Posted inଜାତୀୟ

ବେରୋଜଗାରୀ, ଋଣ ବୋଝରେ ୨୫,୦୦୦ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୦।୨: ବେରୋଜଗାରୀ କିମ୍ବା ଋଣ ବୋଝ ଯୋଗୁ ୨୦୧୮ରୁ ୨୦୨୦ ମଧ୍ୟରେ ଭାରତରେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ବୁଧବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ବେରୋଜଗାରୀ ଯୋଗୁ ୯,୧୪୦ ଜଣ ଆତ୍ମହତ୍ୟା କରିଥିବାବେଳେ ଋଣ ବୋଝ ଏବ ଦେବାଳିଆ କାରଣରୁ ୧୬,୦୯୧ ଜଣ ଜୀବନ ହାରିଛନ୍ତି। ଉଚ୍ଚ ସଦନରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା କହିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଆଧାରରେ ଏହି ସୂଚନା ପ୍ରଦାନ କରାଯାଇଛି।
ଦେଶରେ ବେରୋଜଗାରୀ ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ବେରୋଜଗାରୀ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଭଲ ଦିନ ଆସିବା ସହଜ ନୁହେଁ ବୋଲି ସେ ଏକ ସର୍ଭେ ଉପସ୍ଥାପନ କରି କହିଥିଲେ। ତଥ୍ୟ ଅନୁଯାୟୀ ବେରୋଜଗାରଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ୨୦୨୦ ମହାମାରୀ ବର୍ଷରେ ସର୍ବାଧିକ ୩,୫୪୮ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୮ରେ ୨,୭୪୧ ଏବଂ ୨୦୧୯ରେ ୨,୮୫୧ ଜଣ ବେରୋଜଗାରୀ ପାଇଁ ଆତ୍ମହତ୍ୟା କରିଥିଲେ। ସେହିପରି ଦେବାଳିଆ କାରଣରୁ ୨୦୧୮ରେ ୪,୯୭୦ ଆତ୍ମହତ୍ୟା କରିଥିବାବେଳେ ୨୦୧୯ରେ ୫,୯୦୮ ଏବଂ ୨୦୨୦ରେ ୫,୨୧୩ ଜଣ ଜୀବନ ହାରିଥିଲେ। ଏହି ସମସ୍ୟା ଦୂର କରିବା ଲାଗି ସରକାର ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମନ୍ତ୍ରୀ କହିଛନ୍ତି। ମାନସିକ ସମସ୍ୟାର ଚାପ କମାଇବା ପାଇଁ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଏନଏମ୍‌ଏଚ୍‌ପି) କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ଦେଶର ୬୯୨ ଜିଲାରେ ଜିଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ। ଏହା ବ୍ୟତୀତ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମେକ୍‌ ଇନ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍ବଚ୍ଛ ଭାରତ ମିଶନ, ସ୍ମାର୍ଟ ସିଟି ମିଶନ, ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ, ସମସ୍ତଙ୍କ ପାଇଁ ଘର, ଭିତ୍ତିଭୂମି ବିକାଶ ଓ ଶିଳ୍ପ କରିଡର ଆଦି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଋଣଗ୍ରସ୍ତ ବ୍ୟବସାୟୀ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ

ଉତ୍ତରପ୍ରଦେଶର ବାଗପତ୍‌ ଅଞ୍ଚଳରେ ଋଣଗ୍ରସ୍ତ ଜଣେ ସ୍ଥାନୀୟ ବ୍ୟବସାୟୀ ଆତ୍ମହତ୍ୟା ଉଦ୍ୟମ ବେଳର ଦୃଶ୍ୟକୁ ଫେସ୍‌ବୁକ୍‌ରେ ଲାଇଭ୍‌ କରିଛନ୍ତି। ତାଙ୍କର ଆର୍ଥିକ ଦୁଃସ୍ଥିତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ବିଷ ପିଇଥିବା ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ବ୍ୟବସାୟୀ ରାଜୀବ ତୋମାର(୪୦)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଖବର ଅନୁଯାୟୀ, ରାଜୀବ ଋଣ କରି ଜୋତା ଦୋକାନ କରିଥିଲେ। ୨୦୨୦ ଲକ୍‌ଡାଉନ ଯୋଗୁ ତାଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିଲା। ଦୀର୍ଘଦିନ ଦୋକାନ ବନ୍ଦ ରହିବାରୁ ବହୁ ଜୋତା ନଷ୍ଟ ହୋଇଯାଇଥିଲା। ଫଳରେ ସେ ଋଣ ଶୁଝିବାକୁ ସକ୍ଷମ ହୋଇ ନ ଥିଲେ। ଋଣଭାରରେ ଭାଙ୍ଗିପଡ଼ିଥିବା ରାଜୀବ ମଙ୍ଗଳବାର ବିଷ ପିଇବାବେଳେ ଏହାର ଫେସ୍‌ବୁକ୍‌ ଲାଇଭ୍‌ କରିଥିଲେ। ସ୍ବାମୀଙ୍କୁ ଅଟକାଇବାରେ ବିଫଳ ହେବାରୁ ସ୍ତ୍ରୀ ପୁନମ୍‌ ମଧ୍ୟ ବିଷ ପିଇଦେଇଥିଲେ। ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ପୁନମ୍‌ଙ୍କର ମୃତ୍ୟୁ ହୋଇଯାଇଛି। ଭିଡିଓରେ ରାଜୀବ ତାଙ୍କର ଆର୍ଥିକ ସଙ୍କଟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ମୋଦି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କର ହିତୈଷୀ ନୁହନ୍ତି ବୋଲି ସେ ଲାଇଭ୍‌ ଭିଡିଓରେ କହିଛନ୍ତି। ପୁନମ୍‌ ତାଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ରୋକିବାକୁ ଚେଷ୍ଟା କଲାବେଳେ ରାଜୀବ କହିଥିଲେ, ସରକାର ତ ଶୁଣୁନାହାନ୍ତି, ଅନ୍ତତଃ ତୁମେ ଶୁଣିନିଅ।
ଋଣଭାରରେ ଅତିଷ୍ଠ ବ୍ୟବସାୟୀ ଦମ୍ପତି ବିଷ ପିଇବା ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୋକବ୍ୟକ୍ତ କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ସେ ଟୁଇଟ୍‌ କରିବା ସହ ରାଜୀବଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଲକ୍ଷ୍ନୌଠାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ବାଗପତ୍‌ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ବିମୁଦ୍ରୀକରଣ, ଜିଏସ୍‌ଟି, ଲକ୍‌ଡାଉନ୍‌ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଗୁରୁତର ପ୍ରଭାବିତ କରିଛି। ସେମାନଙ୍କୁ ସରକାର ସହାୟତାର ହାତ ନ ବଢ଼ାଇବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri