୨୯ ବର୍ଷ ପୂର୍ବେ ଆଜିର ଦିନରେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ଅଭିନେତା ସୁନିଲ ସେଟ୍ଟୀଙ୍କ ବିବାହକୁ ପୁରିଛି ୨୯ ବର୍ଷ। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ସେ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ।

କୋନେପିୟନ ସି ରୋଡରେ ଥିବା ଏକ କେକ୍‌ ଦୋକାନରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମକାହାଣୀ। ମାନା ପେଷ୍ଟ୍ରି ଖାଇବାକୁ ବନ୍ଧୁମାନଙ୍କ ସହ ଦୋକାନକୁ ଯାଇଥିବା ବେଳେ ସୁନିଲ ତାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ମାନା ପ୍ରେମରେ ପଡ଼ିଥିଲେ ସୁନିଲ। ହେଲେ କିଭଳି ତାଙ୍କ ସହ କଥା ହେବେ ତାହା ଜାଣି ପାରୁ ନ ଥିଲେ। ଶେଷରେ ସୁନିଲ ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ। କିଛି ଦିନ ଏପରି ଚାଲିବା ପରେ ମାନାଙ୍କୁ ମନ କଥା କହିବାକୁ ନିଶ୍ଚିତ କରିଥିଲେ ସେ। ତାହା ହିଁ ହେଲା। ବନ୍ଧୁଙ୍କ ଜନ୍ମଦିନ ପାର୍ଟିଙ୍କୁ ତାଙ୍କୁ ଡାକି ବାଇକ୍‌ ରାଇଡ୍‌ରେ ନେଇଥିଲେ ସୁନିଲ। ବାଟରେ ମନ କଥା ମଧ୍ୟ ସେ କହିଥିଲେ। ମାନା ହଁ ଭରିଥିଲେ।

ପ୍ରେମର ଗୋଟିଏ ପାହାଚ ଡେଇଁଯିବା ପରେ ବିବାହ କିଭଳି କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କାରଣ ଉଭୟ ଥିଲେ ଭିନ୍ନ ଧର୍ମର। ସୁନିଲ ହିନ୍ଦୁ ଏବଂ ମାନା ଥିଲେ ମୁସଲମାନ। ମାନାଙ୍କ ଜନ୍ମ ପଞ୍ଜାବୀ-ମୁସଲମାନ ପରିବାରରେ ହୋଇଥିଲା। ତାଙ୍କ ନାମ ସେତେବେଳେ ଥିଲା ମୋନିଶା କାଦରୀ। ଧର୍ମ ଭିନ୍ନ ହୋଇଥିବାରୁ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ କି ନା ତାହାକୁ ନେଇ ଉଭୟଙ୍କ ପରିବାର ଚିନ୍ତାରେ ପଡ଼ିଥିଲେ। ଏଣୁ ୯ ବର୍ଷ ଯାଏ ସେମାନଙ୍କ ବିବାହକୁ ପରିବାରଲୋକେ ଗ୍ରହଣ କରି ନ ଥିଲେ। ଶେଷରେ ୧୯୯୧ ଡିସେମ୍ବର ୨୫ରେ ଉଭୟ ବିବାହ କରିଥିଲେ। ବେଶ୍‌ ଜାକଜମକରେ ଦଶ ଦିନ ଧରି ସବୁ ଉତ୍ସବ କରାଯାଇଥିଲା। ବିବାହ ପରେ ୧୯୯୨ ‘ବଲବାନ’ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଏବେ ଉଭୟଙ୍କ ଦୁଇ ସନ୍ତାନ ଆଥିୟା ସେଟ୍ଟୀ ଏବଂ ଅହାନ ସେଟ୍ଟୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri