ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ ଅନ୍ୟ ଏକ ବର୍ଗ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଉଛନ୍ତି। ତେବେ ପୁରୁଷ କମିଶନ ଗଠନର ଯଥାର୍ଥତା ଅଛି କି ନାହିଁ ଏହି ପ୍ରସଙ୍ଗ ଉଠାଇବାର ମୂଳ ଉଦ୍ଦେଶ୍ୟ କ’ଣ ଟିକେ ଦୃଷ୍ଟି ପକାଇବା। ପ୍ରଥମେ କିଛି ଘଟଣା ଓ ମତ ଉପରେ ଆଲୋଚନା କରିବା ପରେ ଯାଇ ବିଚାରକରିବା ପୁରୁଷ ଆଇନର କେତେ ଆବଶ୍ୟକତା ଅଛି ଆଉ କେତେ ଅନାବଶ୍ୟକ।
ପୂର୍ବରୁ ଆଲୋଚନା କରିଛନ୍ତି ବହୁଚର୍ଚ୍ଚିତ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବିଷୟରେ ପୁଣି ଦେହରୁ କ୍ଷତ ଲିଭିନି ଆଉ ଏକ ଆତ୍ମହତ୍ୟା ମାନବ ଶର୍ମା କରିଛନ୍ତି। ସେ ବି ମଧ୍ୟ ସମାନ ଭାବେ ସ୍ତ୍ରୀଙ୍କଠାରୁ ଅତ୍ୟାଚାରିତ ହୋଇ ପ୍ରାଣ ତ୍ୟାଗ କରିଛନ୍ତି। ତେବେ ଏଠି ଗୋଟିଏ ପ୍ରଶ୍ନ ଆସୁଛି କ’ଣ ସତରେ ପୁରୁଷ ଏତେ ଦୁର୍ବଳ ହୋଇଗଲାଣି ଯେ କିଛି ରାସ୍ତା ନ ପାଇ ଆତ୍ମହତ୍ୟାର ବାଟ ବାଛିନେଉଛି। ଏମିତି ବହୁ ଘଟଣା ଏବେ ଘଟୁଛି ଏବଂ ଅତୀତରେ ମଧ୍ୟ ଘଟିସାରିଛି। ତେବେ ଅସଂଖ୍ୟ କୁଆ ଆଗେ ଗୋଟିଏ ପାରାର ରାବ ଶୁଭିପାରିନାହିଁ। ଅନେକ ସମୟରେ ମହିଳାଙ୍କୁ ସୁରକ୍ଷା ପାଇଁ କରାଯାଇଥିବା ଆଇନକୁ ସେମାନେ କିଛି ସ୍ଥାନରେ ଅସ୍ତ୍ର ରୂପେ ଅପବ୍ୟବହାର କରୁଛନ୍ତି।
ଯଦି ଦେଖିବା ଗତ ୨ ଦଶନ୍ଧି ମଧ୍ୟରେ ମହିଳାମାନେ ଅଧିକ ସଂଖ୍ୟାରେ ମାମଲା ଦାୟର କରୁଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମାମଲା ପ୍ରତିଶୋଧପରାୟଣତାରୁ ହେଉଛି। ୨୦୨୦ରେ ଏହିପରି ଜଣେ ମହିଳା ତାଙ୍କର ପୁରୁଷ ବନ୍ଧୁଙ୍କ ନାମରେ ବଳାତ୍କାର ମାମଲା ଦାଏର କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ଏହା ଗ୍ରହଣଯୋଗ୍ୟ ହେଲାନାହିଁ। ଏହିପରି ଅନେକ ଘଟଣା ଘଟୁଛି। ଏହାର ଅର୍ଥ ନୁହେଁ, ମହିଳାମାନେ ନିର୍ଯାତିତା ହେଉନାହାନ୍ତି କିମ୍ବା ସବୁ ମାମଲା ଉଦ୍ଦେଶ୍ୟମୂଳକ। କିନ୍ତୁ କହିବାର କଥା ହେଉଛି, ପୁରୁଷଙ୍କ ଉପରେ ମିଛ ମାମଲାର ସଂଖ୍ୟା ବଢୁଛି ଏବଂ ଜଣେ ବ୍ୟକ୍ତି ଦଣ୍ଡପାଇ ନିର୍ଦ୍ଦୋଷରେ ଖଲାସ ହେଉଥିବା ଦେଖିବାକୁ ମିଳୁଛି। ଏସବୁ ଘଟଣାବଳୀର ତର୍ଜମା କଲେ, ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ପୁରୁଷମାନେ ଏଭଳି ମିଛ ମାମଲାରୁ ସୁରକ୍ଷା ପାଇବାଯୋଗ୍ୟ। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଓକିଲ ମହେଶ କୁମାର ତିୱାରୀ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ପୁରୁଷ କମିଶନ ଗଠନ ଲାଗି ଆବେଦନ କରିଥିଲେ। ଉକ୍ତ ଆବେଦନରେ ୨୦୨୧ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟକୁ ଆଧାରକରି ଦର୍ଶାଇଥିଲେ ଏବଂ ସେ ଯୁକ୍ତି ବାଢ଼ି କହିଥିଲେ, ୩୩.୨ ଓ ୪.୮ ପ୍ରତିଶତ ପୁରୁଷ ପାରିବାରିକ ଓ ବିବାହଜନିତ ସମସ୍ୟା ଯୋଗୁ ଆତ୍ମହତ୍ୟା କରିଛନ୍ତି। ଏହି ତଥ୍ୟ ପ୍ରମାଣ କରୁଛି କି, ପୁରୁଷ ନିର୍ଯାତନା କେତେ ଗୁରୁତର ହେବାକୁ ଯାଉଛି ଏବଂ ମହିଳା ସୁରକ୍ଷା ଆଇନର କିପରି ଅପବ୍ୟବହାର ହେଉଛି। କିନ୍ତୁ ଏହା ସତ୍ତ୍ବେ ପୁରୁଷ କମିଶନ ଗଠନ ପ୍ରସ୍ତାବକୁ ସୁପ୍ରିମ କୋର୍ଟ ୨୦୨୩ ଜୁଲାଇରେ ଖାରଜ କରିଦେଇଥିଲେ।
କର୍ମକ୍ଷେତ୍ରରେ ହେଉ କିମ୍ବା ଘରେ ଯଦି ଜଣେ ପୁରୁଷ କ’ଣ ଟିକେ କହିଦେଉଛନ୍ତି, ମହିଳା ଜଣକ ଆଇନ ବ୍ୟବସ୍ଥାକୁ ଢାଲକରି ଅଭିଯୋଗ ଲଗାଉଛି, ଡରାଉଛି ବା ଧମକାଉଛି। ତେଣୁ ପୁରୁଷଟିଏ ଲୋକଲଜ୍ଜାରେ ଚୁପ୍‌ ରହୁଛି। କେତେକେ ମୁହଁଖୋଲି ବିବାଦ, ଛାଡ଼ପତ୍ର ବା ଆପୋସ ସମାଧାନ କରୁଛନ୍ତି କିମ୍ବା ଅତୁଲ ସୁଭାଷଙ୍କ ଭଳି ଜୀବନ ହାରିଦେଉଛନ୍ତି। ଏହା ନିଶ୍ଚିନ୍ତ ଯେ, ବର୍ତ୍ତମାନ ଯୌତୁକ ନିର୍ଯାତନା ହାର କମିଛି। କିନ୍ତୁ ସୋସିଆଲ ମିଡିଆରେ ବ୍ଲାକ୍‌ମେଲିଂ, ପରକୀୟା ପ୍ରୀତି ଆଦି ଅପରାଧ ବଢ଼ିଛି। ପୁରୁଷ ଓ ମହିଳା ସମକକ୍ଷ ହୋଇଯିବାରୁ ନିଜ ନିଜର ଅଧିକାର ପାଇଁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲିଯାଉଛନ୍ତି। ତେଣୁ ସମାଜରେ ପୁରୁଷ ଆତ୍ମହତ୍ୟା ହେଉ କିମ୍ବା ଇଞ୍ଜିିନିୟର ଅତୁଲଙ୍କ ମାମଲା ସମାଜ ପାଇଁ ଏକ ଚେତାବନୀ। ଏଥିପାଇଁ ନ୍ୟାୟ ବ୍ୟବସ୍ଥା ଦାୟୀ। ଯଦି ଅଧିକ ସଂଖ୍ୟାରେ ଥିବା କୌଣସି ଗୋଷ୍ଠୀ ନିର୍ଯାତିତ କିମ୍ବା ପ୍ରଭାବିତ ହେଉଥା’ନ୍ତି ତାଙ୍କ ସୁରକ୍ଷା ପାଇଁ କମିଶନ ଗୋଟିଏ ପ୍ଲାଟ୍‌ଫର୍ମ ଭଳି କାମକରେ; ଯେମିତି ସଂଖ୍ୟାଲଘୁ ଓ ଏସ୍‌ସିଏସ୍‌ଟି କମିଶନ। ଥାନା କଚେରି ନ ଦେଇ ଆଇନ ପରିସର ଭିତରେ ଆପୋସ ସମାଧାନ ପାଇଁ କମିଶନ କାର୍ଯ୍ୟ କରିଥାଏ। ପୁରୁଷ କମିଶନର ଆବଶ୍ୟକତା ନାହିଁ। ମହିଳା କମିଶନରେ ଉଭୟ ମହିଳା ଓ ପୁରୁଷ ପକ୍ଷଙ୍କ ଅଭିଯୋଗ ଶୁଣି ବିଚାର କରାଯାଏ। କାହାକୁ ଦଣ୍ଡ ଦେବା ଲାଗି କମିଶନର ଅଧିକାର ନାହିଁ। ସେମାନେ କେବଳ କାଉନ୍‌ସେଲିଂ ମାଧ୍ୟମରେ ସମାଧାନ କରନ୍ତି କିମ୍ବା ପୋଲିସକୁ କେସ୍‌ ବିଷୟରେ ଜବାବ ମାଗନ୍ତି। ପୁରୁଷ କମିଶନ ହେଲେ ସମାଜରେ ବିଭକ୍ତୀକରଣ ସୃଷ୍ଟିହେବ। ଅର୍ଥାତ୍‌ କିଛି ଅସୁବିଧା ହେଲେ ମାଆ, ସ୍ତ୍ରୀ ବା ଭଉଣୀ ମହିଳା କମିଶନକୁ ଯିବେ ଆଉ ବାପା, ଭାଇ, ସ୍ବାମୀ ମଧ୍ୟ ପୁରୁଷ କମିଶନକୁ ଯିବେ। ଏମିତି ହେଲେ ପରିବାର ବିଭକ୍ତ ହୋଇଯିବ। ଏଣୁ ଯେଉଁ ଆଇନ ବ୍ୟବସ୍ଥା ଅଛି ତାକୁ ସୁଦୃଢ଼ କରାଯାଉ ଏବଂ କୋର୍ଟରେ ତାରିଖ ନ ଗଡ଼ାଇ ମାମଲାର ବିଚାର ଯଥାଶୀଘ୍ର କରାଯାଉ।
ଯଦି ଅନ୍ୟ ଦିଗଟି ଦେଖିବା, ଅର୍ଥାତ୍‌ ପୁରୁଷ କମିଶନର ଆବଶ୍ୟକତାକୁ ନେବା ତେବେ ଏହାର ଯଥାର୍ଥତା ଅନେକ ରହିଛି। କାରଣ ଲିଙ୍ଗଗତ ଦୃଷ୍ଟିରୁ ଯଦି ପୁରୁଷ ମହିଳା ସମାନ ତେବେ ଏହା ଗଠନ ହେବା କଥା ନିଶ୍ଚିନ୍ତ। କାରଣ ଏକ ରିପୋର୍ଟକୁ ଆଧାରକରି ଯଦି ନେବା ଭାରତରେ ପ୍ରତି ଘଣ୍ଟାରେ ପ୍ରାୟ ୪ଜଣ ଓ ବର୍ଷକୁ ୩୧,୫୦୦ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଏହା କହିବାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ପାଇଁ ଯଦି ଏତେ ଆଇନ ବ୍ୟବସ୍ଥା ଥାଇ ମଧ୍ୟ ସେମାନେ ସୁରକ୍ଷିତ ନୁହନ୍ତି ତେବେ ପୁରୁଷମାନେ ମଧ୍ୟ ମଣିଷ, ତାଙ୍କ ପାଇଁ କୌଣସି ଆଇନ ବ୍ୟବସ୍ଥା ହିଁ ନାହିଁ, ତେବେ ସେମାନେ କେତେ ସୁରକ୍ଷିତ ହୋଇପାରିବେ। ଉପରେ ଆଲୋଚନା କରିଥିଲେ କି କିପରି କେତେଜଣ ମହିଳା ଆଇନର ଅପବ୍ୟବହାର କରୁଛନ୍ତି। ତେବେ ଯେଉଁ ନିରୀହ ମହିଳାଙ୍କ ପାଇଁ ଆଇନ ଗଢ଼ାଯାଇଛି ସେମାନେ ତାହାର ଲାଭ ଉଠାଇପାରୁ ନାହାନ୍ତି ବରଂ କେତେଜଣ ମହିଳା ଏହାର ଅପବ୍ୟବହାର କରୁଛନ୍ତି। ତେବେ ପୁରୁଷ କମିଶନ ଗଠନ କରିବାରେ କ’ଣ ଅସୁବିଧା। ଗଠନ ହେଲେ କେତେକେ ଏହାର ଅପବ୍ୟବହାର କରିବେ ଆଉ କେତେଜଣ ପୁରୁଷ ତ ସୁରକ୍ଷା ପାଇପାରିବେ। ତେବେ ବେଳ ଥାଉ ଥାଉ କାହିଁକି ବନ୍ଧ ନ ବାନ୍ଧିବା। ନଚେତ୍‌ ଦିନ ଆସିବ ମହିଳାମାନେ ଯେପରି ଅବସ୍ଥା ଭୋଗୁଥିଲେ ସେହି ଅବସ୍ଥା ପୁରୁଷମାନେ ଭୋଗିବାକୁ ପ୍ରସ୍ତୁତ ହୋଇଯିବେ।

ରାନୀ ନାୟକ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri