ଚାଇନାକୁ ଟପିଲା ଆମେରିକା

ନୂଆଦିଲ୍ଲୀ, ୩୦ା୫: ବାଣିଜ୍ୟ କ୍ଷେତ୍ରରେ ଚାଇନାର ଏକଚାଟିଆ ମନୋବୃତ୍ତି ବେଜିଂକୁ କ୍ରମଶଃ ଆର୍ଥିକ ସ୍ତରରେ ପ୍ରଭାବିତ କରିବାରେ ଲାଗିଛି। ପରିବର୍ତ୍ତନଶୀଳ ଭୂରାଜନୈତିକ ପ୍ରେକ୍ଷାପଟରେ ଚାଇନାର ଆଧିପତ୍ୟ ଦୁର୍ବଳ ହୋଇଥିବାବେଳେ ଭାରତ ଏକ ଉଦୀୟମାନ ଅର୍ଥନୀତି ଭାବେ ମୁଣ୍ଡଟେକିଛି। ଏଭଳି ସମୟରେ ଆମେରିକା ଭାରତ ସହ ବାଣିଜି୍ୟକ ଘନିଷ୍ଠତା ବଢ଼ାଇ ଏହି କ୍ଷେତ୍ରରେ ଚାଇନାକୁ ଟପିଯାଇଛି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଚାଇନାରୁ ମୁହଁ ଫେରାଇ ଭାରତକୁ ଏକ ଉତ୍କୃଷ୍ଟ ବଜାର ରୂପେ ବାଛି ନେଇଥିବାବେଳେ ଆଗାମୀ ଦିନରେ ନୂଆଦିଲ୍ଲୀ-ଓ୍ବାଶିଂଟନ୍‌ ସମ୍ପର୍କ ଆହୁରି ମଜଭୁତ ହେବା ଆଶା କରାଯାଉଛି।

ଆମେରିକା ଓ ଭାରତ ମଧ୍ୟରେ ୨୦୨୧-୨୨ରେ ହୋଇଥିବା ଦ୍ୱିପାକ୍ଷିକ ବାଣିଜ୍ୟ ନୂଆ ରେକର୍ଡ କରିଛି। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ବନ୍ଧ ଅଧିକ ମଜଭୁତ ହୋଇଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବେପାରବଣିଜରେ ଆମେରିକା ଏବେ ଭାରତର ସବୁଠାରୁ ବଡ଼ ଭାଗୀଦାରି ହୋଇଛି। ୨୦୨୧-୨୨ରେ ଦ୍ୱିପାକ୍ଷିକ କାରବାର ୧୧୯.୪୨ ବିଲିୟନ ଡଲାର ଛୁଇଁଛି। ୨୦୨୦-୨୧ରେ ଏହା ୮୦.୫୧ ବିଲିୟନ୍‌ ଡଲାର ଥିଲା। ଭାରତ ସହ କାରବାରରେ ଏବେ ଆମେରିକା ଚାଇନାକୁ ପଛରେ ପକାଇଛି।
ଅନୁସାରେ, ୨୦୨୧-୨୨ରେ ଭାରତରୁ ୭୬.୧୧ ବିଲିୟନ୍‌ ଡଲାରର ସାମଗ୍ରୀ ଆମେରିକାକୁ ରପ୍ତାନି ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫୧.୬୨ ବିଲିୟନ୍‌ ଡଲାର ରହିଥିଲା।

ସେହିପରି ୨୦୨୧-୨୨ରେ ଭାରତକୁ ଅଧିକ ଆମେରିକୀୟ ସାମଗ୍ରୀ ଆମଦାନୀ ହୋଇଛି। ଏହାର ମୂଲ୍ୟ ୪୩.୩୧ ବିଲିୟନ ଡଲାର ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତକୁ ୨୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାରୁ ଆମଦାନୀ ହୋଇଥିଲା। ଭାରତ ଓ ଚାଇନା ମଧ୍ୟରେ ଗତ ଆର୍ଥିକ ବର୍ଷରେ ୧୧୫.୪୨ ବିଲିୟନ ଡଲାର ମୂଲ୍ୟର କାରବାର ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ମୁତାବକ, ୨୦୨୦-୨୧ରେ ଚାଇନା ସହ ୮୬.୪ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି ଓ ଆମଦାନୀ ହୋଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଚାଇନାକୁ ଭାରତୀୟ ସାମଗ୍ରୀ ରପ୍ତାନି ସାମାନ୍ୟ ବୃଦ୍ଧି ପାଇଛି। ଏହି ସମୟରେ ମୋଟ ୨୧.୨୫ ବିଲିୟନ ଡଲାରର ଜିନିଷ ଭାରତ ଚାଇନାକୁ ପଠାଇଥିବାବେଳେ ୨୦୨୦-୨୧ରେ ତାହା ୨୧.୧୮ ବିଲିୟନ୍‌ ଡଲାର ଥିଲା। କିନ୍ତୁ ଚାଇନାରୁ ସାମଗ୍ରୀ ଆମଦାନୀ ଗତ ଆର୍ଥିକ ବର୍ଷରେ ଆଖିଦୃଶିଆ ଭାବେ ବଢ଼ିଛି।

୨୦୨୧-୨୨ରେ ଭାରତ ୯୪.୧୬ ବିଲିୟନ ଡଲାରର ସାମଗ୍ରୀ ଚାଇନାରୁ ଆଣିଛି। ୨୦୨୦-୨୧ରେ ଏହି ମୂଲ୍ୟ ପ୍ରାୟ ୬୫.୨୧ ବିଲିୟନ ଡଲାର ରହିଥିଲା। ୨୦୨୦-୨୧ ତୁଳନାରେ ଗତ ଆର୍ଥିକ ବର୍ଷରେ ଭାରତ ଓ ଚାଇନା ମଧ୍ୟରେ ବାଣିଜି୍ୟକ ବ୍ୟବଧାନ ୪୪ ବିଲିୟନ୍‌ ଡଲାରରୁ ୭୨.୯୧ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି। ୨୦୧୩-୧୪ରୁ ୨୦୧୭-୧୮ ପର୍ଯ୍ୟନ୍ତ ଚାଇନା ଭାରତର ସବୁଠାରୁ ବଡ଼ ବାଣିଜି୍ୟକ ସହଯୋଗୀ ରହିଥିଲା। ଚାଇନା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ଭାରତର ସର୍ବବୃହତ୍‌ ଟ୍ରେଡିଂ ପାର୍ଟନର ରହିଥିଲା। ୨୦୨୧-୨୨ରେ ୟୁଏଇ ସହ ଭାରତ ୭୨.୯ ବିଲିୟନ୍‌ ଡଲାରର କାରବାର କରିଛି। ଫଳରେ ୟୁଏଇ ଭାରତହ ତୃତୀୟ ସର୍ବବୃହତ୍‌ ବାଣିଜି୍ୟକ ଭାଗୀଦାରି ହୋଇଛି। ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ପଦକ୍ଷେପ ନେଉଥିବାରୁ ଆଗାମୀ ଦିନରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri