ବେରୋଜଗାର ଯୁବକ

ଭାରତରେ ୩୫ ବର୍ଷ ବୟସରୁ କମ୍‌ ଯୁବବର୍ଗଙ୍କ ସଂଖ୍ୟା ଏହାର ମୋଟ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ। ଏହି ଯୁବ ଶ୍ରମଶକ୍ତି ଉପରେ ଭାରତର ଆର୍ଥିକ ଅଭିବୃଦ୍ଧି ନିର୍ଭର କରେ। କିନ୍ତୁ ବହୁ ସମୟରେ ଯୁବ ବେରୋଜଗାରି ସମ୍ପର୍କିତ ପ୍ରକାଶିତ ତଥ୍ୟ ଚିନ୍ତା ବଢ଼ାଇଦେଉଛି। ନିକଟରେ ବିଶ୍ୱ ବ୍ୟାଙ୍କ ତରଫରୁ ପ୍ରକାଶିତ ଏକ ରିପୋର୍ଟ ଦର୍ଶାଇଛି ଯେ, ୨୦୨୨ରେ ଭାରତରେ ଯୁବ ବେରୋଜଗାରି ହାର ୨୩.୨୨ ପ୍ରତିଶତ ରହିଥିଲା ଏବଂ ଏହା ପଡ଼ୋଶୀ ଦେଶ ପାକିସ୍ତାନ (୧୧.୩), ଭୁଟାନ(୧୪.୪) ଓ ବାଂଲାଦେଶ(୧୨.୯)ଠାରୁ ଅଧିକ। ଏହା ନିଶ୍ଚିତ ଯେ, ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କ ଭାଗୀଦାରି ସବୁବେଳେ ଜାତୀୟ ବେରୋଜଗାରି ସମସ୍ୟା ଦୂର କରିଥାଏ। କିନ୍ତୁ ଭାରତରେ ଏକ ଦଶନ୍ଧି ହେଲା ଜାତୀୟ ବେରୋଜଗାରି ହାରଠାରୁ ଯୁବ ବେରୋଜଗାରି ପ୍ରତିଶତ ଅଧିକ ରହିଆସିଛି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟ ଦର୍ଶାଇଛି। ଏହା ପଛରେ ଅନେକ କାରଣ ରହିଛି। କୋଭିଡ୍‌ ମହାମାରୀକୁ ଲକ୍ଷ୍ୟକରି ମାର୍ଚ୍ଚ ୨୦୨୦ରେ ଲକ୍‌ଡାଉନ ଲାଗୁ କରାଯିବା ଦ୍ୱାରା ଶ୍ରମଶକ୍ତି ଭୁଶୁଡ଼ି ପଡ଼ିଲା; ଯାହାର ପ୍ରମୁଖ ଅଂଶ ହେଉଛନ୍ତି ଯୁବଗୋଷ୍ଠୀ। କଳକାରଖାନା ବନ୍ଦ ହୋଇଯିବା ଯୋଗୁ ଅଣସଂଗଠିତ କ୍ଷେତ୍ରରୁ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଯୁବତୀଯୁବକ କାମଛାଡ଼ି ଘରକୁ ଫେରିଆସିଲେ। ତା’ପରେ ସେମାନଙ୍କୁ ଗାଁଗହଳିରେ କାମ ଯୋଗାଇ ଦେବା ସମ୍ଭବ ହେଲା ନାହିଁ। ଅନେକେ ରୋଜଗାର ହରାଇ ଗାଁରେ ରହିଗଲେ ଏବଂ ଚାକିରି ନ ପାଇ ଆଉ କାମ କରିପାରିଲେ ନାହିଁ। ମୁଖ୍ୟ କଥା ହେଉଛି ଏମାନେ କୁଶଳୀ ହୋଇ ନ ଥିବାରୁ ଚାକିରି ଖୋଜିଲେ ବି ପାଇବା ସମ୍ଭବ ହୋଇପାରିଲା ନାହିଁ । ଅଣକୁଶଳୀ ହେତୁ ଆମତ୍ନିର୍ଭରଶୀଳ ଭାରତ ପାଇଁ ସରକାର ଯେତେ ଯୋଜନା କଲେ ମଧ୍ୟ ତାହା ସଫଳ ହୋଇପାରୁନାହିଁ। କୋଭିଡ୍‌ କଥା କହି ଯୁବନିଯୁକ୍ତି ହ୍ରାସ ବିଷୟ ବୁଝାଇବା ସହଜ ହୋଇପାରେ, କିନ୍ତୁ ଏହା ପୂର୍ବରୁ ଅର୍ଥନୈତିକ ଝଟ୍‌କା ଯୋଗୁ ଯୁବକଙ୍କ ନିଯୁକ୍ତି ପଥ ଅବରୋଧ ହୋଇଥିବା ବିଷୟକୁ ଅଣଦେଖା କରାଯାଇପାରିବ ନାହିଁ। ସମସ୍ତଙ୍କର ମନେଥିବ, ସରକାର କୌଣସି ଆଲୋଚନା ନ କରି ତରବରିଆ ଭାବେ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ପରେ ୨୦୧୭ରେ ସାମଗ୍ରୀ ଓ ସେବା ଟିକସ ଲାଗୁ କରିଦେଲେ। ଫଳରେ ଏହି ସବୁ ନିଷ୍ପତ୍ତି ଭାରତରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡ଼ିକର ମେରୁଦଣ୍ଡ ଭାଙ୍ଗି ଦେଲା ଓ ତା’ପରକୁ କୋଭିଡ୍‌ ଏହାକୁ ପୂରା ଧୂଳିସାତ୍‌ କରିଦେଲା; ଯାହା ଏବେ ମଧ୍ୟ ଶତ ପ୍ରତିଶତ ଫେରିବା ସମ୍ଭବ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଅର୍ଥନୈତିକ ମାନ୍ଦାବସ୍ଥା ଦ୍ୱାରା ପ୍ରଭାବିତ ହୋଇ ନ ଥିବା ବୃହତ୍‌ ଶିଳ୍ପଗୁଡ଼ିକ ଟେକ୍‌ନୋଲୋଜି ଉପରେ ନିର୍ଭର କରି ଭାରତରେ ଯୁବ ଶ୍ରମଶକ୍ତିର ଉପଯୋଗକୁ ବୃଦ୍ଧି କରିପାରୁନାହାନ୍ତି। ଯୁବବର୍ଗଙ୍କ ବେରୋଜଗାରି ବୃଦ୍ଧି ପଛରେ ଆଉ ଏକ ପ୍ରମୁଖ କାରଣ ହେଉଛି ଉପଯୁକ୍ତ ଶିକ୍ଷା, ପ୍ରଯୁକ୍ତି ସୁବିଧା ଏବଂ କୌଶଳ ଦକ୍ଷତାର ଅଭାବ। ଗ୍ରାମାଞ୍ଚଳରେ ଦେଶର ୭୦ ପ୍ରତିଶତରୁ ଅଧିକ ଲୋକ ରହନ୍ତି ଓ ସେଠାରେ ଯୁବକଙ୍କ ସଂଖ୍ୟା ମଧ୍ୟ ଅଧିକ, ଯେଉଁମାନେ ଅଧିକାଂଶ ଗରିବ ପରିବାରରୁ ଆସିଥାନ୍ତି। କିନ୍ତୁ ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାରେ ସର୍ବାଧିକ ଦକ୍ଷତାଭିତ୍ତିକ ଶିକ୍ଷା ଯୋଗାଇବା ସମ୍ଭବ ହେଉନାହିଁ। ଏଣୁ ବିିଶେଷ ଦକ୍ଷତା ଓ ଯୋଗ୍ୟତା ଅଭାବରୁ ଯୁବତୀଯୁବକମାନେ ଚାକିରି ପାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଅସଂଗଠିତ କ୍ଷେତ୍ରଗୁଡ଼ିକ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହେଉଛନ୍ତି ଏବଂ ସେଥିରେ ମହିଳା ଶ୍ରମଶକ୍ତି ଭାଗୀଦାରି ହ୍ରାସ ଯୁବ ନିଯୁକ୍ତିକୁ ପ୍ରଭାବିତ କରୁଛି। ଏହା ବ୍ୟତୀତ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଲାଗୁ କରିଥିବା ଅଗ୍ନିବୀର ଯୋଜନା ଯୁବକଙ୍କୁ ନିଯୁକ୍ତି ସୁରକ୍ଷା ଅଭାବରୁ ଅଧିକ ଆକର୍ଷିତ କରିପାରୁନାହିଁ । ଅପରପକ୍ଷରେ ଅନେକ ଭାରତୀୟ ଯୁବକ ରୁଷିଆ ସେନାରେ ଯୋଗଦେଇଛନ୍ତି ବୋଲି ଖବର ମିଳିଛି। ସେମାନଙ୍କୁ ସିଧାସଳଖ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦିଆଯାଇଛି। ଏହି ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଅପଦସ୍ଥ ହୋଇ ପଡ଼ିଥିଲେ। ଯାହା ପାଇଁ ଏବେ ଖବର ମିଳିଛି ଯେ, ଭାରତ ସରକାରଙ୍କ ଚାପରେ ରୁଷିଆ ସରକାର ତାହାର ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ସହିତ ଚାକିରିରୁ ବାହାର କରିଦେଇଛି। ଏଥିରୁ ବୁଝିବାକୁ ହେବ ଯେ, ଏହି ଯୁବକମାନେ ପୁନର୍ବାର ଭାରତକୁ ଫେରି ଏଠାରେ ନିଷ୍କ୍ରିୟ ହୋଇ ବସି ରହିବେ। ରୁଷିଆ ଆର୍ମିରେ ଯୋଗଦେଇଥିବା ଭାରତୀୟ ସୈନ୍ୟ ଭାବେ କାର୍ଯ୍ୟକରି ଦରମା ପାଉଥିଲେ। ରାଜନୈତିକ ସୁବିଧା ପାଇଁ ସେମାନଙ୍କ ରୋଜଗାରକୁ ବନ୍ଦ କରିଦେବା ଦ୍ୱାରା କେନ୍ଦ୍ର ସରକାର ଅତ୍ୟନ୍ତ ଅନୈତିକ ନିଷ୍ପତ୍ତି ନେଇଛନ୍ତି।
ଭାରତର ଯୁବ ବେରୋଜଗାରି ପ୍ରତିଶତ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଅଧିକ ରହିବା ବିଷୟରେ କେବଳ ସରକାରଙ୍କୁ ଦୋଷ ଦିଆଯାଇପାରିବ ନାହିଁ। ଏ ଦିଗରେ ଆମ ଯୁବବର୍ଗକୁ ମଧ୍ୟ ଦାୟୀ କରାଯାଇପାରେ। ସବୁବେଳେ ସୁବିଧାରେ ଚାକିରି ଖୋଜିବାରେ ବ୍ୟସ୍ତ ରହି ଅଧିକାଂଶ ଯୁବଗୋଷ୍ଠୀ କିଛି କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେଥିପାଇଁ ମେକ୍‌ ଇନ ଇଣ୍ଡିଆ କିମ୍ବା ଆତ୍ମନିର୍ଭର ଭାରତ ସ୍ଲୋଗାନ ଯୁବପିଢ଼ି ପାଇଁ ନିରର୍ଥକ ହୋଇପଡ଼ିଛି। ଚାଇନା, କୋରିଆ କିମ୍ବା ଜାପାନ ଭଳି ଦେଶରେ ଉପତ୍ାଦନକୁ ବିଶ୍ୱ ବଜାର ପସନ୍ଦ କରୁଥିବା ବେଳେ ଭାରତୀୟ ଉପତ୍ାଦନର ଚାହିଦା କମ୍‌। ଚାହିଦା ନାହିଁ ତ ଲାଭ ନାହିଁ କି ନିଯୁକ୍ତି ସୁଯୋଗ ନାହିଁ। ଭାରତ ବିଶ୍ୱରେ କେବଳ ଏକ ଉପତ୍ାଦନକାରୀ ଦେଶ ଭାବେ ପରିଚିତ ହୋଇ ରହିଲେ ଯୁବ ଶ୍ରମଶକ୍ତିକୁ ଆକର୍ଷିତ କରାଯାଇପାରିବ ନାହିଁ। ଅର୍ଥାତ୍‌ ଯୁବ ବେରୋଜଗାରି ପ୍ରତିଶତ ହ୍ରାସ କରିବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri