ଚାଇନାକୁ ଟପିଲା ଆମେରିକା

ନୂଆଦିଲ୍ଲୀ, ୩୦ା୫: ବାଣିଜ୍ୟ କ୍ଷେତ୍ରରେ ଚାଇନାର ଏକଚାଟିଆ ମନୋବୃତ୍ତି ବେଜିଂକୁ କ୍ରମଶଃ ଆର୍ଥିକ ସ୍ତରରେ ପ୍ରଭାବିତ କରିବାରେ ଲାଗିଛି। ପରିବର୍ତ୍ତନଶୀଳ ଭୂରାଜନୈତିକ ପ୍ରେକ୍ଷାପଟରେ ଚାଇନାର ଆଧିପତ୍ୟ ଦୁର୍ବଳ ହୋଇଥିବାବେଳେ ଭାରତ ଏକ ଉଦୀୟମାନ ଅର୍ଥନୀତି ଭାବେ ମୁଣ୍ଡଟେକିଛି। ଏଭଳି ସମୟରେ ଆମେରିକା ଭାରତ ସହ ବାଣିଜି୍ୟକ ଘନିଷ୍ଠତା ବଢ଼ାଇ ଏହି କ୍ଷେତ୍ରରେ ଚାଇନାକୁ ଟପିଯାଇଛି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଚାଇନାରୁ ମୁହଁ ଫେରାଇ ଭାରତକୁ ଏକ ଉତ୍କୃଷ୍ଟ ବଜାର ରୂପେ ବାଛି ନେଇଥିବାବେଳେ ଆଗାମୀ ଦିନରେ ନୂଆଦିଲ୍ଲୀ-ଓ୍ବାଶିଂଟନ୍‌ ସମ୍ପର୍କ ଆହୁରି ମଜଭୁତ ହେବା ଆଶା କରାଯାଉଛି।

ଆମେରିକା ଓ ଭାରତ ମଧ୍ୟରେ ୨୦୨୧-୨୨ରେ ହୋଇଥିବା ଦ୍ୱିପାକ୍ଷିକ ବାଣିଜ୍ୟ ନୂଆ ରେକର୍ଡ କରିଛି। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ବନ୍ଧ ଅଧିକ ମଜଭୁତ ହୋଇଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବେପାରବଣିଜରେ ଆମେରିକା ଏବେ ଭାରତର ସବୁଠାରୁ ବଡ଼ ଭାଗୀଦାରି ହୋଇଛି। ୨୦୨୧-୨୨ରେ ଦ୍ୱିପାକ୍ଷିକ କାରବାର ୧୧୯.୪୨ ବିଲିୟନ ଡଲାର ଛୁଇଁଛି। ୨୦୨୦-୨୧ରେ ଏହା ୮୦.୫୧ ବିଲିୟନ୍‌ ଡଲାର ଥିଲା। ଭାରତ ସହ କାରବାରରେ ଏବେ ଆମେରିକା ଚାଇନାକୁ ପଛରେ ପକାଇଛି।
ଅନୁସାରେ, ୨୦୨୧-୨୨ରେ ଭାରତରୁ ୭୬.୧୧ ବିଲିୟନ୍‌ ଡଲାରର ସାମଗ୍ରୀ ଆମେରିକାକୁ ରପ୍ତାନି ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫୧.୬୨ ବିଲିୟନ୍‌ ଡଲାର ରହିଥିଲା।

ସେହିପରି ୨୦୨୧-୨୨ରେ ଭାରତକୁ ଅଧିକ ଆମେରିକୀୟ ସାମଗ୍ରୀ ଆମଦାନୀ ହୋଇଛି। ଏହାର ମୂଲ୍ୟ ୪୩.୩୧ ବିଲିୟନ ଡଲାର ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତକୁ ୨୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାରୁ ଆମଦାନୀ ହୋଇଥିଲା। ଭାରତ ଓ ଚାଇନା ମଧ୍ୟରେ ଗତ ଆର୍ଥିକ ବର୍ଷରେ ୧୧୫.୪୨ ବିଲିୟନ ଡଲାର ମୂଲ୍ୟର କାରବାର ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ମୁତାବକ, ୨୦୨୦-୨୧ରେ ଚାଇନା ସହ ୮୬.୪ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି ଓ ଆମଦାନୀ ହୋଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଚାଇନାକୁ ଭାରତୀୟ ସାମଗ୍ରୀ ରପ୍ତାନି ସାମାନ୍ୟ ବୃଦ୍ଧି ପାଇଛି। ଏହି ସମୟରେ ମୋଟ ୨୧.୨୫ ବିଲିୟନ ଡଲାରର ଜିନିଷ ଭାରତ ଚାଇନାକୁ ପଠାଇଥିବାବେଳେ ୨୦୨୦-୨୧ରେ ତାହା ୨୧.୧୮ ବିଲିୟନ୍‌ ଡଲାର ଥିଲା। କିନ୍ତୁ ଚାଇନାରୁ ସାମଗ୍ରୀ ଆମଦାନୀ ଗତ ଆର୍ଥିକ ବର୍ଷରେ ଆଖିଦୃଶିଆ ଭାବେ ବଢ଼ିଛି।

୨୦୨୧-୨୨ରେ ଭାରତ ୯୪.୧୬ ବିଲିୟନ ଡଲାରର ସାମଗ୍ରୀ ଚାଇନାରୁ ଆଣିଛି। ୨୦୨୦-୨୧ରେ ଏହି ମୂଲ୍ୟ ପ୍ରାୟ ୬୫.୨୧ ବିଲିୟନ ଡଲାର ରହିଥିଲା। ୨୦୨୦-୨୧ ତୁଳନାରେ ଗତ ଆର୍ଥିକ ବର୍ଷରେ ଭାରତ ଓ ଚାଇନା ମଧ୍ୟରେ ବାଣିଜି୍ୟକ ବ୍ୟବଧାନ ୪୪ ବିଲିୟନ୍‌ ଡଲାରରୁ ୭୨.୯୧ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି। ୨୦୧୩-୧୪ରୁ ୨୦୧୭-୧୮ ପର୍ଯ୍ୟନ୍ତ ଚାଇନା ଭାରତର ସବୁଠାରୁ ବଡ଼ ବାଣିଜି୍ୟକ ସହଯୋଗୀ ରହିଥିଲା। ଚାଇନା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ଭାରତର ସର୍ବବୃହତ୍‌ ଟ୍ରେଡିଂ ପାର୍ଟନର ରହିଥିଲା। ୨୦୨୧-୨୨ରେ ୟୁଏଇ ସହ ଭାରତ ୭୨.୯ ବିଲିୟନ୍‌ ଡଲାରର କାରବାର କରିଛି। ଫଳରେ ୟୁଏଇ ଭାରତହ ତୃତୀୟ ସର୍ବବୃହତ୍‌ ବାଣିଜି୍ୟକ ଭାଗୀଦାରି ହୋଇଛି। ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ପଦକ୍ଷେପ ନେଉଥିବାରୁ ଆଗାମୀ ଦିନରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri