ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳାକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କ ଅନଶନ

ସଜନାଗଡ଼,୫।୫(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ ପ୍ରତିବାଦରେ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନଶନରେ ବସିଛନ୍ତି। ସେ ଏହାକୁ ନିନ୍ଦା କରିବା ସହ ତାଙ୍କ ନୀଳଗିରି ଗୋପୀନାଥପୁର ସ୍ଥିତ ବାସଭବନରେ ଅନଶନରେ ବସିଛନ୍ତି। ବୁଧବାର ମୌନବ୍ରତ କରିବେ ।
ଅନୁରୂପ ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ତାଙ୍କ ନୀଳଗିରି ପୁନ୍ଦାଳ ବାସଭବନରେ ବସିଛନ୍ତି। ରାଜନୈତିକ ହିଂସା ପ୍ରତିବାଦରେ ତଥା ଗଣତନ୍ତ୍ରର ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଏପରି କରିଛନ୍ତି।