ଦେଶରେ ଶସ୍ତା ହେବ ସାବୁନ୍, ଡିଟରଜେଣ୍ଟ, କପଡା କ୍ଲିନର୍, ବଡି ୱାଶ୍ ଭଳି ଦ୍ରବ୍ୟ, ଯୋଜନା ପ୍ରସ୍ତୁତ କରିଛି ଏହି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ,୨୭/୧୦: ଭାରତରେ ଖୁବଶୀଘ୍ର ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ପ୍ରଡକ୍ଟ ଦାମ୍ ହ୍ରାସ ପାଇବାକୁ ଯାଉଛି। ହିନ୍ଦୁସ୍ତାନ ୟୂନିଲିଭର ପ୍ୟାରେଣ୍ଟ କମ୍ପାନୀ ୟୂନିଲିଭର ଆଗାମୀ ସମୟରେ ବିଭିନ୍ନ ବର୍ଗରେ ପ୍ରଡକ୍ଟ ଗୁଡିକର ଦାମ୍ ହ୍ରାସ କରିବାକୁ କମ୍ପାନୀ ଘୋଷଣା କରିଛି।

ୟୂନିଲିଭରର ମୁଖ୍ୟ ଫାଇନାସିଆଲ ଅଧିକାରୀ ଗ୍ରିମ ପେଟାକେଥଲି କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ବିଶ୍ୱର ଆର୍ଥିକ ସ୍ଥିତିରେ ସୁଧାର ଆସିବା ଫଳରେ ଭାରତରେ କିଛି ପ୍ରଡକ୍ଟରେ ଦାମ୍ କମାଇବାକୁ ଚିନ୍ତା କରାଯାଉଛି। ତେବେ ୟୂନିଲିଭରର ସିଏଫଓ ଏହି କଥାକୁ ସ୍ପଷ୍ଟ କରିଛନ୍ତି ଯେ, କିଛି ପ୍ରଡକ୍ଟରେ ଦାମ୍ ହ୍ରାସ ହେବ। ଏହା ବ୍ୟତୀତ ଅନ୍ୟ ବର୍ଗ ଗୁଡିକରେ ଦାମ୍ ହ୍ରାସର କୌଣସି ସମ୍ଭାବନା ନାହିଁ।

ଇକୋନୋମିକ୍ ଟାଇମ୍ସ, ରିଉଟର୍ସ ଏବଂ ବିଜନେସ ଷ୍ଟାଣ୍ଡାର୍ଡ ଅନୁଯାୟୀ କପଡା ସଫା କରିବା ଏବଂ ବଡି ୱାସ୍ କରିବା ଦ୍ରବ୍ୟର ମୂଲ୍ୟ ହ୍ରାସ କରିବାକୁ ୟୁନିଲିଭରକୁ ଏକ ଯୋଜନା ଉପରେ କାର୍ଯ୍ୟ କରିବାକୁ ଯାଉଛି। ଏହା ପଛରେ ଦୁଇଟି କାରଣ ଅଛି – ପ୍ରଥମତଃ, ବିଶ୍ୱସ୍ତରୀୟ ଦ୍ରବ୍ୟ ମୂଲ୍ୟରେ ହ୍ରାସ ଦେଖାଯାଉଛି, ଯାହାର ଲାଭ ଗ୍ରାହକମାନଙ୍କୁ ଦେବାକୁ ପଡ଼ିବ। ଦ୍ୱିତୀୟତଃ, ସେମାନେ ପୁନର୍ବାର ବଜାରକୁ ପ୍ରବେଶ କରୁଛନ୍ତି ଏବଂ ବଜାର ଅଂଶ ବଢ଼ୁଥିବାରୁ ସ୍ଥାନୀୟ ବ୍ରାଣ୍ଡରୁ ପ୍ରତିଯୋଗିତାର ସମ୍ମୁଖୀନ ହେବା ଆବଶ୍ୟକ ହୋଇପଡିଛି।

ଏହା ବ୍ୟତୀତ ତୃତୀୟ ତ୍ରୈମାସିକରେ ଆୟ ସମ୍ପର୍କରେ ୟୂନିଲିଭର କମ୍ପାନୀର CFO Graeme Pitkethly କହିଛନ୍ତି ଯେ କମ୍ପାନୀ କେବଳ ଏହାର ଯୋଗାଣ ସ୍ଥିତି ଏବଂ ପ୍ରତିଯୋଗିତା ସହିତ ମେଳ ଖାଇବା ପାଇଁ ଏହାର ମୂଲ୍ୟ ସଂଶୋଧନ କରିବାକୁ ଚିନ୍ତା କରୁଛି ଯାହାଦ୍ୱାରା ଏହା ଲାଭକୁ ବଜାୟ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?