Posted inଜାତୀୟ

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ ଲାଞ୍ଚ କାରବାର ହୋଇଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ଏହା ଭାରତରେ ରାଜନୈତିକ ଝଡ଼ ସୃଷ୍ଟି କରି ୧୯୮୯ ସାଧାରଣ ନିର୍ବାଚନରେ ରାଜୀବ ଗାନ୍ଧୀ ସରକାରଙ୍କ ପତନର କାରଣ ସାଜିଥିଲା। ସେହିପରି ୨୦୧୩ରେ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିକୁ ପଦାକୁ ଆଣିବାରେ ମଧ୍ୟ ସ୍ବିଡେନ ଗଣମାଧ୍ୟମର ବଡ଼ ଭୂମିକା ରହିଥିଲା। ଏବେ ସ୍ବିଡେନର ଆଉ କେତେକ ମିଡିଆ ଭିନ୍ନ ଏକ ଦୁର୍ନୀତିକୁ ଲୋକଲୋଚନକୁ ଆଣି ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଖାଲରେ ପକାଇଦେଇଛନ୍ତି। ସ୍ବିଡେନ ଗଣମାଧ୍ୟମରେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି। ଅଟୋ ମେକର୍‌ ସ୍କେନିଆ ଭାରତର କେତେକ ରାଜ୍ୟକୁ ସିଟି ବସ୍‌ ଦେବା କଣ୍ଟ୍ରାକ୍ଟ ପାଇବା ଲାଗି ଗଡ଼କରୀଙ୍କୁ ଫାଇଦା ଦେଇଥିବା ଏଥିରେ କୁହାଯାଇଛି। ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ବସ୍‌ ଓ ଟ୍ରକ୍‌ ନିର୍ମାଣକାରୀ ଉକ୍ତ କମ୍ପାନୀର ଆଭ୍ୟନ୍ତରୀଣ ତଦନ୍ତ ଅନୁସାରେ ଗଡ଼କରୀଙ୍କ ପୁଅମାନଙ୍କ ସହ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କୁ ଏକ ବିଳାସପୂର୍ଣ୍ଣ ‘ମେଟ୍ରୋଲିଙ୍କ୍‌ ଏଚ୍‌ଡି’ ବସ୍‌ ଦିଆଯାଇଥିଲା। ସେହି ବସ୍‌ ୨୦୧୬ରେ ଗଡ଼କରୀଙ୍କ ଝିଅ ବାହାଘର ବେଳେ କାମରେ ଲଗାଯାଇଥିଲା। ତେବେ ଏହି ଅଭିଯୋଗକୁ ଗଡ଼କରୀ ଗୁରୁବାର ଖଣ୍ଡନ କରିଛନ୍ତି। ଏହାସହ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଥିବା ସ୍ବିଡେନ୍‌ର ଏସ୍‌ଟିଭି ଏବଂ ଜର୍ମାନୀ ବ୍ରଡ୍‌କାଷ୍ଟର ଜେଡ୍‌ଡିଏଫ୍‌କୁ ଆଇନଗତ ମାନହାନି ମାମଲା ପାଇଁ ନୋଟିସ ପଠାଇଛନ୍ତି।
ନିକଟରେ ଏସ୍‌ଟିଭି ନ୍ୟୁଜ୍‌ ଚ୍ୟାନେଲ ଦାବି କରିଥିଲା ଯେ ୨୦୧୭ ଶେଷରେ ସ୍କେନିଆର ଅଡିଟରମାନେ ଏହି ଦୁର୍ନୀତି ସମ୍ପର୍କରେ ଜାଣିବାକୁ ପାଇଥିଲେ। ସ୍କେନିଆ ପକ୍ଷରୁ ଭାରତର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ଏକ ବିଳାସପୂର୍ଣ୍ଣ ବସ୍‌ ଉପହାର ରୂପେ ଦିଆଯାଇଥିଲା। ଭାରତରେ କାମ ପାଇବା ପାଇଁ ବସ୍‌ ନିର୍ମାଣକାରୀ କମ୍ପାନୀ ଏହି ଉପହାର ଦେଇଛି ବୋଲି ସ୍ପେନିଆର ମାଲିକାନା ସ୍ବତ୍ୱାଧିକାରୀ ଜର୍ମାନୀର ଭୋଲ୍କସଓ୍ବାଗେନ୍‌କୁ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।
ଏସ୍‌ଟିଭି ରିପୋର୍ଟ ଅନୁସାରେ ଅଟୋ ମେକର୍‌ ସ୍କେନିଆ ପକ୍ଷରୁ ତାମିଲନାଡୁ, କର୍ନାଟକ, କେରଳ, ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଓ ରାଜସ୍ଥାନ ଭଳି ୧୨ ରାଜ୍ୟକୁ ବସ୍‌ ଦେବା ପାଇଁ ଉଦ୍ୟମ କରିଥିଲା। ସେଥିରୁ ୭ ରାଜ୍ୟରେ କଣ୍ଟ୍ରାକ୍ଟ ପାଇବା ଲାଗି ଭାରତୀୟ ଅଧିକାରୀମାନଙ୍କୁ ବିପୁଳ ଅର୍ଥ ଲାଞ୍ଚ ଦିଆଯାଇଥିଲା। ଉକ୍ତ ବସ୍‌ଗୁଡ଼ିକୁ ସମ୍ପୃକ୍ତ ରାଜ୍ୟର ପୌରପାଳିକା ଓ ମହାନଗର ନିଗମଗୁଡ଼ିକରେ ସାଧାରଣ ପରିବହନ ପାଇଁ ବ୍ୟବହାର କରାଯାଇଥିଲା। ଗଡ଼କରୀ ପ୍ରକରଣ ୨୦୧୬ ଶେଷ ଆଡ଼କୁ ଘଟିଥିଲା, ଯେତେବେଳେ ଏକ ଲକ୍‌ଜ୍ୟୁରି ବସ୍‌ ଜଣେ ପ୍ରାଇଭେଟ୍‌ ସ୍କେନିଆ ରିସେଲର ବା ଡିଲରଙ୍କ ଜରିଆରେ ବିକ୍ରି କରାଯାଇଥିଲା। ସମ୍ପୃକ୍ତ ଡିଲର ତାକୁ ଏକ କମ୍ପାନୀକୁ ବିକ୍ରି କରିଥିଲେ କିମ୍ବା ଲିଜ୍‌ରେ ଦେଇଥିଲେ, ଯାହାର ସମ୍ପର୍କ ଗଡ଼କରୀଙ୍କ ପୁଅମାନଙ୍କ ସହିତ ରହିଛି। ତେବେ ସେତେବେଳେ ସେହି ବସ୍‌ କିଣାର ଟଙ୍କା ପଇଠ କରାଯାଇ ନ ଥିଲା। ଗଡ଼କରୀଙ୍କ ଝିଅ ବାହାଘରରେ ବ୍ୟବହାର ପାଇଁ ଏପରି କରାଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷେ ଗଡ଼କରୀଙ୍କ ଅଫିସ୍‌ ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ଗଣମାଧ୍ୟମର ମନଗଢ଼ା କଥା ବୋଲି କହିଛି। ୨୦୧୬ର ମିଡିଆ ରିପୋର୍ଟ ଅନୁସାରେ ଗଡ଼କରୀଙ୍କ ଝିଅ ବାହାଘର ବେଳେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଅତିଥିମାନଙ୍କ ଉଡ଼ାଣ ସୁବିଧା ପାଇଁ ୫୦ଟି ଚାର୍ଟାର୍ଡ ଫ୍ଲାଇଟ୍‌ ଭଡ଼ା କରାଯାଇଥିଲା, ଯାହାକୁ ସଡ଼କ ପରିବହନ ମନ୍ତ୍ରୀଙ୍କ ଅଫିସ ଭିତ୍ତିହୀନ ବୋଲି ଦର୍ଶାଇଛି। ବସ୍‌ କିଣାରେ କେନ୍ଦ୍ରମନ୍ତ୍ରୀଙ୍କ ପରିବାରର କିଛି ସମ୍ପର୍କ ନାହିଁ। ଯେଉଁ ବ୍ୟକ୍ତି ବସ୍‌ ନେଇଛନ୍ତି ତାଙ୍କ ସହ ମଧ୍ୟ ଗଡ଼କରୀ ବା ତାଙ୍କ ସମ୍ପର୍କୀୟଙ୍କ ସମ୍ପର୍କ ନାହିଁ ବୋଲି ଏକ ବିବୃତିରେ କୁହାଯାଇଛି।
ମହାରାଷ୍ଟ୍ରର ନାଗପୁରକୁ ସ୍କେନିଆ କମ୍ପାନୀର ଏଥାନୋଲ୍‌ ଚାଳିତ ବସ୍‌ ଆଣିବାରେ ଗଡ଼କରୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନାଗପୁରରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବା ପରେ ଚୁକ୍ତି ଅନୁସାରେ ଦେଶର ଅନ୍ୟ କେତେକ ମହାନଗର ନିଗମର ସଡ଼କରେ ଏହି ବସ୍‌ ଗଡ଼ିଥିଲା। ତେବେ ସ୍କେନିଆର ଏହି ସମ୍ପୂର୍ଣ୍ଣ ପ୍ରକରଣ ସ୍ବିଡେନ୍‌ କମ୍ପାନୀର ଆଭ୍ୟନ୍ତରୀଣ ମାମଲା। ତେଣୁ ଭାରତରେ ଏହି ବ୍ୟାପାର ବୁଝାବୁଝି କରୁଥିବା ସ୍କେନିଆ ଇଣ୍ଡିଆର ଆନୁଷ୍ଠାନିକ ବିବୃତିକୁ ଅପେକ୍ଷା କରିବା ଗଣମାଧ୍ୟମ ପାଇଁ ଉଚିତ ହେବ ବୋଲି ଗଡ଼କରୀଙ୍କ ଅଫିସ କହିଛି। ଅନ୍ୟପକ୍ଷରେ ଏହି ସବୁ ଘଟଣା ସାମ୍ନାକୁ ଆସିବା ପରେ ସ୍କେନିଆ ଭାରତୀୟ ବଜାରରେ ସିଟି ବସ୍‌ ନିର୍ମାଣ ଓ ବିକ୍ରି ବନ୍ଦ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri