Posted inଜାତୀୟ

ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଏକତା

କୋଲକାତା,୧୩।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆକ୍ରମଣାତ୍ମକ ଚାଇନାର ପ୍ରଭାବ ବଢ଼ୁଥିବାରୁ ମଏହାର ମୁକାବିଲା ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି। ଏମାନେ ମିଶି ଚତୁଃରାଷ୍ଟ୍ରୀୟ ମେଣ୍ଟ (କ୍ୱାଡ୍‌) ଗଠନ କରିଛନ୍ତି। କ୍ୱାଡ୍‌ ନେତାମାନଙ୍କର ପ୍ରଥମ ଭର୍ଚୁଆଲ ସମିଟ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ, ଯାହା ଚାଇନା ପାଇଁ ଶକ୍ତ ବାର୍ତ୍ତା ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ଅବାଧ ଓ ସମ୍ମିଳିତ କରିବା ଲାଗି ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପ୍ରତିଶ୍ରୁତିବଦ୍ଧତା ଦ୍ୱାରା ଆମେ ଏକାଠି ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହି ଅବସରରେ ସେ ପ୍ରଥମ ଭର୍ଚୁଆଲ ସମିଟ୍‌ର ଆୟୋଜନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ବସୁଧୈବ କୁଟୁମ୍ବକମ୍‌ ବା ସାରା ବିଶ୍ୱ ଏକ ପରିବାର ହେଉଛି ଭାରତର ପୁରାତନ ଦର୍ଶନ। ଧର୍ମନିରପେକ୍ଷ, ସ୍ଥାୟୀ ତଥା ସମୃଦ୍ଧ ଇଣ୍ଡୋ-ପାସିଫିକ୍‌କୁ ଆଗେଇ ନେବା ଲାଗି ଆମେ ମିଳିତ ଭାବେ ଉଦ୍ୟମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ପାଇଁ କ୍ୱାଡ୍‌ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେବାକୁ ଯାଉଛି ଓ ଆଗାମୀ ଦିନରେ ସେ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ ଘନିଷ୍ଠ ଭାବେ ଏକାଠି କାର୍ଯ୍ୟ କରିବେ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ କହିଥିଲେ। ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଉକ୍ତ ସମିଟ୍‌କୁ ଇଣ୍ଡୋ-ପାସିଫିକ୍‌ରେ ନୂତନ ସୂର୍ଯ୍ୟୋଦୟ ବୋଲି ବର୍ଣ୍ଣନା କରିଥିଲେ। ଆମେ ମହାମାରୀ ବିପଦରୁ ମୁକୁଳୁଥିବାବେଳେ ଭିନ୍ନ ଏକ ଭବିଷ୍ୟତ ଗଠନ ଲାଗି ମୋରିସନ୍‌ ଆହ୍ବାନ ଦେଇଥିଲେ। ଗତ କିଛି ବର୍ଷ ମଧ୍ୟରେ ଚତୁଃରାଷ୍ଟ୍ରୀୟ ମେଣ୍ଟକୁ ନୂଆ ଶକ୍ତି ମିଳିଛି। ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏହା ପ୍ରୟାସ କରିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା କହିଥିଲେ।
ସହ ଉତ୍ତେଜନା ବଢ଼ୁଥିବାବେଳେ ଚତୁଃରାଷ୍ଟ୍ରୀୟ ସମିଟ୍‌ର ଆୟୋଜନ କରାଯାଇଛି। ଦେଶଗୁଡ଼ିକ ମଧ୍ୟରେ ସହଯୋଗ କୌଣସି ତୃତୀୟ ପକ୍ଷକୁ ଟାର୍ଗେଟ କରିବାକୁ ନ ହୋଇ ପାରସ୍ପରିକ ବୁଝାମଣା ପ୍ରତି ଅବଦାନ ହେବା ଆବଶ୍ୟକ ବୋଲି ସମିଟ୍‌ ପୂର୍ବରୁ ଚାଇନା କହିଥିଲା। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶକ୍ତି ବୃଦ୍ଧି କରୁଥିବା ବେଜିଂ ଚତୁଃରାଷ୍ଟ୍ରୀୟ ମେଣ୍ଟକୁ ନେଇ ଚିନ୍ତାରେ ପଡ଼ିଯାଇଛି। ଏସିଆ ମହାଦେଶର ନାଟୋ କୁହାଯାଉଥିବା କ୍ୱାଡ୍‌ ୨୦୦୭ରେ ଗଠନ ହୋଇଥିଲେ ମଧ୍ୟ ଏହା ଆଗେଇ ପାରି ନ ଥିଲା। ୨୦୧୭ରେ ଏହା ପୁନର୍ଗଠିତ ହେବା ସହ ଭୂରଣନୀତିକ ମେଣ୍ଟକୁ ରୂପ ଦେବା ପାଇଁ ଗତ କିଛିବର୍ଷ ହେବ ନିୟମିତ ଆଲୋଚନା କରିଆସୁଛି। ଗତବର୍ଷ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପ୍ରଥମ ଥର ଲାଗି ମାଲାବାର ନୌ-ସମରାଭ୍ୟାସରେ ଏକତ୍ର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri