ନୀତିଭ୍ରଷ୍ଟ ଶିକ୍ଷା ଓ ଛାତ୍ରୀଛାତ୍ର

ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦୁଇଟି ଭିଡିଓ ବେଶ୍‌ ହୃଦୟସ୍ପର୍ଶୀ। ପ୍ରଥମଟି ଆନ୍ଧ୍ରପ୍ରଦେଶର ଗୋଟିଏ ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପ୍ରଧାନଶିକ୍ଷକ ନିଜେ କାନ ଧରି ଉଠ୍‌ବସ୍‌ ହେବା ପରେ ପିଲାଙ୍କ ସାମ୍‌ନାରେ ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲେ। ଘଟଣାଟି ଅସଙ୍ଗତ ଲାଗୁଥିଲେ ବି ଏହା ପଛର ଉଦ୍ଦେଶ୍ୟ ନିଶ୍ଚିତ ସ୍ପର୍ଶକାତର। ଆଜିକାଲି ସ୍କୁଲସବୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷିତ ହୋଇଛି। ସେଥିପାଇଁ ଛାତ୍ରୀଛାତ୍ରମାନେ ବେପରୁଆ ହେଉଛନ୍ତି। ପୂର୍ବରୁ ପିଲାମାନଙ୍କୁ ”ଅଭାବ ଉଦ୍ଭାବନ ପାଇଁ ପ୍ରେରଣା ଦିଏ“ ପଢ଼ାଯାଉଥିଲା। ବହି ଖାତାର ଅଭାବ, ମାସିକ ସ୍କୁଲ ଦେୟ ପୈଠ ପାଇଁ ଅଭାବ, ପ୍ରକୃତ ପାଠ୍ୟ ପିପାସୁଙ୍କ ପାଇଁ ଆହ୍ବାନ ସୃଷ୍ଟି କରୁଥିଲା। ଶିକ୍ଷକମାନେ ବେଶ୍‌ କର୍ତ୍ତବ୍ୟନିଷ୍ଠ ଥିଲେ। ଗୁରୁ-ଶିଷ୍ୟ ପରମ୍ପରା ଅନନ୍ୟ ଥିଲା। ଶିକ୍ଷକମାନଙ୍କ କଠୋର ଆଚରଣ ସତ୍ତ୍ୱେ ହୃଦୟବାନ୍‌ ଥିଲେ। ସେଥିପାଇଁ ଛାତ୍ରୀଛାତ୍ରମାନେ ପାଠ୍ୟମନସ୍କ ହେଉଥିଲେ। ଶସ୍ତା ଲୋକପ୍ରିୟତା ପାଇଁ ମାଗଣା ଯୋଜନାରେ ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଯେଉଁ ଦିନରୁ ସାମିଲ କରାଗଲା, ସେଇଦିନରୁ ଶିକ୍ଷା ଅବକ୍ଷୟମୁଖୀ ହୋଇଗଲା। ସାମାନ୍ୟ ଆକଟ କଲେ ଶିକ୍ଷକଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। କୌଣସି ଅଭିଯୋଗ ହେଲେ ଉପରିସ୍ଥ ଅଧିକାରୀ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ସମର୍ଥନ କରୁଛନ୍ତି। ”ଛାଟ ବାଜିଲେ ପାଠ ହୁଏ“ ବାକ୍ୟଟି ମୂଲ୍ୟହୀନ ହୋଇଯାଇଛି। ଚାଣକ୍ୟଙ୍କ ନୀତିରେ ପାଞ୍ଚ ବର୍ଷରୁ ଦଶବର୍ଷ ଅର୍ଥାତ୍‌ ପିଲାକୁ ପନ୍ଦର ବର୍ଷ ହେବା ପର୍ଯ୍ୟନ୍ତ ଶାସନ ମଧ୍ୟରେ ରଖାଯାଏ। ଆମ ଶାସ୍ତ୍ର ବିଧାନରେ ଯେଉଁ ପାଞ୍ଚ ଜଣ ପିତାଙ୍କ ସୂଚନା ରହିଛି, ତନ୍ମଧ୍ୟରୁ ଶିକ୍ଷକ ଅନ୍ୟତମ। କିନ୍ତୁ ସେଇ ଶିକ୍ଷକଙ୍କ ପାଇଁ ଲକ୍ଷ୍ମଣରେଖା ନିର୍ଦ୍ଧାରଣ ଆଜି ବିଷମ ଫଳ ଦେଉଛି। ସ୍କୁଲ କାନ୍ଥରେ ଲିଖିତ ଦେୟମୁକ୍ତ ଟେଲିଫୋନ ନମ୍ବର ଶିକ୍ଷକଙ୍କ ପାଇଁ କାଳଫାଶ ହୋଇଛି। ସେଥିପାଇଁ ସେମାନେ କିପରି ଶୀଘ୍ର ସ୍କୁଲ ସମୟ ସାରି ନିରାପଦରେ ଘରକୁ ଯିବେ ତାହାହିଁ ଭାବୁଛନ୍ତି। ଭିଡିଓରେ ଯେଉଁ ପ୍ରଧାନଶିକ୍ଷକ ଛାତ୍ରୀଛାତ୍ରଙ୍କ ଅଧୋଗତିକୁ ସହ୍ୟ କରି ନ ପାରି ନିଜକୁ ଦାୟୀ କରି ଆତ୍ମଦଣ୍ଡିତ ହେଉଥିଲେ, ତାହା ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କ ପାଇଁ ବିକଳ୍ପ ନୁହେଁ। ତାଙ୍କର ଏତାଦୃଶ ବାର୍ତ୍ତା ସମାଜ, ସରକାର, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ପ୍ରଭାବିତ କଲା କି ସରକାର ବିଶୃଙ୍ଖଳା ଅଭିଯୋଗରେ ସେଇ ପ୍ରଧାନଶିକ୍ଷକଙ୍କ ଉପରେ ପୁନଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ତାହା ଅଜ୍ଞାତ ହେଲେବି ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି।
ଦ୍ୱିତୀୟ ଘଟଣାଟି ଆମ ରାଜ୍ୟର। ଗଞ୍ଜାମ ଜିଲାର ଜଣେ ଖେଳ ଶିକ୍ଷକ। କଥା ମାଧ୍ୟମରେ ହସ ପରିବେଶ ସୃଷ୍ଟି କରନ୍ତି। ଗଣମାଧ୍ୟମରେ ମଧ୍ୟ ବେଶ୍‌ ସକ୍ରିୟ। ତାଙ୍କ ପରିବାରରେ ସମସ୍ତେ ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ। ମାଟ୍ରିକ୍‌ ପରୀକ୍ଷା ସରିବା ପରେ ଛାତ୍ରମାନଙ୍କ ଉନ୍ମତ୍ତକାଣ୍ଡର ଶିକାର ହୋଇଥିଲା ସେଇ ଜିଲାର ବିଭିନ୍ନ ବିଦ୍ୟାଳୟ। ପଙ୍ଖାଠାରୁ ଆଶାପତ୍ର ଦୁଆର ଝରକା କେହି ସେମାନଙ୍କ ଅତ୍ୟାଚାରରୁ ବର୍ତ୍ତି ନ ଥିଲେ। କିଏ ଅଙ୍ଗ ହରାଇଥିଲେ ତ କେହି ଖଣ୍ଡ ବିମଣ୍ଡିତ ହୋଇ ସ୍ଥାନଚ୍ୟୁତ ହୋଇଥିଲେ। ପାଠ୍ୟପୁସ୍ତକମାନେ ବୀଭତ୍ସ ଓ ବିକ୍ଷିପ୍ତ ଭାବରେ ବିଦ୍ୟାଳୟ ପରିବର୍ତ୍ତେ ରାସ୍ତାରେ ଆବର୍ଜନାର ଭ୍ରମ ସୃଷ୍ଟି କରୁଥିଲେ। ସେହି ଖେଳ ଶିକ୍ଷକ ତାହାକୁ ବ୍ୟଙ୍ଗାତ୍ମକ ଭାଷାରେ ମୃଦୁ ଆକ୍ଷେପମୂଳକ ଭିଡିଓ କରି ଗଣମାଧ୍ୟମରେ ଛାଡ଼ିଥିଲେ। ଏଥିରେ ମଧ୍ୟ ବିଭାଗୀୟ ତଦନ୍ତ ବା ଉତ୍ତରଦାୟିତ୍ୱ ନ୍ୟସ୍ତ ହେଲା କି ନାହିଁ ତାହା ଯେତିକି ମନକୁ ଆନ୍ଦୋଳିତ କଲା, ତତୋଽଧିକ ବିସ୍ମିତ କଲା ଯେ ଏହା କୁଆଡ଼େ ସମ୍ପୃକ୍ତ ସ୍କୁଲମାନଙ୍କର ଅଘୋଷିତ ପରମ୍ପରା।
ଜଣେ ବିଭାଗୀୟ ପଦାଧିକାରୀଙ୍କଠାରୁ ଏହାର କାରଣ ଏବଂ କେବେଠାରୁ ଏହା ଅଘୋଷିତ ପରମ୍ପରା ହୋଇଛି ଜାଣିବାକୁ ଚାହିଁବାରେ ସେ ଅତ୍ୟନ୍ତ ଭାବବିହ୍ବଳ ହୋଇଗଲେ। ଯେଉଁ ସ୍କୁଲରେ ଛାତ୍ରୀଛାତ୍ର ପାଠ ପଢ଼ି ଭବିଷ୍ୟତ ଗଢ଼ିବାର ପ୍ରଥମ ସୋପାନ ଅତିକ୍ରମ କରନ୍ତି, ସେମାନଙ୍କର ଏପରି ଆଚରଣ ତାଙ୍କୁ ଅସହ୍ୟ ହେଉଥିଲା। ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ଅକଳ୍ପନୀୟ ଏବଂ ଛାତ୍ରମାନଙ୍କର ଔଦ୍ଧତ୍ୟ ଅକ୍ଷମଣୀୟ ବୋଲି କହିଲେ। ସବୁଠାରୁ ତାଙ୍କୁ ମର୍ମାହତ କରୁଥିଲା ଅଭିଭାବକଙ୍କର ଅସମ୍ଭବ ନୀରବତା। ସେ ଏକଦା ସେଇ ଶିକ୍ଷା ଜିଲା ଦାୟିତ୍ୱରେ ଥିବାବେଳେ ଏହି ଅଘୋଷିତ ପରମ୍ପରା ଶୁଣି ପରୀକ୍ଷା ଶେଷଦିନ ପୋଲିସ ସହାୟତାରେ କିଛି ସ୍କୁଲରେ ଏହାକୁ ବନ୍ଦ କରିଥିବାବେଳେ କିଛି ଉଦ୍‌ଭ୍ରାନ୍ତ ଛାତ୍ରଙ୍କ କଟୁ ମନ୍ତବ୍ୟ ସେ ଏଯାବତ୍‌ ଭୁଲି ପାରିନାହାନ୍ତି। କିନ୍ତୁ ସେ ସ୍ବୀକାର କଲେ ଯେ, ଯେବେଠାରୁ ସ୍କୁଲମାନଙ୍କୁ ଦଣ୍ଡମୁକ୍ତ ଅଞ୍ଚଳର ମାନ୍ୟତା ମିଳିଲା, ସେଇଦିନରୁ ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନଠାରୁ ଛାତ୍ରୀଛାତ୍ରଙ୍କ ଦୂରତା ନିଶ୍ଚିତ ବୃଦ୍ଧି ପାଉଛି। ଏହି ଦଣ୍ଡମୁକ୍ତ ଅଞ୍ଚଳର ବୁଦ୍ଧି ଯେଉଁମାନଙ୍କର ଉର୍ବର ମସ୍ତିଷ୍କରୁ ସୃଷ୍ଟି ହୋଇଛି, ସେମାନେ ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ସାବ୍ୟସ୍ତ ହୋଇସାରିଛି। ସେମାନଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢ଼ନ୍ତି ନାହିଁ। ଅଧିକ ଅର୍ଥ ଦେଇ ବେସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଶାସନ କରାଯାଏନାହିଁ। ବରଂ ସେମାନେ ସ୍କୁଲ ଅପେକ୍ଷା ଟିଉଶନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି। ସେଇମାନଙ୍କ ଚକ୍ରାନ୍ତରେ ସରକାରୀ ସ୍କୁଲରେ ମୂର୍ଖ ସୃଷ୍ଟି ପାଇଁ ଏପ୍ରକାର ନିୟମ ହୋଇଛି। ସହଜେ ରାଜ୍ୟର ସରକାରୀ ସ୍କୁଲରେ ଅଧିକାଂଶ ଶିକ୍ଷକ ଅପାରଗ। ଏଇ ନିୟମ ଯୋଗୁ କଙ୍କଡ଼ାକୁ ଗୋଳି ପାଣି ସୁହାଇବା ଭଳି ସଂଖ୍ୟାଧିକ ଅପାରଗ ଶିକ୍ଷକ ତା’ର ସୁଯୋଗ ବି ନେଉଛନ୍ତି। ଏହି ନିଷ୍ପତ୍ତି ସତ୍ତ୍ୱେ କୌଣସି ଶିକ୍ଷକ ଗୁରୁର କର୍ତ୍ତବ୍ୟ ଓ ଦାୟିତ୍ୱ ନିଜସ୍ବ ସୃଜନୀ ଶକ୍ତି ବିନିଯୋଗ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ପ୍ରଭାବିତ କରିପାରୁ ନାହାନ୍ତି। ବରଂ ଏଭଳି ଅଭାବନୀୟ ପରିସ୍ଥିତି ଓ ନିଜର ଶିଷ୍ୟାଶିଷ୍ୟଙ୍କ ଅମାନବୀୟ ଆଚରଣ ପାଖରେ ସେମାନେ ଅବନମିତ ହେଉଛନ୍ତି। ଯଦି ଆମର ନବେ ଦଶକ ପର୍ଯ୍ୟନ୍ତ ଶିକ୍ଷକ ଓ ଛାତ୍ରମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା, ସେତେବେଳେ ଗ୍ରାମ୍ୟ ସ୍କୁଲରେ ଆଞ୍ଚଳିକ ଶିକ୍ଷକ ନିଯୁକ୍ତି ହେଉଥିଲେ ନତୁବା ଶିକ୍ଷକମାନେ ସ୍କୁଲ ପାଖରେ ରହୁଥିଲେ। ସେମାନେ ଦୁଇ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ଗ୍ରାମମାନଙ୍କର ଛାତ୍ରୀଛାତ୍ରଙ୍କ ପାଠପଢ଼ା ଚାଲିଚଳଣି ଉପରେ ତୀକ୍ଷ୍ମ ନଜର ରଖୁଥିଲେ। ଛାତ୍ରୀଛାତ୍ରଙ୍କ ପ୍ରତ୍ୟେକ ଅସୁବିଧା ବ୍ୟକ୍ତିଗତ ଭାବରେ ଜାଣିବା ସହ ପାଠପଢ଼ାରେ ଦୁର୍ବଳ ଥିଲେ ସେମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଥିଲେ। ଫଳତଃ ଅଭିଭାବକମାନେ ମଧ୍ୟ ଶିକ୍ଷକଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ। ସେତେବେଳେ ସରକାରୀ ଶିକ୍ଷକ ମଧ୍ୟ ସ୍କୁଲ ନିକଟରେ ସରକାରୀ ଘର ବା ଭଡ଼ାଘରେ ରହୁଥିଲେ। ଏବେ ନୂତନ ପୁରାତନ ସରକାରୀ ଓ ପ୍ରାଥମିକ ସ୍କୁଲ ଶିକ୍ଷକମାନେ ଘରଭଡ଼ା ପାଉଛନ୍ତି। କିନ୍ତୁ କୌଣସି ଶିକ୍ଷକ ସ୍କୁଲ ପାଖରେ ରହୁନାହାନ୍ତି। ସମସ୍ତେ ସହରରେ ରହି ପାଠପଢ଼ାକୁ ଗୌଣ ମନେକରି ବିଭିନ୍ନ ବ୍ୟକ୍ତିଗତ ଓ ରାଜନୈତିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି।
ଅନେକ ସୂତ୍ରରୁ ତଥ୍ୟ ସଂଗ୍ରହରୁ ଜଣାପଡ଼ିଛି ଯେ, ଯେବେଠାରୁ ଓଏମ୍‌ଆର ମାଧ୍ୟମରେ ପଚାଶ ଶତାଂଶ ପରୀକ୍ଷା ସହ ନିଜ ସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଲା, ସେଇ ସ୍କୁଲର ପରୀକ୍ଷାର୍ଥୀ ଶିକ୍ଷକଙ୍କ ସହଯୋଗରେ ଉତ୍ତୀର୍ଣ୍ଣ ହେବାକୁ ଚାହିଁଲେ। ଶିକ୍ଷକମାନେ ମଧ୍ୟ ସହଯୋଗ କରିଥିଲେ। ଫଳତଃ ସେହି ଅନୈତିକ କାର୍ଯ୍ୟ ଛାତ୍ରୀଛାତ୍ରଙ୍କ ଦାବି ବା ଅଧିକାର ହୋଇଗଲା। କିନ୍ତୁ ସମୟାନ୍ତରେ ସେଥିରେ ବାଧକ ବା ଅସଫଳ ହେବାର ପ୍ରତିକ୍ରିୟାରେ ସେମାନେ ସ୍କୁଲ ଆଶାପତ୍ର କ୍ଷତିର ଯେଉଁ ତାଣ୍ଡବଲୀଳା କରିଥିଲେ, ତାହା ହିଁ ଅଘୋଷିତ ପରମ୍ପରା ହୋଇଗଲା। ତେଣୁ ନୀତିଭ୍ରଷ୍ଟ ଶିକ୍ଷକ ପଥଭ୍ରଷ୍ଟ ଛାତ୍ରୀଛାତ୍ର ଏବଂ ସରକାରୀ ସ୍କୁଲରେ ପିଲାଙ୍କୁ ପଢ଼ାଉନଥିବା ମାତ୍ର ଲକ୍ଷ୍ୟଭ୍ରଷ୍ଟ ଶିକ୍ଷାନୀତି ନିର୍ଦ୍ଧାରଣ କରୁଥିବା ରାଜନୈତିକ ଓ ପ୍ରଶାସକଙ୍କ ପାଇଁ ଆମ ସରକାରୀ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହୋଇସାରିଛି, ଏହା ଦିବାଲୋକ ପରି ସତ୍ୟ; ଯାହାକୁ ସଠିକ ବାଟକୁ ଆଣିବା ଅସମ୍ଭବ।

ହରିଶଙ୍କର ମିଶ୍ର
ଗୁଣ୍ଡିଚା ବିହାର, ପୁରୀ -୨
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri