ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ ଅନ୍ୟ ଏକ ବର୍ଗ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଉଛନ୍ତି। ତେବେ ପୁରୁଷ କମିଶନ ଗଠନର ଯଥାର୍ଥତା ଅଛି କି ନାହିଁ ଏହି ପ୍ରସଙ୍ଗ ଉଠାଇବାର ମୂଳ ଉଦ୍ଦେଶ୍ୟ କ’ଣ ଟିକେ ଦୃଷ୍ଟି ପକାଇବା। ପ୍ରଥମେ କିଛି ଘଟଣା ଓ ମତ ଉପରେ ଆଲୋଚନା କରିବା ପରେ ଯାଇ ବିଚାରକରିବା ପୁରୁଷ ଆଇନର କେତେ ଆବଶ୍ୟକତା ଅଛି ଆଉ କେତେ ଅନାବଶ୍ୟକ।
ପୂର୍ବରୁ ଆଲୋଚନା କରିଛନ୍ତି ବହୁଚର୍ଚ୍ଚିତ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବିଷୟରେ ପୁଣି ଦେହରୁ କ୍ଷତ ଲିଭିନି ଆଉ ଏକ ଆତ୍ମହତ୍ୟା ମାନବ ଶର୍ମା କରିଛନ୍ତି। ସେ ବି ମଧ୍ୟ ସମାନ ଭାବେ ସ୍ତ୍ରୀଙ୍କଠାରୁ ଅତ୍ୟାଚାରିତ ହୋଇ ପ୍ରାଣ ତ୍ୟାଗ କରିଛନ୍ତି। ତେବେ ଏଠି ଗୋଟିଏ ପ୍ରଶ୍ନ ଆସୁଛି କ’ଣ ସତରେ ପୁରୁଷ ଏତେ ଦୁର୍ବଳ ହୋଇଗଲାଣି ଯେ କିଛି ରାସ୍ତା ନ ପାଇ ଆତ୍ମହତ୍ୟାର ବାଟ ବାଛିନେଉଛି। ଏମିତି ବହୁ ଘଟଣା ଏବେ ଘଟୁଛି ଏବଂ ଅତୀତରେ ମଧ୍ୟ ଘଟିସାରିଛି। ତେବେ ଅସଂଖ୍ୟ କୁଆ ଆଗେ ଗୋଟିଏ ପାରାର ରାବ ଶୁଭିପାରିନାହିଁ। ଅନେକ ସମୟରେ ମହିଳାଙ୍କୁ ସୁରକ୍ଷା ପାଇଁ କରାଯାଇଥିବା ଆଇନକୁ ସେମାନେ କିଛି ସ୍ଥାନରେ ଅସ୍ତ୍ର ରୂପେ ଅପବ୍ୟବହାର କରୁଛନ୍ତି।
ଯଦି ଦେଖିବା ଗତ ୨ ଦଶନ୍ଧି ମଧ୍ୟରେ ମହିଳାମାନେ ଅଧିକ ସଂଖ୍ୟାରେ ମାମଲା ଦାୟର କରୁଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମାମଲା ପ୍ରତିଶୋଧପରାୟଣତାରୁ ହେଉଛି। ୨୦୨୦ରେ ଏହିପରି ଜଣେ ମହିଳା ତାଙ୍କର ପୁରୁଷ ବନ୍ଧୁଙ୍କ ନାମରେ ବଳାତ୍କାର ମାମଲା ଦାଏର କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ଏହା ଗ୍ରହଣଯୋଗ୍ୟ ହେଲାନାହିଁ। ଏହିପରି ଅନେକ ଘଟଣା ଘଟୁଛି। ଏହାର ଅର୍ଥ ନୁହେଁ, ମହିଳାମାନେ ନିର୍ଯାତିତା ହେଉନାହାନ୍ତି କିମ୍ବା ସବୁ ମାମଲା ଉଦ୍ଦେଶ୍ୟମୂଳକ। କିନ୍ତୁ କହିବାର କଥା ହେଉଛି, ପୁରୁଷଙ୍କ ଉପରେ ମିଛ ମାମଲାର ସଂଖ୍ୟା ବଢୁଛି ଏବଂ ଜଣେ ବ୍ୟକ୍ତି ଦଣ୍ଡପାଇ ନିର୍ଦ୍ଦୋଷରେ ଖଲାସ ହେଉଥିବା ଦେଖିବାକୁ ମିଳୁଛି। ଏସବୁ ଘଟଣାବଳୀର ତର୍ଜମା କଲେ, ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ପୁରୁଷମାନେ ଏଭଳି ମିଛ ମାମଲାରୁ ସୁରକ୍ଷା ପାଇବାଯୋଗ୍ୟ। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଓକିଲ ମହେଶ କୁମାର ତିୱାରୀ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ପୁରୁଷ କମିଶନ ଗଠନ ଲାଗି ଆବେଦନ କରିଥିଲେ। ଉକ୍ତ ଆବେଦନରେ ୨୦୨୧ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟକୁ ଆଧାରକରି ଦର୍ଶାଇଥିଲେ ଏବଂ ସେ ଯୁକ୍ତି ବାଢ଼ି କହିଥିଲେ, ୩୩.୨ ଓ ୪.୮ ପ୍ରତିଶତ ପୁରୁଷ ପାରିବାରିକ ଓ ବିବାହଜନିତ ସମସ୍ୟା ଯୋଗୁ ଆତ୍ମହତ୍ୟା କରିଛନ୍ତି। ଏହି ତଥ୍ୟ ପ୍ରମାଣ କରୁଛି କି, ପୁରୁଷ ନିର୍ଯାତନା କେତେ ଗୁରୁତର ହେବାକୁ ଯାଉଛି ଏବଂ ମହିଳା ସୁରକ୍ଷା ଆଇନର କିପରି ଅପବ୍ୟବହାର ହେଉଛି। କିନ୍ତୁ ଏହା ସତ୍ତ୍ବେ ପୁରୁଷ କମିଶନ ଗଠନ ପ୍ରସ୍ତାବକୁ ସୁପ୍ରିମ କୋର୍ଟ ୨୦୨୩ ଜୁଲାଇରେ ଖାରଜ କରିଦେଇଥିଲେ।
କର୍ମକ୍ଷେତ୍ରରେ ହେଉ କିମ୍ବା ଘରେ ଯଦି ଜଣେ ପୁରୁଷ କ’ଣ ଟିକେ କହିଦେଉଛନ୍ତି, ମହିଳା ଜଣକ ଆଇନ ବ୍ୟବସ୍ଥାକୁ ଢାଲକରି ଅଭିଯୋଗ ଲଗାଉଛି, ଡରାଉଛି ବା ଧମକାଉଛି। ତେଣୁ ପୁରୁଷଟିଏ ଲୋକଲଜ୍ଜାରେ ଚୁପ୍‌ ରହୁଛି। କେତେକେ ମୁହଁଖୋଲି ବିବାଦ, ଛାଡ଼ପତ୍ର ବା ଆପୋସ ସମାଧାନ କରୁଛନ୍ତି କିମ୍ବା ଅତୁଲ ସୁଭାଷଙ୍କ ଭଳି ଜୀବନ ହାରିଦେଉଛନ୍ତି। ଏହା ନିଶ୍ଚିନ୍ତ ଯେ, ବର୍ତ୍ତମାନ ଯୌତୁକ ନିର୍ଯାତନା ହାର କମିଛି। କିନ୍ତୁ ସୋସିଆଲ ମିଡିଆରେ ବ୍ଲାକ୍‌ମେଲିଂ, ପରକୀୟା ପ୍ରୀତି ଆଦି ଅପରାଧ ବଢ଼ିଛି। ପୁରୁଷ ଓ ମହିଳା ସମକକ୍ଷ ହୋଇଯିବାରୁ ନିଜ ନିଜର ଅଧିକାର ପାଇଁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲିଯାଉଛନ୍ତି। ତେଣୁ ସମାଜରେ ପୁରୁଷ ଆତ୍ମହତ୍ୟା ହେଉ କିମ୍ବା ଇଞ୍ଜିିନିୟର ଅତୁଲଙ୍କ ମାମଲା ସମାଜ ପାଇଁ ଏକ ଚେତାବନୀ। ଏଥିପାଇଁ ନ୍ୟାୟ ବ୍ୟବସ୍ଥା ଦାୟୀ। ଯଦି ଅଧିକ ସଂଖ୍ୟାରେ ଥିବା କୌଣସି ଗୋଷ୍ଠୀ ନିର୍ଯାତିତ କିମ୍ବା ପ୍ରଭାବିତ ହେଉଥା’ନ୍ତି ତାଙ୍କ ସୁରକ୍ଷା ପାଇଁ କମିଶନ ଗୋଟିଏ ପ୍ଲାଟ୍‌ଫର୍ମ ଭଳି କାମକରେ; ଯେମିତି ସଂଖ୍ୟାଲଘୁ ଓ ଏସ୍‌ସିଏସ୍‌ଟି କମିଶନ। ଥାନା କଚେରି ନ ଦେଇ ଆଇନ ପରିସର ଭିତରେ ଆପୋସ ସମାଧାନ ପାଇଁ କମିଶନ କାର୍ଯ୍ୟ କରିଥାଏ। ପୁରୁଷ କମିଶନର ଆବଶ୍ୟକତା ନାହିଁ। ମହିଳା କମିଶନରେ ଉଭୟ ମହିଳା ଓ ପୁରୁଷ ପକ୍ଷଙ୍କ ଅଭିଯୋଗ ଶୁଣି ବିଚାର କରାଯାଏ। କାହାକୁ ଦଣ୍ଡ ଦେବା ଲାଗି କମିଶନର ଅଧିକାର ନାହିଁ। ସେମାନେ କେବଳ କାଉନ୍‌ସେଲିଂ ମାଧ୍ୟମରେ ସମାଧାନ କରନ୍ତି କିମ୍ବା ପୋଲିସକୁ କେସ୍‌ ବିଷୟରେ ଜବାବ ମାଗନ୍ତି। ପୁରୁଷ କମିଶନ ହେଲେ ସମାଜରେ ବିଭକ୍ତୀକରଣ ସୃଷ୍ଟିହେବ। ଅର୍ଥାତ୍‌ କିଛି ଅସୁବିଧା ହେଲେ ମାଆ, ସ୍ତ୍ରୀ ବା ଭଉଣୀ ମହିଳା କମିଶନକୁ ଯିବେ ଆଉ ବାପା, ଭାଇ, ସ୍ବାମୀ ମଧ୍ୟ ପୁରୁଷ କମିଶନକୁ ଯିବେ। ଏମିତି ହେଲେ ପରିବାର ବିଭକ୍ତ ହୋଇଯିବ। ଏଣୁ ଯେଉଁ ଆଇନ ବ୍ୟବସ୍ଥା ଅଛି ତାକୁ ସୁଦୃଢ଼ କରାଯାଉ ଏବଂ କୋର୍ଟରେ ତାରିଖ ନ ଗଡ଼ାଇ ମାମଲାର ବିଚାର ଯଥାଶୀଘ୍ର କରାଯାଉ।
ଯଦି ଅନ୍ୟ ଦିଗଟି ଦେଖିବା, ଅର୍ଥାତ୍‌ ପୁରୁଷ କମିଶନର ଆବଶ୍ୟକତାକୁ ନେବା ତେବେ ଏହାର ଯଥାର୍ଥତା ଅନେକ ରହିଛି। କାରଣ ଲିଙ୍ଗଗତ ଦୃଷ୍ଟିରୁ ଯଦି ପୁରୁଷ ମହିଳା ସମାନ ତେବେ ଏହା ଗଠନ ହେବା କଥା ନିଶ୍ଚିନ୍ତ। କାରଣ ଏକ ରିପୋର୍ଟକୁ ଆଧାରକରି ଯଦି ନେବା ଭାରତରେ ପ୍ରତି ଘଣ୍ଟାରେ ପ୍ରାୟ ୪ଜଣ ଓ ବର୍ଷକୁ ୩୧,୫୦୦ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଏହା କହିବାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ପାଇଁ ଯଦି ଏତେ ଆଇନ ବ୍ୟବସ୍ଥା ଥାଇ ମଧ୍ୟ ସେମାନେ ସୁରକ୍ଷିତ ନୁହନ୍ତି ତେବେ ପୁରୁଷମାନେ ମଧ୍ୟ ମଣିଷ, ତାଙ୍କ ପାଇଁ କୌଣସି ଆଇନ ବ୍ୟବସ୍ଥା ହିଁ ନାହିଁ, ତେବେ ସେମାନେ କେତେ ସୁରକ୍ଷିତ ହୋଇପାରିବେ। ଉପରେ ଆଲୋଚନା କରିଥିଲେ କି କିପରି କେତେଜଣ ମହିଳା ଆଇନର ଅପବ୍ୟବହାର କରୁଛନ୍ତି। ତେବେ ଯେଉଁ ନିରୀହ ମହିଳାଙ୍କ ପାଇଁ ଆଇନ ଗଢ଼ାଯାଇଛି ସେମାନେ ତାହାର ଲାଭ ଉଠାଇପାରୁ ନାହାନ୍ତି ବରଂ କେତେଜଣ ମହିଳା ଏହାର ଅପବ୍ୟବହାର କରୁଛନ୍ତି। ତେବେ ପୁରୁଷ କମିଶନ ଗଠନ କରିବାରେ କ’ଣ ଅସୁବିଧା। ଗଠନ ହେଲେ କେତେକେ ଏହାର ଅପବ୍ୟବହାର କରିବେ ଆଉ କେତେଜଣ ପୁରୁଷ ତ ସୁରକ୍ଷା ପାଇପାରିବେ। ତେବେ ବେଳ ଥାଉ ଥାଉ କାହିଁକି ବନ୍ଧ ନ ବାନ୍ଧିବା। ନଚେତ୍‌ ଦିନ ଆସିବ ମହିଳାମାନେ ଯେପରି ଅବସ୍ଥା ଭୋଗୁଥିଲେ ସେହି ଅବସ୍ଥା ପୁରୁଷମାନେ ଭୋଗିବାକୁ ପ୍ରସ୍ତୁତ ହୋଇଯିବେ।

ରାନୀ ନାୟକ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?