖାଦ୍ୟ ଖାଇ ରୋଗରେ ପୀଡ଼ିତ ହେଉଛନ୍ତି। ସାତ୍ତ୍ୱିକ ଖାଦ୍ୟ ରୁଚୁ ନାହିଁ। କାନରେ ଗୋଟିଏ ଶ୍ରବଣ ଯନ୍ତ୍ର ଖଞ୍ଜି ଯାହା ଶୁଣିବା କଥା ନୁହେଁ, ତାହା ଗୋପନୀୟତାର ବାହାନା କରି ଶୁଣୁଛନ୍ତି। ମଣିଷ ଇନ୍ଦ୍ରିୟଗୁଡ଼ିକରେ ଦୁର୍ବ୍ୟବହାର କରୁଛି ଓ ପତନମୁଖୀ ହେଉଛି।
ମଣିଷ ଅସୁରକୁ ନିଜ ଭିତରୁ ଛାଡ଼ି ପାରୁନାହିଁ। ସେ ବଳାତ୍କାର, ବ୍ୟଭିଚାର, ଇତ୍ୟାଦିରେ ମାତି ନିଜ ଜୀବନକୁ ଶେଷ କରିଦେଉଛି। ଏକତ୍ୱ ହିଁ ଦେବତ୍ୱ ଏହାକୁ ବୁଝିପାରୁ ନାହିଁ। ଶ୍ରେଷ୍ଠା କହିଲା, ହଁ ସବୁ ଖଣ୍ଡ ଖଣ୍ଡ। ସୃଷ୍ଟି କହିଲା, ଶ୍ରେଷ୍ଠା ଅପା ମୋର ଭଲ ଖାଇବାରୁ ଖାଇ ଦେଉଥିବାରୁ ତାର ମୋର ଗଣ୍ଡଗୋଳ ହେଉଛି। ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିବା ଛାଡ଼ି ମେଲୋଡି ଓ ନୃତ୍ୟରେ ନିଜକୁ ହଜାଇ ଦେଉଛି। ତେଣୁ ଏକତ୍ୱ ନାହିଁ କି ଦେବତ୍ୱ ନାହିଁ। ଏହି କାରଣ ପାଇଁ ଏକତ୍ୱ ହିଁ ଦେବତ୍ୱ ବୁଝାଇବାକୁ ପଡ଼ୁଛି।
ଅବସରପ୍ରାପ୍ତ ପ୍ରାଧ୍ୟାପିକା,
ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ।…

ଜୀବନରେ ଭୁଲ୍‌

ସମସ୍ତେ ଭୁଲ୍‌ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍‌ କଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି ।…

ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri