Posted inଫୁରସତ

ନିଆରା ଗାଁ

ଗାଁ ସହିତ ମଣିଷର ସମ୍ପର୍କ ବହୁ ପ୍ରାଚୀନ। ପ୍ରତ୍ୟେକ ଗାଁ ପ୍ରତ୍ୟେକଙ୍କ ପାଇଁ ସୁନ୍ଦର। ସବୁ ଗାଁରେ ବି କିଛି ନା କିଛି ବିଶେଷତ୍ୱ ରହିଛି। କିଛିକିଛି ଅଲଗାପଣ ରହିଛି। କୋଉ ଗାଁର ଲୋକମାନେ ପୂଜାପ୍ରାର୍ଥନା ପାଇଁ ମନ ରଖୁଥିବା ବେଳେ କେହି ଗାଁର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇଥାନ୍ତି। ସେହିଭଳି କୌଣସି ଗାଁ ତା’ର ପ୍ରାକୃତିକ ପରିବେଶ ତଥା ସୌନ୍ଦର୍ଯ୍ୟ ପାଇଁ ପରିଚିତି ହାସଲ କରିଥାଏ। ତେବେ ବିଶ୍ୱରେ ଏମିତି କିଛି ଗାଁର ଦୃଷ୍ଟାନ୍ତ ଅଛି ଆଉ ସେସବୁ ଗାଁରେ ଏମିତି କିଛି ବିଶେଷତ୍ୱ ବା ନିଆରାପଣ ରହିଛି ଯାହାକୁ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଆଉ ସବୁଠୁ ବଡ଼କଥା ସେହିସବୁ ଅଲଗାପଣ ପାଇଁ ହିଁ ସେସବୁ ଗାଁ ବିଶ୍ୱରେ ପ୍ରସିଦ୍ଧି ହାସଲ କରିଛି। ସେହିସବୁ ଗାଁ ସମ୍ପର୍କରେ…


ଏକ କିଡନି ଥିବା ଗାଁ : କିଡନି ମଣିଷ ଶରୀରର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରେ ଥିବା ଅବର୍ଜନା ସବୁକୁ ପରିସ୍କାର କରେ। ପ୍ରତ୍ୟେକ ମଣିଷର ଦୁଇଟା କିଡନି ରହିଥାଏ। ମାତ୍ର ନେପାଳର ଗୋଟିଏ ଗାଁହେଉଛି ‘କିଡ୍‌ନି ବୈଲୀ’ ଗାଁ। ଏହି ଗାଁର ନାଁ ଆଗରୁ କ’ଣ ଥିଲା ସେକଥା କେହି ଜାଣନ୍ତି ନାହିଁ। ମାତ୍ର ଏବେ ଏହା ’କିଡ୍‌ନି ବୈଲୀ’ ଗାଁ ଭାବରେ ପରିଚିତ। ଏହି ଗ୍ରାମର ପ୍ରାୟ ଶତପ୍ରତିଶତ ଲୋକଙ୍କର ଗୋଟିଏ ଲେଖାଏଁ କିଡ୍‌ନି। କାରଣ ସେମାନେ ବିନା ଦ୍ୱିଧାରେ କିଡନି ମାଫିଆମାନଙ୍କୁ ସେମାନଙ୍କ କିଡ୍‌ନି ବିକିଦିଅନ୍ତି। ସେମାନଙ୍କର ଧାରଣା, କିଡନି କାଟିଦେଲେ ଆଉ ଗୋଟେ କିଡନି କଅଁଳି ଉଠିବ। ହେଲେ ଗବେଷକମାନଙ୍କର କହିବା କଥା, ଏମାନେ ଅନ୍ଧବିଶ୍ୱାସର ଶିକାର। ମାଫିଆମାନେ ସେମାନଙ୍କର ସେହି ଅନ୍ଧବିଶ୍ୱାସକୁ ଆହୁରି ବଢ଼େଇ ଚାଲିଛନ୍ତି।


ବିନା ସଡ଼କରେ ଗାଁ : ଗାଁ ଥିବ, କିନ୍ତୁ ସଡ଼କ ନଥିବ। ଇଏ କେମିତିକା କଥା? ଏକଥା କ’ଣ କେହି କେବେ ଶୁଣିଥିବ। ମାତ୍ର ବାସ୍ତବରେ ଏମିତି ହିଁ ଗାଁଟିଏ ଅଛି। ଏଭଳି ଏକ ବିଚିତ୍ର ଗାଁ ରହିଛି ନେଦରଲାଣ୍ଡରେ। ଏହି ଗାଁର ନାଁ ଗିଏଥର୍ନ। ଏହି ଗାଁଟି ଅତି ସୁନ୍ଦର ଗାଁ। ଏହାର ସୌନ୍ଦର୍ଯ୍ୟ ଖୁବ୍‌ ମନଲାଖି। ଥରେ ଯିଏ ଏହି ଗାଁକୁ ଯିବ ସେ ଫେରିବାକୁ ମନ କରିବନି। ତେବେ ଏହି ଗାଁର ଗୋଟିଏ ଅସୁବିଧା ହେଉଛି ଏହି ଗ୍ରାମରେ ସଡ଼କ ନାହିଁ। ସେଥିଲାଗି ଏହି ଗାଁର କୌଣସି ଲୋକଙ୍କ ଘରେ ଗାଡ଼ି କି ମୋଟରଯାନ ନାହିଁ। ଏମିତି ହେବା ପଛରେ ବି ଏକ ରହସ୍ୟ ରହିଛି। ବାସ୍ତବରେ ଏହି ଗାଁର ଅବସ୍ଥିତି ପାଣି ଉପରେ। ଚାରିକଡ଼େ ପାଣି। ତଳେ ପାଣି। କେବେ କିଏ କେଉଁ ପରିସ୍ଥିତିରେ ପଡ଼ି ଏଭଳି ଏକ ନିଆରା ଗାଁର ପ୍ରତିଷ୍ଠା କରିଥିଲା ସେକଥା କାହାରିକୁ ଜଣାନାହିଁ। ଲୋକମାନେ କିନ୍ତୁ ସେଭଳି ଗାଁକୁ ଛାଡ଼ି ଆସିବାକୁ ନାରାଜ। ଯିବା ଆସିବା କରିବା ପାଇଁ ଲୋକମାନଙ୍କର ଏକମାତ୍ର ମାଧ୍ୟମ ନୌକା। ଏହି ଗାଁ ବିଶ୍ୱ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ବର୍ଷର ସବୁ ସମୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ।
କୁଂଫୁ ଭିଲେଜ୍‌ : କୁଂଫୁ ଚାଇନାର ଏକ ପାରମ୍ପରିକ ସାମରିକ କଳା। ଏହା ବିଶ୍ୱରେ ଏଭଳି ପ୍ରସିଦ୍ଧି ହାସଲ କରିଛି ଯେ, କୁଂଫୁ ଆଉ ଚାଇନାରେ ସୀମିତ ହୋଇ ରହିନାହିଁ। ଅଧିକନ୍ତୁ ଏହା ସମଗ୍ର ବିଶ୍ୱରେ ଏଭଳି ପ୍ରସାରିତ ହୋଇଯାଇଛି ଯେ, ଅନେକ ସ୍ଥାନରେ କୁଂଫୁ ପ୍ରତିଷ୍ଠାନମାନ ଖୋଲାଯାଇଛି। ତେବେ ଯଦି ଗୋଟିଏ ସ୍ବତନ୍ତ୍ର କୁଂଫୁ ଗ୍ରାମ ଅଛି ବୋଲି କୁହାଯିବ ତା’ହେଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏହା ସତ୍ୟ। ଚୀନର ତିଆଂଝୁରେ ଗୋଟିଏ ଗ୍ରାମ ଅଛି ଯାହାକୁ ’କୁଂଫୁ ଭିଲେଜ’ ବୋଲି କୁହାଯାଏ। ଏହି ଗ୍ରାମର ଲୋକମାନେ କୁଂଫୁକୁ ଛାଡ଼ିଦେଲେ ଆଉକିଛି ଜାଣନ୍ତି ନାହିଁ। ଘରର ସମସ୍ତ ସଦସ୍ୟ ଜଣେଜଣେ କୁଂଫୁ ମାଷ୍ଟର। କୁଂଫୁ ଶିଖିବା ପାଇଁ ଏହି ଗ୍ରାମକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆଗ୍ରହୀମାନଙ୍କର ସୁଅ ଛୁଟିଥାଏ।
ନୀଳଗ୍ରାମ : ଗ୍ରାମର ବାସ୍ତବିକ ନାମ ହେଉଛି ଜୁଜକାର। ଏହା ସ୍ପେନ୍‌ରେ ଅବସ୍ଥିତ। ତେବେ ଜୁଜକାର ବୋଲି କହିଲେ କେହି ବୁଝିବେ ନାହିଁ। ତେବେ ଯଦି କୁହାଯାଏ ନୀଳଗ୍ରାମ ବା ବ୍ଲୁ ଭିଲେଜ୍‌ କେଉଁଠି ତା’ହେଲେ ଲୋକମାନେ ସହଜରେ ବୁଝିଯିବେ। ମଜାର କଥା ହେଉଛି ଏହି ଗ୍ରାମରେ ଥିବା ସବୁ ଘରର ରଙ୍ଗ ନୀଳ। ଏହି ଗ୍ରାମର ଲୋକମାନେ ଜ୍ୟୋତିର୍ବିଦ୍ୟାରେ ଘୋର ବିଶ୍ୱାସୀ। ନୀଳରଙ୍ଗ ସେମାନଙ୍କ ପାଇଁ ସୁଖ ସମୃଦ୍ଧିର ପରିଚୟ ବୋଲି ସେମାନଙ୍କର ବିଶ୍ୱାସ। ସେଥିଲାଗି ଏହି ନୀଳଗ୍ରାମର ପରିକଳ୍ପନା। ତେବେ କେହିକେହି କହନ୍ତି, ଥରେ ଗୋଟିଏ ବିଶେଷ କାର୍ଯ୍ୟ ପାଇଁ କେତେକ ଘରକୁ ନୀଳରଙ୍ଗ କରାଯାଇଥିଲା। ତାହା ଲୋକମାନଙ୍କୁ ଏଭଳି ଭଲ ଲାଗିଲା ଯେ, ପ୍ରତ୍ୟେକ ଲୋକ ନିଜନିଜ ଘରକୁ ନୀଳରଙ୍ଗରେ ରଙ୍ଗୀନ କରିବାକୁ ଲାଗିଲେ।
ସୂର୍ଯ୍ୟ ଯାଉ ନଥିବା ଗାଁ : ଏହା ଏମିତି ଏକ ଗାଁ ଯେଉଁଠିକୁ ସୂର୍ଯ୍ୟ ଆସନ୍ତିନି। ବରଂ ସୂର୍ଯ୍ୟଙ୍କୁ ସେଠାକୁ ଆଣିବାକୁ ପଡ଼େ। ଇଟାଲୀର ଏକ ଗାଁହେଉଛି ବିଗାନେଲ। ଏହି ଗାଁକୁ ଚାରିପଟରୁ ବଡ଼ବଡ଼ ଘାଟି ସବୁ ଘେରି ରହିଛି। ଘାଟି ମଧ୍ୟରେ ଥିବା ଏହି ଗାଁଟି ଏତେ ତଳେ ରହିଛି ଯେ, ବର୍ଷରେ ତିନିମାସ ସୂର୍ଯ୍ୟଙ୍କର କିରଣ ଏଠାରେ ପଡ଼େନି। ସେଥିପାଇଁ ଲୋକମାନେ ଘାଟି ଉପରେ ବଡ଼ବଡ଼ ଆଇନା ଲଗେଇ ଗାଁ ଭିତରକୁ ସୂର୍ଯ୍ୟକିରଣ ଆଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକା ପୋଡ଼ିବା ପାଇଁ ବୃଦ୍ଧା ବ୍ୟବହାର କଲେ ସୋଲାର, ପୂର୍ବତନ କ୍ରିକେଟର କହିଲେ ଏମିତି

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବୃଦ୍ଧା ଜଣକ ଏମିତି...

ଜେଜେବାପାଙ୍କ ୫ ପଇସା ଥିଲା ମୋ ପ୍ରକୃତ ରୋଜଗାର: ମମତା

ପୁରୀ ଜିଲା ନିମାପଡ଼ାର ଅଣ୍ଢିଆଶାସନ ଗାଁରେ ମୋ ଜନ୍ମ। ନନା(ବାପା) ଯେହେତୁ ରାଉରକେଲାରେ ଚାକିରି କରୁଥିଲେ ତେଣୁ ମୋ ପାଠପଢ଼ା ସେଠାରେ ହୋଇଥିଲା। ଆର୍‌.ଇ.ସି. କ୍ୟାମ୍ପସ୍‌...

ଲାଇଭ୍‌ ଭିଡିଓ ମାଧ୍ୟମରେ ହେଲା ଅନ୍ତିମ ସଂସ୍କାର

ହରିୟାଣା,୯।୪: ଲକ୍‌ଡାଉନ୍‌ ଶବ୍ଦ କେହି କେହି ଆଗରୁ ଶୁଣି ନ ଥିବା ବେଳେ ଏବେ କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ପରିଚିତ ଶବ୍ଦ ପାଲଟି...

ଭଲପାଇବା ଏମାନଙ୍କ ମଧ୍ୟରେ ବି ଥାଏ, ଜଣେ ନ ଉଠିବାରୁ ଆଉଜଣେ କରୁଛି ଏମିତି…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ପାଳିଲେ ୮୦ତମ ବିବାହ ବାର୍ଷିକୀ

ଟେକ୍ସାସ,୧୮।୧୨: ଆମେରିକାର ଟେକ୍ସାସ ସହରରେ ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ନିଜର ୮୦ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଲଙ୍ଗହର୍ନ ସହରରେ ରହୁଥିବା ୧୦୬ ବର୍ଷୀୟ...

କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ...

କ୍ୟାନସରକୁ ହରାଇ ସ୍କୁଲରେ ପହଞ୍ଚିଲେ ୬ ବର୍ଷ ବୟସ୍କ ବାଳକ: ସାଥୀମାନେ ତାଳିମାରି କଲେ ସ୍ବାଗତ; ଭିଡ଼ିଓ ଭାଇରାଲ…

ଓହିୟୋ, ୧୨।୧: କ୍ୟାନସରରେ ପୀଡ଼ିତ ହୋଇଥିବା ଜଣେ ୬ ବର୍ଷ ବୟସ୍କ ବାଳକ ଚିକିତ୍ସା ପରେ ଶେଷରେ ସୁସ୍ଥ ହୋଇ ସ୍କୁଲକୁ ଫେରିଛନ୍ତି। ତାଙ୍କୁ ତାଙ୍କର...

ଅମରପ୍ରେମରୁ କାବେରୀ

ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...

Advertisement
Archives

Model This Week