ଓମିକ୍ରନ୍‌ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…

ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେତେକ ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ସଂକ୍ରମଣ ବୃଦ୍ଧି ଯୋଗୁ ଆର୍ଥିକ କାରବାର ପ୍ରଭାବିତ ହେବାରେ ଲାଗିଥିବା ରିପୋର୍ଟରେ ଦର୍ଶାଯାଇଛି।]

୨୦୨୧ ନଭେମ୍ବରରେ ଏହା ୭ ପ୍ରତିଶତ ଥିଲା। ସେହିପରି ଅଗଷ୍ଟରେ ଏହା ୮.୩ ପ୍ରତିଶତ ଥିଲା। ୨୦୨୧ ମେ‘ରେ ଦେଶରେ ବେକାରଙ୍କ ହାର ଶୀର୍ଷରେ ପହଞ୍ଚିଥିଲା। ଏହି ମାସରେ ଏହା ୧୧.୮୪ ପ୍ରତିଶତ ରହିଥିଲା।
ସିଏମଆଇଇର ପ୍ରକାଶିତ ତଥ୍ୟକୁ ଅର୍ଥଶାସ୍ତ୍ରୀ ଏବଂ ନୀତି ନିର୍ମାତାଙ୍କ ଦ୍ୱାରା ତୀକ୍ଷଣ ଭାବେ ତଦାରଖ କରାଯିବା ପରେ ଜାରି ହୋଇଛି।

ଡିସେମ୍ବରରେ ଦେଶରେ ସହରାଞ୍ଚଳରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇ ୯.୩ ପ୍ରତିଶତ ହୋଇଥିବାବେଳେ ନଭେମ୍ବରରେ ୮.୨ ପ୍ରତିଶତ ଥିଲା। ସେହିପରି ଗ୍ରାମାଞ୍ଚଳରେ ବେକାରଙ୍କ ହାର ବୃଦ୍ଧି ପାଇ ୭.୩ ପ୍ରତିଶତ ହୋଇଛି। ନଭେମ୍ବରରେ ଏହା ୬.୪ ପ୍ରତିଶତ ଥିଲା।

ସିଏମଆଇଇର ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ଯେ ଓମିକ୍ରନ୍‌ ସଂକ୍ରମଣ ଯୋଗୁ ଏଭଳି ବେକାର ସଙ୍କଟ ସୃଷ୍ଟି ହୋଇଛି।

Share