କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କର ପରଲୋକ

ଲକ୍ଷ୍ନୌ,୧୮।୫: ଉତ୍ତରପ୍ରଦେଶ ମୁଜଫରପୁରନଗରର ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଭାଇ ଜିତେନ୍ଦ୍ର ବଲିଆନଙ୍କ କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ ଜିତେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ଋଷିକେଶ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ୟୁପିର ଭାଜପା ମୁଖପାତ୍ର ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର। ସୂଚନାଯୋଗ୍ୟ, ନିକଟରେ ପଞ୍ଚାୟତ ନିର୍ବାଚନରେ ଜିତେନ୍ଦ୍ର କୁଟବି ଗ୍ରାମର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ପଞ୍ଚାୟତ ନିର୍ବାଚନ ପରେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ପୁରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲା। ଏବେ ବି ତାଙ୍କର ଆଉ ଜଣେ ଭାଇଙ୍କର ଏମ୍ସରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ କରିପାରିବେନି କଲ୍‌ ରେକର୍ଡ…

ଚଣ୍ଡିଗଡ଼, ୧୩।୧୨: ସ୍ତ୍ରୀଙ୍କ ବିନା ଅନୁମତିରେ ସ୍ବାମୀ ତାଙ୍କର କଲ୍‌ ରେକର୍ଡ କରିପାରିବେନି। ଏଭଳି କରିବା ସ୍ତ୍ରୀଙ୍କ ଗୋପନୀୟ ଅଧିକାରର ଉଲ୍ଲଂଘନ ହୋଇଥାଏ ବୋଲି ପଞ୍ଜାବ...

ଅମୃତସରରେ ଗର୍ଜିଲେ କୃଷକ

ଅମୃତସର,୧୯ ।୯: ପଞ୍ଜାବର ଅମୃତସରରେ ଶନିବାର କୃଷି ବିଲ୍‌କୁ ବିରୋଧ କରି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଏମାନେ କୌଣସି ପରିସ୍ଥିତିରେ କୃଷି...

ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ୩ ଶହ ୩୫ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୧୧।୫: ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟରେ...

ଚିଦାମ୍ବରମ ବାପପୁଅଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୨୫ା୩: ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମନିଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଡ଼ୁଆ...

ଜି-୨୦ରେ ବିଦେଶୀ ଅତିଥିଙ୍କ ପାଇଁ ଦେଶୀ ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ମେନୁ…

ନୂଆଦିଲ୍ଲୀ,୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ମୁଖ୍ୟମାନେ ଯୋଗଦେଇଛନ୍ତି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବାକୁ...

ଆଇଆଇଟି ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ରେ ଚଢ଼ାଉ: ଲିଙ୍ଗ ଚୟନ ପାଇଁ ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ,୩ା୧୦ : ଭାରତରେ ପିଲାଛୁଆ ଜନ୍ମ ହେବା ପୂର୍ବରୁ ସେମାନଙ୍କ ଲିଙ୍ଗ ନିରୂପଣ ଓ ଚୟନ ବେଆଇନ ହୋଇଥିବାବେଳେ ବିଦେଶରେ ଏହି କାର୍ଯ୍ୟ କରାଇବା ଲାଗି...

କଂଗ୍ରେସ ଦେବ ୨୦ ଲକ୍ଷ ସରକାରୀ ଚାକିରି

ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍‌ୁତି ଆରମ୍ଭ କରିଛି କଂଗ୍ରେସ । ଶନିବାର ଦଳ ପକ୍ଷରୁ ‘ପ୍ରତିଜ୍ଞା ଯାତ୍ରା’ ବାହାର କରାଯାଇଛି...

ବିନା ଏଫ୍‌ଆଇଆର୍‌ରେ ୨୮ ଘଣ୍ଟା ଧରି କାହିଁକି ରଖାଯାଇଛି ଅଟକ ?

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ...

Advertisement
Archives

Model This Week