ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନ୍‌ସନ୍‌। କ୍ୟାବିନେଟରୁ ୪୦ମନ୍ତ୍ରୀ ଇସ୍ତଫା ଦେବା ପରେ ବୋରିସ ଜନ୍‌ସନ୍‌ଙ୍କ ଇସ୍ତଫା ଦେବା ଏକପ୍ରକାର ସ୍ଥିର ହୋଇଯାଇଥିଲା। ଏଭଳି ସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍‌ ଇସ୍ତଫା ଦେଇଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବୋରିସ୍‌ ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଜନ୍‌ସନ୍‌ କହିଛନ୍ତି, ତାଙ୍କ କଞ୍ଜରଭେଟିଭ୍‌ ପାର୍ଟି ଜଣେ ନୂତନ ନେତା ତଥା ପ୍ରଧାନମନ୍ତ୍ରୀ ଚୟନ କରିବ। ‘ମୋର ସଫଳତା ପାଇଁ ମୁଁ ଅତ୍ୟଧିକ ଗର୍ବିତ’। ଜଣେ ନୂତନ ନେତା ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସେ ଏହି ପଦ ସମ୍ଭାଳିବେ ବୋଲି ବୋରିସ୍‌ କହିଛନ୍ତି। ସୂଚନା ମୁତାବକ, ଅକ୍ଟୋବରରେ କଞ୍ଜରଭେଟିଭ୍‌ ପାର୍ଟିର ଏକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦଳର ସମ୍ମିଳନୀରେ ନେତା ନିର୍ବାଚିତ ହେବେ ବୋଲି ବୋରିସ୍‌ ସୂଚନା ଦେଇଛନ୍ତି। ଅନେକ ଦିନର ରାଜନୈତିକ ବିକାଶ ପରେ ଜନ୍‌ସନ୍‌ ଏହି ପଦକ୍ଷେପ ନେଇଛନ୍ତି। ଜନ୍‌ସନ୍‌ଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଙ୍ଗଳବାରଠାରୁ ଇସ୍ତଫା ଦେଇଛନ୍ତି।

 

Share