ବିଭିନ୍ନ ଦେଶରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଜାତିସଂଘ ଶାନ୍ତି ସେନା, ସନ୍ତାନ ପାଳନ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତା ମା’, ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ…

ଜେନେଭା,୧୭।୯ : ଜାତିସଂଘ ଦ୍ୱାରା ପଠାଯାଇଥିବା ଶାନ୍ତି ସେନାଙ୍କ ଯୋଗୁଁ ସାରା ବିଶ୍ୱରେ ଶହ ଶହ ମହିଳା ଓ ବାଳିକା ଗର୍ଭବତୀ ହୋଇ ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଏକାକୀ ସଂଘର୍ଷ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ କାମନାର ଶିକାର ହେବା ପରେ ସେମାନଙ୍କ ଜନ୍ମ ହୋଇଥିବା ସନ୍ତାନଙ୍କ ଲାଳନପାଳନ ମା’ମାନଙ୍କ ପାଇଁ ଏକ ଆହ୍ବାନ ପାଲଟିଛି।

ହୋଇଥିବା ଏକ ସର୍ଭେ ଅନୁଯାୟୀ ଜାତିସଂଘର ଶାନ୍ତି ସେନାମାନେ ଅନେକ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ଯାଆନ୍ତି। ଏହି ସମୟ ମଧ୍ୟରେ ସେମାନେ ସ୍ଥାନୀୟ ମହିଳା କିମ୍ବା କିଶୋର ଝିଅମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି ଏବଂ ମିଶନ ଶେଷ ହେବା ପରେ ସେମାନଙ୍କୁ ଛାଡିଦିଅନ୍ତି। ଜାତିସଂଘ ଏପର୍ଯ୍ୟନ୍ତ ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ କରିଛି। ସେଥିମଧ୍ୟରୁ କେବଳ ୫୫ ଟି ସତ୍ୟ ବୋଲି ଜଣାପଡିଛି।

ମିଳିତ ଜାତିସଂଘ ଏହାର ଅଧିକାରୀ ଏବଂ ସ୍ଥାନୀୟ ମହିଳା / ବାଳିକାମାନଙ୍କ ମଧ୍ୟରେ ଶାନ୍ତି ସେନାଙ୍କ ସହ ଯୌନ ସମ୍ପର୍କକୁ ସ୍ବୀକାର କରିଛି। ଏଥିରେ କୁହାଯାଇଛି, ଏଭଳି କାର୍ଯ୍ୟକଳାପ ମିଳିତ ଜାତିସଂଘର କାର୍ଯ୍ୟର ବିଶ୍ୱସନୀୟତା ଏବଂ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିଥାଏ। ଏଭଳି ଘଟଣାକୁ ରୋକିବା ପାଇଁ ମିଳିତ ଜାତିସଂଘ ଏହାର ଅଧିକାରୀମାନଙ୍କୁ (ଶାନ୍ତି ରକ୍ଷାକାରୀଙ୍କୁ) ସ୍ଥାନୀୟ ନାଗରିକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ବାରଣ କରିଥିଲା।

୨୦୧୭ରେ, ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଅନ୍ୟ କାହାକୁ ଦାୟୀ କରିବା ପୂର୍ବରୁ ନିଜ ଘର (ମିଳିତ ଜାତିସଂଘ) ସଜାଡ଼ିବାକୁ ଶପଥ ନେଇଥିଲେ। ଏଥିପାଇଁ ସେ ତାଙ୍କ ଶାନ୍ତି ସେନାଙ୍କ ପାଇଁ କ୍ଷମା ପ୍ରାର୍ଥନା କରିବା ସହିତ ପୀଡିତଙ୍କ ଅଧିକାରର ସୁରକ୍ଷା ପାଇଁ ମଧ୍ୟ ବଡ ପଦକ୍ଷେପ ନେଇଥିଲେ। ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ଟ୍ରଷ୍ଟ ପାଣ୍ଠି ଗଠନ କରିଥିଲେ। ଏହି ପାଣ୍ଠିରେ ୪.୮ ମିଲିୟନ ଡଲାରରୁ ଅଧିକ ଜମା କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏହାର ମାତ୍ର ୧ ପ୍ରତିଶତ ଅର୍ଥାତ ୨୪୯,୭୩୮ ଡଲାର ଖର୍ଚ୍ଚ ହୋଇଛି।

ଜାତିସଂଘ ପାଣ୍ଠି କାର୍ଯ୍ୟକ୍ରମ ଅଧିକାରୀ ୟସନା ଉବେରୋଇ କହିଛନ୍ତି ଜାତିସଂଘର ନିୟମ ଯୋଗୁ ଏହି ପାଣ୍ଠି ସିଧାସଳଖ ପୀଡିତଙ୍କ ନିକଟକୁ ହସ୍ତାନ୍ତର କରାଯାଇ ପାରୁ ନାହିଁ। ଏହା ପୀଡିତଙ୍କ ତାଲିମ ଏବଂ ଜୀବିକା ପାଇଁ ବ୍ୟବହୃତ ହୋଇଥାଏ।

ନୂତନ ରିପୋର୍ଟ ଅନୁଯାୟୀ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଦ୍ୱାରା ଏଭଳି କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ଜୁନ ମାସରେ, ଦୁଇ ଝିଅଙ୍କ ସମେତ ଚାରି ଜଣଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ୬୦ ଜଣ ତାଞ୍ଜାନିଆର ଶାନ୍ତି ରକ୍ଷାକାରୀଙ୍କୁ ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଘରକୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri