ବେକାରି, ପ୍ରଦୂଷଣ ବଡ଼ ସମସ୍ୟା

୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୩୦ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ବିଶେଷକରି ଶିଳ୍ପ କ୍ଷେତ୍ରରେ ଏହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ହାସଲ କରିସାରିଛି। ରାଜସ୍ବ ପ୍ରଦାନରେ ମଧ୍ୟ ରାଜ୍ୟରେ ଆଗୁଆ ରହିଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନରେ ପୂର୍ବାପେକ୍ଷା ଜିଲାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜିଲାର ବହୁ ଦୁର୍ଗମ ଅଞ୍ଚଳକୁ ସଡ଼କ, ପୋଲ ସଂଯୋଗ କରାଯାଇଛି। ଗାଁ ଓ ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି। କିନ୍ତୁ କୃଷି ପାଇଁ ଜଳସେଚନ ବ୍ୟବସ୍ଥାରେ ସେପରି ସୁଧାର ଆସିପାରି ନାହିଁ। ବିଭିନ୍ନ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ସେହି ପ୍ରସ୍ତାବରେ ଥିବାବେଳେ ମେଗା ପାନୀୟ ଜଳ ପ୍ରକଳ୍ପ କ୍ଷେତ୍ରରେ ଅଗ୍ରଗତି ଘଟିଛି। ତେବେ ଖଣିଜ ଅଞ୍ଚଳରେ ନିଯୁକ୍ତି ଓ ପ୍ରଦୂଷଣ ସମସ୍ୟାର ସମାଧାନ କ୍ଷେତ୍ରରେ ସେପରି ଆଖିଦୃଶିଆ ସଫଳତା ମିଳିପାରି ନାହିଁ। ସେହିପରି ପର୍ଯ୍ୟଟନ ଶିଳ୍ପ ମଧ୍ୟ ପୂର୍ବପରି ଅଣଦେଖାର ଶିକାର ହୋଇଛି। ସ୍ମାର୍ଟ କ୍ଲାସ, ସ୍ମାର୍ଟ ପାଠାଗାର

ଅନୁଗୋଳ ଅଫିସ,୪।୧(ଅମିତ କୁମାର ସାମଲ): ଶିକ୍ଷାକ୍ଷେତ୍ରରେ ଅନୁଗୋଳ ଜିଲା ବେଶ୍‌ ଅଗ୍ରସର ହୋଇଛି। ଜିଲାର ବିଭିନ୍ନ ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଇଛି। ୧୨ଶହରୁ ଊର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୪୪ଟି ଆଶ୍ରମ ବିଦ୍ୟାଳୟକୁ ଅପଗ୍ରେଡେଶନ୍‌ କରାଯାଉଛି। ସ୍ମାର୍ଟ କ୍ଲାସ୍‌ରୁମ୍‌ ସାଙ୍ଗକୁ ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ ଛାତ୍ରୀଛାତ୍ରଙ୍କ ମନକୁ ପାଉଛି। ଶୈକ୍ଷିକ ବାତାବରଣ ସୃଷ୍ଟି ନିମନ୍ତେ ଚାଲିଥିବା ପ୍ରୟାସ ଅନେକ କ୍ଷେତ୍ରରେ ସଫଳ ହୋଇଥିବା ପରିଲକ୍ଷିତ ହେଉଛି। ସେହିପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ବିଶେଷଭାବେ ଶିକ୍ଷାଦାନ ସହ ବ୍ଲାକ ଡାଇମଣ୍ଡରେ ବିଶ୍ୱସ୍ତରୀୟ ଲାଇବ୍ରେରି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସୌନ୍ଦର୍ଯ୍ୟକରଣ, ଗମନାଗମନ
ଅନୁଗୋଳ ଜିଲାରେ ଥିବା ୨୨୫ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଗ୍ରାମାଞ୍ଚଳବାସୀଙ୍କ ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦିଆଯାଇ ରୁରାଲ ପାର୍କ ନିର୍ମାଣ କରାଯାଇଛି। ଅନୁଗୋଳ ଓ ତାଳଚେର ସହରର ସୌନ୍ଦର୍ଯ୍ୟକରଣ ଲୋକଙ୍କ ମନକୁ ପାଉଛି। ତେବେ ପର୍ଯ୍ୟଟନ ଶିଳ୍ପକୁ ପେପରି ଗୁରୁତ୍ୱ ଦିଆଯିବା କଥା ତାହା ଦେଖାଯାଉ ନାହିଁ। ସେହିପରି ଜିଲାରେ ଥିବା ବିଭିନ୍ନ ବିଚ୍ଛିନ୍ନାଞ୍ଚଳର ୫୦ଟି ଗାଁକୁ ରାସ୍ତା ସଂଯୋଗୀକରଣ ସହ ଅନ୍ୟାନ୍ୟ ସୁବିଧା କରାଯାଇଛି।
ଭିନ୍ନକ୍ଷମଙ୍କୁ ମିଳୁଛି କୃତ୍ରିମ ଅଙ୍ଗ
ଅନୁଗୋଳ ଜିଲାରେ ଅତ୍ୟାଧୁନିକ ଏଆର୍‌ସି ପ୍ରତିଷ୍ଠା ହୋଇଛି। ଏଠାରେ ଲୋକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି। ଫଳରେ ଅନେକ ଶାରୀରିକ ଅକ୍ଷମ ଲୋକେ ସକ୍ଷମଙ୍କ ଭଳି ଅନୁଭବ କରିପାରୁଛନ୍ତି। ଜିଲାର କୋଣ ଅନୁକୋଣରେ ଥିବା ଦିବ୍ୟାଙ୍ଗମାନେ ଏହାର ସୁବିଧା ନେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ନୂଆ ରୂପ ପାଉଛି
ମୁଖ୍ୟ ଚିକିତ୍ସାଳୟ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନୂଆ ରୂପରେଖ ଦିଆଯାଉଛି। ୫ ମହଲା ବିଶିଷ୍ଟ ନୂଆ ଅଟ୍ଟାଳିକା ନିର୍ମାଣ ଚାଲିଛି। ଏଥିରେ ଟ୍ରମା କେୟାର ସେଣ୍ଟର ସହ ଆଇସିୟୁ, ବର୍ଣ୍ଣ ୟୁନିଟ୍‌, ସିଙ୍ଗଲ କେଭିନ୍‌, ଟୁଇନ୍‌ କେଭିନ୍‌, ଜେନେରାଲ ବେଡ୍‌, ଓଟି କମ୍ପଲେକ୍ସ, ଏମ୍‌ଆର୍‌ଆଇ, ସିଟି ସ୍କାନ୍‌ ଆଦିର ବ୍ୟବସ୍ଥା କରାଯାଉଛି। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଭାବ ବଡ଼ ଅସୁବିଧା ସୃଷ୍ଟି କରୁଛି।
କ୍ରୀଡ଼ାକୁ ମିଳିଛି ବଳିଷ୍ଠ ଭିତ୍ତିଭୂମି
ଅନୁଗୋଳ ଜିଲାରେ କ୍ରୀଡ଼ାର ବିକାଶ ପାଇଁ ବହୁ ବ୍ୟବସ୍ଥା କରାଯାଉଛି। ବିଶେଷକରି ପ୍ରତିଭାବାନ୍‌ ଖେଳାଳିଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଦେବା ପାଇଁ ଉଦ୍ୟମ ଜାରି ରହିଛି। ଅନୁଗୋଳ ଓ ତାଳଚେରଠାରେ ଦୁଇଟି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଅନୁଗୋଳ ଷ୍ଟାଡିୟମର ନବକଳେବର କରାଯାଉଛି। ଏହାକୁ କ୍ରୀଡ଼ା କମ୍ପ୍ଲେକ୍ସ ଭାବେ ନିର୍ମାଣ କରାଯାଉଛି।
ଶେଷ ପର୍ଯ୍ୟାୟରେ ମେଗା ପାନୀୟ ପ୍ରକଳ୍ପ
ଅନୁଗୋଳ ଜିଲାର ବିଭିନ୍ନ ବ୍ଲକବାସୀଙ୍କ ପାଇଁ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହେଉଛି। ଛେଣ୍ଡିପଦା, କଣିହଁା, ତାଳଚେର, ବଅଁରପାଳ ବ୍ଲକର ଲୋକଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଆଠମଲ୍ଲିକ ଓ ତାଳଚେରବାସୀଙ୍କ ପାଇଁ ମଧ୍ୟ ମେଗା ପ୍ରକଳ୍ପ ଯୋଜନା ରହିଛି।
କୃଷି କ୍ଷେତ୍ରରେ ସଫଳତା ନାହିଁ
ଖଣିଜରେ ପରିପୂର୍ଣ୍ଣ ଅନୁଗୋଳ ଜିଲାର ଅନେକ ବ୍ଲକରେ କୃଷକମାନେ ଜଳସେଚନ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ବହୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ହୋଇପାରୁ ନାହିଁ। ଶୀଳତ ଭଣ୍ଡାର ନ ଥିବାରୁ ଚାଷୀମାନେ ଉତ୍ପାଦିତ ଫସଲର ସଂରକ୍ଷଣ କରିପାରୁ ନାହାନ୍ତି। ତେବେ ଏଗ୍ରିକଲଚର ପ୍ରଡ଼୍ୟୁକଶନ୍‌ ମିଶନ(ଏପିସି) ନିର୍ମାଣ କରାଯାଇଥିବାରୁ ଚାଷୀମାନେ କିଭଳି ସୁବିଧା ପାଇପାରିବେ, ସେ ନେଇ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ କରାଯାଉଛି। ମାଣ୍ଡିଆ କ୍ଷେତ୍ରରେ ଜିଲା ସଫଳତା ପାଇଛି।
ଖଣିଜ ଅଞ୍ଚଳର
କ୍ଷତିଗ୍ରସ୍ତ ହତାଦର
ଶିଳ୍ପାୟନରେ ଆଗୁଆ ଥିବା ଅନୁଗୋଳ ଜିଲାରେ ନିଯୁକ୍ତି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବିଶେଷକରି ଖଣିଖାଦାନ ପାଇଁ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ପରିବାରର ଅନେକ ଯୁବତୀ ଯୁବକ ଏଯାଏ ନିଯୁକ୍ତି ପାଇପାରି ନାହାନ୍ତି। ଜିଲାରେ ଗଢ଼ି ଉଠୁଥିବା ଶିଳ୍ପଗୁଡ଼ିକରେ ବାହାର ଲୋକଙ୍କୁ ନିଯୁକ୍ତି ନେଇ ବାରମ୍ବାର ଅଭିଯୋଗ ଆସୁଥିବା ବେଳେ ସରକାରୀ ନିୟମ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ୯୦ ପ୍ରତିଶତଙ୍କୁ ଚାକିରି ଦିଆଯାଇପାରୁ ନାହିଁ। ସେହିପରି ଜିଲାରେ ପ୍ରଦୂଷଣର ବିଷ ବଳୟକୁ ନେଇ ଆନ୍ଦୋଳନମାନ ମୁଣ୍ଡ ଟେକିଲାଣି। ବିଶେଷକରି ତାଳଚେର, କଣିହଁା ଅଞ୍ଚଳରେ ପ୍ରଦୂଷଣସ୍ତର ବଢ଼ିବାରେ ଲାଗିଛି। ଫଳରେ ଅଞ୍ଚଳବାସୀ ନାନା ରୋଗରେ ପଡ଼ୁଥିବା ବେଳେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ତଥାପି ପ୍ରଦୂଷଣ ହ୍ରାସ ଦିଗରେ ସେପରି ସଫଳତା ଜିଲାକୁ ମିଳିପାରୁ ନାହିଁ।

ରାଜପଥ କାର୍ଯ୍ୟ ସରୁ ନ ଥିବାରୁ ପଛୁଆ
ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏଯାଏ ଶେଷ ହୋଇପାରି ନାହିଁ। ଫଳରେ ବ୍ୟବସାୟିକ କ୍ଷେତ୍ରରେ ଜିଲା ପଛରେ ପଡ଼ୁଛି। ସେହିପରି ଅଭିଜ୍ଞ ଡାକ୍ତର ଅଭାବ ଜିଲା ଚିକିତ୍ସାଳୟରେ ରହିଛି। ତେଣୁ ଉତ୍ତମ ସେବା ବଦଳରେ ରୋଗୀଙ୍କୁ ଏଠାରୁ ରେଫର୍‌ କରିଦିଆଯାଉଛି।
– ବିରଞ୍ଚି ନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦିଆଯାଉନି
ସାତକୋଶିଆ ଅଭୟାରଣ୍ୟକୁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି। ହେଲେ ଏହାର ଅଧିକ ବିକାଶ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ଜିଲାରେ ଥିବା ବିଭିନ୍ନ ଦେବଦେବୀ ପୀଠ ଓ ପିକ୍‌ନିକ୍‌ ସ୍ପଟ୍‌ର ଉନ୍ନତୀକରଣ କରାଯାଇ ଏହାକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କଲେ ଅଧିକ ରାଜସ୍ବ ଆସିପାରନ୍ତା। କିନ୍ତୁ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ।
– ତେତ୍ରାନନ୍ଦ ସାମନ୍ତ, ବୁଦ୍ଧିଜୀବୀ

 

ଅନୁଗୋଳରେ ବିଶ୍ୱବିଦ୍ୟାଳୟ ଆବଶ୍ୟକ
ଅନୁଗୋଳ ଜିଲାର ଶୈକ୍ଷିକ ବାତାବରଣରେ ଉନ୍ନତି ଆସିଛି। କିନ୍ତୁ ଜିଲାରୁ ଅଧିକ ମେଧାବୀ ପିଲା ବାହାରିବାକୁ ହେଲେ ଖାଲିପଡ଼ିଥିବା ଶିକ୍ଷକ ପଦବୀସବୁ ପୂରଣ କରାଯିବା ଦରକାର। ସମସ୍ତ ବିଦ୍ୟାଳୟରେ ପାଠାଗାର ନିର୍ମାଣ ଆବଶ୍ୟକ। ଛାତ୍ରୀଛାତ୍ରଙ୍କୁ ପୁସ୍ତକ ଓ ପୁସ୍ତକାଭିମୁଖୀ କରାଯାଇପାରିଲେ ଶିକ୍ଷାର ବିକାଶ ହୋଇପାରିବ। ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ଜିଲାରେ ମେଡିକାଲ କଲେଜର ଆବଶ୍ୟକ ରହିଛି।
– ରମାମଞ୍ଜରୀ ସହୁ, ଅବସରପ୍ରାପ୍ତ ପ୍ରାଧ୍ୟାପିକା
ସମସ୍ୟାରେ ସୁଧାର ଅଣାଯିବ
ଅନୁଗୋଳ ଜିଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ସମସ୍ୟା ରହିଛି। ଚଳିତବର୍ଷ ଜିଲାରେ ଅଧିକ ସଂଖ୍ୟାରେ ଡାକ୍ତର ନିଯୁକ୍ତି କରାଯିବକୁ ଲକ୍ଷ୍ୟ ରଖାଯାଇଛି। ପ୍ରଦୂଷଣ ହ୍ରାସ ପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ। ଜନତାଙ୍କ ଠାରୁ ଆରମ୍ଭ କରି ସାମାଜିକ ସଙ୍ଗଠନ, ଶିଳ୍ପ ଓ ଖଣି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ରୋକ୍‌ ଲଗାଇହେବ। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବହୁ ସୁଯୋଗ ରହିଛି। ସମୟାନୁକ୍ରମେ ଏ କ୍ଷେତ୍ରରେ ସୁଧାର ଅଣାଯିବ। ଡେରଜାଙ୍ଗ ପ୍ରୋଜେକ୍ଟର ଉନ୍ନତୀକରଣ କରାଯିବ।
– ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri