ୟୁନିଫାଏଡ୍‌ ପଲିସି, ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା

ପୁରୀ ଅଫିସ,୭।୮: ନୀଳାଦ୍ରି ଭକ୍ତନିବାସରେ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ରଥଯାତ୍ରା ଓ ସ୍ନାନଯାତ୍ରା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏଥିସହ ଆଦର୍ଶ ଗୁରୁକୁଳ, ସେବକ ବାସଗୃହ ନିର୍ମାଣ ସମେତ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ଲାଷ୍ଟର ଖସିଥିବା ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ତେବେ ୟୁନିଫାଏଡ୍‌ ପଲିସି ଓ ରତ୍ନଭଣ୍ଡାର ମରାମତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରାଯାଇଛି।
ବୈଠକରେ ପ୍ରଥମେ ଗତ ମେ ୨୧ ଓ ଜୁନ୍‌ ୭ ତାରିଖ ପରିଚାଳନା କମିଟି ବୈଠକର ବିବରଣୀ ଦୃଢ଼ୀକରଣ କରାଯାଇଥିଲା। ପୂର୍ବ ପରିଚାଳନା କମିଟିର ବିବରଣୀକୁ ଅନୁପାଳନ କରିବା ଲାଗି ଆଲୋଚନା ହୋଇଥିଲା। ଚଳିତବର୍ଷ ଅନୁଷ୍ଠିତ ସ୍ନାନଯାତ୍ରା ଓ ରଥଯାତ୍ରା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଆସନ୍ତା ବର୍ଷ କିଭଳିି ସ୍ନାନଯାତ୍ରା ଓ ରଥଯାତ୍ରାକୁ ଆହୁରି ସୁବ୍ୟବସ୍ଥିତ ଓ ସୁପରିଚାଳିତ କରାଯାଇପାରିବ ସେନେଇ ପ୍ରସ୍ତାବ ଆଗତ ହୋଇଛି। ଆସନ୍ତା ବର୍ଷ କେବଳ ନୀତି ସମ୍ପୃକ୍ତ ସେବାୟତମାନେ ରଥରେ ଚଢିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି। ସେ ଆହୁରି କହିଛନ୍ତି, ଆଦର୍ଶ ଗୁରୁକୁଳ ସୋସାଇଟି ସମ୍ପର୍କରେ ଆଲୋଚନା ହୋଇଛି। ସୋସାଇଟି ରେଜିଷ୍ଟ୍ରେଶନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ଆବେଦନ ପଠାସରିଛି। ଏ ନେଇ ଖୁବ୍‌ଶୀଘ୍ର ବିର୍ଲା ଫାଉଣ୍ଡେଶନ ସହ ଏମ୍‌ଓୟୁ କରାଯିବ। ତେଣୁ ଏମ୍‌ଓୟୁ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେଲା। ଗୁରୁକୁଳ ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେଉଛି। ଶ୍ରୀମନ୍ଦିର ସେବକ ବାସଗୃହ ସମ୍ପର୍କରେ ଆଲୋଚନା କରାଯିବା ସହ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ପରିଚାଳନା କମିଟି ନିର୍ଦ୍ଦେଶ କ୍ରମେ ଆସନ୍ତା ୪ ମାସ ମଧ୍ୟରେ ଏହାର କାର୍ଯ୍ୟ ଆରମ୍ଭ ହେବ। ସେହିଭଳି ଲ୍ୟାଣ୍ଡ୍‌ ସବ୍‌କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ପାରିତ କରାଯାଇଛି। ଅତିଥି ଭବନ ବୁକିଂ ପାଇଁ ଅନ୍‌ଲାଇନରେ ରେଜିଷ୍ଟ୍ରେଶନ ପ୍ରକ୍ରିୟାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ପାର୍ଟନର ଭାବେ ଗ୍ରହଣ କରାଯିବ। ଏନେଇ ପରିଚାଳନା କମିଟିରେ ଅନୁମୋଦନ ମିଳିଥିବାବେଳେ ରାଜିନାମା ସ୍ବାକ୍ଷର କରାଯିବ। ଅନଲାଇନରେ ବୁକିଂ ବ୍ୟବସ୍ଥାକୁ ଦୃଢ଼ କରିବାକୁ ଚେଷ୍ଟା କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ରତ୍ନସିଂହାସନ ଓ ରୋଷଘର ବ୍ୟାରିକେଡିଂ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବ। ତେବେ ଭକ୍ତମାନେ ରତ୍ନସିଂହାସନ ଛୁଇଁପାରିବେ ନାହିଁ କି ରୋଷଘରେ ପ୍ରବେଶ କରି ପାରିବେ ନାହିଁ। ମାତ୍ର ଅନ୍ୟ ସମସ୍ତ ସ୍ଥାନ ବୁଲିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ଏଏସ୍‌ଆଇ ସୁପରିଣ୍ଡେଣ୍ଡେଣ୍ଟ ଅରୁଣ ମଲ୍ଲିକ ବୈଠକରେ ଯୋଗଦେଇଥିଲେ। ଆଦର୍‌ରତା କାରଣରୁ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ଲାଷ୍ଟର ଖସିନାହିଁ। ଠିକ ଭାବେ ଯାଞ୍ଚ କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ। ଆସନ୍ତା ରଥଯାତ୍ରାରେ ପ୍ଲାଷ୍ଟର ଖସିଥିବା ସ୍ଥାନ ମରାମତି ହେବ ବୋଲି ଏଏସ୍‌ଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri