ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ ଜ୍ଞାନ ଦେବା ଓ ସେମାନଙ୍କୁ ସାମାଜିକ ଶୃଙ୍ଖଳାର ପାଠ ପଢ଼ାଇବା। ଏଭଳି ଜଣେ ଗୁରୁ ରହିଛନ୍ତି ଯିଏ କି ଅବସର ନେବାର ଇତି ମଧ୍ୟରେ ୨୬ ବର୍ଷ ବିତିଗଲାଣି ହେଲେ ସେ ଭୁଲି ପାରୁନାହାନ୍ତି ଛାତ୍ରୀଛାତ୍ରଙ୍କୁ। ସେ ଦେଇଥିବା ନୈତିକ ଶିକ୍ଷା ଏବେ ମଧ୍ୟ ସମୟ ବାହାର କରିକି ଯେଉଁଠି ବି ଛାତ୍ରୀଛାତ୍ରଙ୍କୁ ଦେଖନ୍ତି ତାଙ୍କ ମଧ୍ୟରେ ଆସିଯାଏ ଆଗ୍ରହ ଓ ସେମାନଙ୍କୁ ନୈତିକ ଶିକ୍ଷା ସାମାଜିକ ଶୃଙ୍ଖଳା ଜଣେ ଜଣେ ଭଲ ମଣିଷ ଟିଏ ହେବାର ଶିକ୍ଷା।

ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ିର ଅବସରପ୍ରାପ୍ତ ଶିକ୍ଷକ ସୁଜନ ନାୟକ ସେ ଅବସର ନେବାର ୨୬ ବର୍ଷ ବିତିଯାଇଛି। ସେ ୧୯୪୨ ଜୁଲାଇ ୧୧ରେ ଉକ୍ତ ବ୍ଲକ ଦାସିଙ୍ଗବାଡ଼ିରେ ପିତା ଡହ ନାୟକ ମାତା ଇଚ୍ଛାବତୀ ନାୟକଙ୍କ କୋଳରେ ଜନ୍ମ ନେଇଥିଲେ ସୁଜନ ନାୟକ। ସେ ଗାଁରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିବା ପରେ ରାଇକିଆ ବ୍ଲକ ମଣ୍ଡାସରୁ ବିଦ୍ୟାଳୟରେ ସପ୍ତମ ଓ ରାଇକିଆ ବିଜୟ ହାଇସ୍କୁଲରେ ଏକାଦଶ ପର୍ଯ୍ୟନ୍ତ ସଫଳତାର ସହ ପଢ଼ିବା ପରେ ଗତ ୧୯୬୩ ରେ ସେ ଶିକ୍ଷକତାରେ ଯୋଗଦାନ କରିଥିଲେ। ପ୍ରଥମେ ସେ ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତ ଗବାଟବାଡ଼ି ପ୍ରାଥମିକ ବିଦ୍ୟାଳୟ ଓ ପରେ ଉକ୍ତ ପଞ୍ଚାୟତ ଦଡ଼ିବାଡ଼ି ବିଦ୍ୟାଳୟ ସମେତ ତିଲୋରୀ ପଞ୍ଚାୟତ ମୁଗୁପାଙ୍ଗା ଏବଂ ପର୍ତ୍ତମାହା ପଞ୍ଚାୟତର କାଡ଼ଶପାଟା ବିଦ୍ୟାଳୟରେ ଶିକ୍ଷାଦାନ କରି ଦୀର୍ଘ ୩୭ ବର୍ଷ ଶିକ୍ଷକତା ପରେ ୨୦୦୦ରେ ସେ ଅବସର ଗ୍ରହଣ କରିଥିଲେ। ସେ ସାଇକେଲ ଚଳାଇବା ଜାଣି ନ ଥିବାରୁ ସେ ସିମନବାଡ଼ିରୁ ନିୟମିତ ପାଦ ରେ ଚାଲି ଚାଲି ଏହି ସବୁ ଦୁର୍ଗମ ଅଞ୍ଚଳରେ ଶିକ୍ଷକତା କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ପବିତ୍ରା ନାୟକ ତାଙ୍କୁ ସଠିକ ସମୟରେ ବିଦ୍ୟାଳୟକୁ ସେ ଯାତାୟାତ ପାଇଁ ସମସ୍ତ ଯତ୍ନ ନେଉଥିଲେ ଓ ଆଜି ପର୍ଯ୍ୟନ୍ତ ତାଙ୍କୁ ଯତ୍ନ ନେଉଥିବାରୁ ସେ ଏବେ ଅବସର ନେବାର ୨୬ ବର୍ଷ ବିତିଯାଇଥିଲେ ମଧ୍ୟ ସେ ସୁସ୍ଥ ଜୀବନଯାପନ କରୁଛନ୍ତି। ବର୍ଷୀୟାନ ଅବସରପ୍ରାପ୍ତ ଶିକ୍ଷକଙ୍କ ୪ ପୁଅ ଓ ଜଣେ କନ୍ୟା ରହିଥିବା ବେଳେ ବଡ଼ ପୁଅ କୁମୁଦ ଚାନ୍ଦ ନାୟକ ବିଦେଶରେ ଓ ଝିଅ ରୀନା ନାୟକ ପଞ୍ଜାବ ରେ ଏବଂ ୩ ପୁଅଙ୍କ ମଧ୍ୟରେ ପ୍ରମୋଦ ନାୟକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରହିଥିବା ବେଳେ ପ୍ରଭୋଦ ନାୟକ ଏବଂ ମଦନ ନାୟକ ଉକ୍ତ ଶିକ୍ଷାନୁଷ୍ଠାନର ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି।

Dharitri – Odisha’s No.1 Odia Daily

Share