Posted inଜାତୀୟ

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ ଲାଞ୍ଚ କାରବାର ହୋଇଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ଏହା ଭାରତରେ ରାଜନୈତିକ ଝଡ଼ ସୃଷ୍ଟି କରି ୧୯୮୯ ସାଧାରଣ ନିର୍ବାଚନରେ ରାଜୀବ ଗାନ୍ଧୀ ସରକାରଙ୍କ ପତନର କାରଣ ସାଜିଥିଲା। ସେହିପରି ୨୦୧୩ରେ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିକୁ ପଦାକୁ ଆଣିବାରେ ମଧ୍ୟ ସ୍ବିଡେନ ଗଣମାଧ୍ୟମର ବଡ଼ ଭୂମିକା ରହିଥିଲା। ଏବେ ସ୍ବିଡେନର ଆଉ କେତେକ ମିଡିଆ ଭିନ୍ନ ଏକ ଦୁର୍ନୀତିକୁ ଲୋକଲୋଚନକୁ ଆଣି ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଖାଲରେ ପକାଇଦେଇଛନ୍ତି। ସ୍ବିଡେନ ଗଣମାଧ୍ୟମରେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି। ଅଟୋ ମେକର୍‌ ସ୍କେନିଆ ଭାରତର କେତେକ ରାଜ୍ୟକୁ ସିଟି ବସ୍‌ ଦେବା କଣ୍ଟ୍ରାକ୍ଟ ପାଇବା ଲାଗି ଗଡ଼କରୀଙ୍କୁ ଫାଇଦା ଦେଇଥିବା ଏଥିରେ କୁହାଯାଇଛି। ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ବସ୍‌ ଓ ଟ୍ରକ୍‌ ନିର୍ମାଣକାରୀ ଉକ୍ତ କମ୍ପାନୀର ଆଭ୍ୟନ୍ତରୀଣ ତଦନ୍ତ ଅନୁସାରେ ଗଡ଼କରୀଙ୍କ ପୁଅମାନଙ୍କ ସହ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କୁ ଏକ ବିଳାସପୂର୍ଣ୍ଣ ‘ମେଟ୍ରୋଲିଙ୍କ୍‌ ଏଚ୍‌ଡି’ ବସ୍‌ ଦିଆଯାଇଥିଲା। ସେହି ବସ୍‌ ୨୦୧୬ରେ ଗଡ଼କରୀଙ୍କ ଝିଅ ବାହାଘର ବେଳେ କାମରେ ଲଗାଯାଇଥିଲା। ତେବେ ଏହି ଅଭିଯୋଗକୁ ଗଡ଼କରୀ ଗୁରୁବାର ଖଣ୍ଡନ କରିଛନ୍ତି। ଏହାସହ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଥିବା ସ୍ବିଡେନ୍‌ର ଏସ୍‌ଟିଭି ଏବଂ ଜର୍ମାନୀ ବ୍ରଡ୍‌କାଷ୍ଟର ଜେଡ୍‌ଡିଏଫ୍‌କୁ ଆଇନଗତ ମାନହାନି ମାମଲା ପାଇଁ ନୋଟିସ ପଠାଇଛନ୍ତି।
ନିକଟରେ ଏସ୍‌ଟିଭି ନ୍ୟୁଜ୍‌ ଚ୍ୟାନେଲ ଦାବି କରିଥିଲା ଯେ ୨୦୧୭ ଶେଷରେ ସ୍କେନିଆର ଅଡିଟରମାନେ ଏହି ଦୁର୍ନୀତି ସମ୍ପର୍କରେ ଜାଣିବାକୁ ପାଇଥିଲେ। ସ୍କେନିଆ ପକ୍ଷରୁ ଭାରତର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ଏକ ବିଳାସପୂର୍ଣ୍ଣ ବସ୍‌ ଉପହାର ରୂପେ ଦିଆଯାଇଥିଲା। ଭାରତରେ କାମ ପାଇବା ପାଇଁ ବସ୍‌ ନିର୍ମାଣକାରୀ କମ୍ପାନୀ ଏହି ଉପହାର ଦେଇଛି ବୋଲି ସ୍ପେନିଆର ମାଲିକାନା ସ୍ବତ୍ୱାଧିକାରୀ ଜର୍ମାନୀର ଭୋଲ୍କସଓ୍ବାଗେନ୍‌କୁ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।
ଏସ୍‌ଟିଭି ରିପୋର୍ଟ ଅନୁସାରେ ଅଟୋ ମେକର୍‌ ସ୍କେନିଆ ପକ୍ଷରୁ ତାମିଲନାଡୁ, କର୍ନାଟକ, କେରଳ, ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଓ ରାଜସ୍ଥାନ ଭଳି ୧୨ ରାଜ୍ୟକୁ ବସ୍‌ ଦେବା ପାଇଁ ଉଦ୍ୟମ କରିଥିଲା। ସେଥିରୁ ୭ ରାଜ୍ୟରେ କଣ୍ଟ୍ରାକ୍ଟ ପାଇବା ଲାଗି ଭାରତୀୟ ଅଧିକାରୀମାନଙ୍କୁ ବିପୁଳ ଅର୍ଥ ଲାଞ୍ଚ ଦିଆଯାଇଥିଲା। ଉକ୍ତ ବସ୍‌ଗୁଡ଼ିକୁ ସମ୍ପୃକ୍ତ ରାଜ୍ୟର ପୌରପାଳିକା ଓ ମହାନଗର ନିଗମଗୁଡ଼ିକରେ ସାଧାରଣ ପରିବହନ ପାଇଁ ବ୍ୟବହାର କରାଯାଇଥିଲା। ଗଡ଼କରୀ ପ୍ରକରଣ ୨୦୧୬ ଶେଷ ଆଡ଼କୁ ଘଟିଥିଲା, ଯେତେବେଳେ ଏକ ଲକ୍‌ଜ୍ୟୁରି ବସ୍‌ ଜଣେ ପ୍ରାଇଭେଟ୍‌ ସ୍କେନିଆ ରିସେଲର ବା ଡିଲରଙ୍କ ଜରିଆରେ ବିକ୍ରି କରାଯାଇଥିଲା। ସମ୍ପୃକ୍ତ ଡିଲର ତାକୁ ଏକ କମ୍ପାନୀକୁ ବିକ୍ରି କରିଥିଲେ କିମ୍ବା ଲିଜ୍‌ରେ ଦେଇଥିଲେ, ଯାହାର ସମ୍ପର୍କ ଗଡ଼କରୀଙ୍କ ପୁଅମାନଙ୍କ ସହିତ ରହିଛି। ତେବେ ସେତେବେଳେ ସେହି ବସ୍‌ କିଣାର ଟଙ୍କା ପଇଠ କରାଯାଇ ନ ଥିଲା। ଗଡ଼କରୀଙ୍କ ଝିଅ ବାହାଘରରେ ବ୍ୟବହାର ପାଇଁ ଏପରି କରାଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷେ ଗଡ଼କରୀଙ୍କ ଅଫିସ୍‌ ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ଗଣମାଧ୍ୟମର ମନଗଢ଼ା କଥା ବୋଲି କହିଛି। ୨୦୧୬ର ମିଡିଆ ରିପୋର୍ଟ ଅନୁସାରେ ଗଡ଼କରୀଙ୍କ ଝିଅ ବାହାଘର ବେଳେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଅତିଥିମାନଙ୍କ ଉଡ଼ାଣ ସୁବିଧା ପାଇଁ ୫୦ଟି ଚାର୍ଟାର୍ଡ ଫ୍ଲାଇଟ୍‌ ଭଡ଼ା କରାଯାଇଥିଲା, ଯାହାକୁ ସଡ଼କ ପରିବହନ ମନ୍ତ୍ରୀଙ୍କ ଅଫିସ ଭିତ୍ତିହୀନ ବୋଲି ଦର୍ଶାଇଛି। ବସ୍‌ କିଣାରେ କେନ୍ଦ୍ରମନ୍ତ୍ରୀଙ୍କ ପରିବାରର କିଛି ସମ୍ପର୍କ ନାହିଁ। ଯେଉଁ ବ୍ୟକ୍ତି ବସ୍‌ ନେଇଛନ୍ତି ତାଙ୍କ ସହ ମଧ୍ୟ ଗଡ଼କରୀ ବା ତାଙ୍କ ସମ୍ପର୍କୀୟଙ୍କ ସମ୍ପର୍କ ନାହିଁ ବୋଲି ଏକ ବିବୃତିରେ କୁହାଯାଇଛି।
ମହାରାଷ୍ଟ୍ରର ନାଗପୁରକୁ ସ୍କେନିଆ କମ୍ପାନୀର ଏଥାନୋଲ୍‌ ଚାଳିତ ବସ୍‌ ଆଣିବାରେ ଗଡ଼କରୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନାଗପୁରରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବା ପରେ ଚୁକ୍ତି ଅନୁସାରେ ଦେଶର ଅନ୍ୟ କେତେକ ମହାନଗର ନିଗମର ସଡ଼କରେ ଏହି ବସ୍‌ ଗଡ଼ିଥିଲା। ତେବେ ସ୍କେନିଆର ଏହି ସମ୍ପୂର୍ଣ୍ଣ ପ୍ରକରଣ ସ୍ବିଡେନ୍‌ କମ୍ପାନୀର ଆଭ୍ୟନ୍ତରୀଣ ମାମଲା। ତେଣୁ ଭାରତରେ ଏହି ବ୍ୟାପାର ବୁଝାବୁଝି କରୁଥିବା ସ୍କେନିଆ ଇଣ୍ଡିଆର ଆନୁଷ୍ଠାନିକ ବିବୃତିକୁ ଅପେକ୍ଷା କରିବା ଗଣମାଧ୍ୟମ ପାଇଁ ଉଚିତ ହେବ ବୋଲି ଗଡ଼କରୀଙ୍କ ଅଫିସ କହିଛି। ଅନ୍ୟପକ୍ଷରେ ଏହି ସବୁ ଘଟଣା ସାମ୍ନାକୁ ଆସିବା ପରେ ସ୍କେନିଆ ଭାରତୀୟ ବଜାରରେ ସିଟି ବସ୍‌ ନିର୍ମାଣ ଓ ବିକ୍ରି ବନ୍ଦ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri