ପୁଅ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ, ମାତାପିତା କାମ କରନ୍ତି କ୍ଷେତରେ

ନୂଆଦିଲ୍ଲୀ,୧୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସପ୍ତାହ ପୂର୍ବରୁ ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି । ଏଥିରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା) ତାମିଲନାଡୁର ଅଧ୍ୟକ୍ଷ ଏଲ୍ ମୁରଗାନଙ୍କୁ ରାଜ୍ୟମନ୍ତ୍ରୀ ପଦ ମିଳିଛି । ୪୪ ବର୍ଷୀୟ ମୁରଗାନ ବହୁ ଦିନର ପରିଶ୍ରମ ପରେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ହେଲେ ଏବେ ତାଙ୍କ ମାତାପିତାଙ୍କର ଚର୍ଚ୍ଚା ସବୁଠି ହେଉଛି । ଏମାନେ ରାଜନୀତିଠାରୁ ବହୁ ଦୂରରେ ତାମିଲନାଡୁର ଏକ ଗାଁରେ ରହୁଥିବା ବେଳେ କ୍ଷେତରେ କାମ କରି ପେଟ ପୋଷୁଛନ୍ତି । ପୁଅର ସଫଳତାକୁ ନେଇ ମାତାପିତା ଗର୍ବ କରୁଥିବା ବେଳେ ସେମାନେ କିନ୍ତୁ ନିଜ ଜୀବନ ଏମିତି ବଞ୍ଚିବାକୁ ପସନ୍ଦ କରନ୍ତି ଯେଉଁଥିରେ ଦୁଇ ବେଳା ଖାଇବାକୁ ମିଳିବ । ତେବେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ବେଳକୁ ମୁରଗାନଙ୍କ ମାତା ପିତା ଦିଲ୍ଲୀଠାରୁ ପ୍ରାୟ ଅଢେଇ ହଜାର କିଲୋମିଟର ଦୂର ନମାକ୍କଲ ଜିଲାର କୋନ୍ନୁର ଗାଁରେ କ୍ଷେତରେ କାମ କରୁଥିଲେ । ମୁରଗାନଙ୍କ ୫୬ ବର୍ଷୀୟା ମା ଏ ବରୁଦାମ୍ମଲ ଓ ୬୮ ବର୍ଷୀୟ ପିତା ଏଲ ଲାଙ୍ଗନାଥମ ଅନ୍ୟ ଜଣଙ୍କ କ୍ଷେତରେ ମଜୁରିଆ ଭାବେ କାମ କରୁଥିଲେ । ସେମାନଙ୍କ ସହ କଥା ହେବାକୁ ଖବରଦାତା ଚାହିଲେ ମଧ୍ୟ ସେ ସିଧାସଳଖ ନ ଆସି କ୍ଷେତ ମାଲିକଙ୍କ ଅନୁମତି ନେବାକୁ ପଡିଥଲା । ପୁଅ ମୁରଗାନ କ୍ୟାବିନେଟ ମନ୍ତ୍ରୀ ହେବାର ଶ୍ରେୟ ଏମାନେ ନେବାକୁ ରାଜି ନୁହେଁ । କାରଣ ଏମାନେ କୁହନ୍ତି ପୁଅ ପାଇଁ ଆମେ କିଛି କରିନୁ । ପୁଅ ପିଲାଦିନେ ଭଲ ପାଠ ପଢୁଥିବା ବେଳେ ମୁଁ କରଜ କରି ତାକୁ ସରକାରୀ ସ୍କୁଲରେ ପାଠ ପଢାଇଛି ବୋଲି କୁହନ୍ତି ମୁରଗାନଙ୍କ ପିତା । ଏହାପରେ ଲ’ ପଢିବାକୁ ସେ ମୁମ୍ବାଇ ଯିବା ପରେ ସେଠାରେ ଥିବା ବେଳେ ସେ ଭାଜପାର ଅଧ୍ୟକ୍ଷ ହୋଇ ଯାଇଥିଲେ । ଏହାପରେ ମୁରଗାନ ପିତାମାତାଙ୍କୁ ପାଖକୁ ଡାକି ଏକାଠି ମୁମ୍ବାଇରେ ରହିବାକୁ କହିଥିଲେ ବି ଏହା ସେମାନଙ୍କୁ ପସନ୍ଦ ନ ଥିଲା । ମୁରଗାନଙ୍କ ବିଜି ସିଡୁୃଲ ଭିତରେ ଏମାନେ ପୁଣିଥରେ ନିଜ ଗାଁକୁ ଫେରିଆସି ମଜୁରିଆ ଭାବେ କାମ କରିବାକୁ ପସନ୍ଦ କରିଥିଲେ । କେବେକେବେ ମଜୁରିଆ ପୁଣି କେବେ କାମ ନ ମିଳିଲେ ଏମାନେ କୁଲି କାମ କରନ୍ତି ବୋଲି କୁହନ୍ତି । ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ହେବା ପରେ ମୁରଗାନ ତାଙ୍କ ମାତାପିତାଙ୍କୁ ଏକଥା ଫୋନ ମାଧ୍ୟମରେ ଜଣାଇଥିଲେ । ହେଲେ ସେମାନେ ଏହା କିଛି ବୁଝି ପାରି ନ ଥିଲେ । କେବଳ ପ୍ରଶ୍ନ କରିଥିଲେ ମୁମ୍ବାଇରେ ସେ ଯେଉଁ ପଦରେ ଥିଲେ ଏହା କ’ଣ ତା’ଠାରୁ ବଡ । ବାସ୍ ଏତିକିରେ ସେମାନେ ଖୁସି ହୋଇଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri