Posted inଫୁରସତ

ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ି ବି ବେରୋଜଗାର: ମା’ବାପା ଚଳିବାକୁ ଟଙ୍କା ନ ଦେବାରୁ କୋର୍ଟରେ ପହଞ୍ଚିଲେ ଏହି ବ୍ୟକ୍ତି

ପିଲାଟିଏ ସକ୍ଷମ ନ ହେବା ପର୍ଯ୍ୟନ୍ତ ତାର ଖର୍ଚ୍ଚ ମା’ବାପା ଉଠାଇଥାନ୍ତି। ହେଲେ ଯଦି ଉଚ୍ଚଶିକ୍ଷିତ ହେବା ପରେ କେହି ନିଜ ଗୋଡ଼ରେ ଛିଡ଼ା ହେବା ପରିବର୍ତ୍ତେ ମା’ବାପାଙ୍କୁ ସହାୟତା କରିବାକୁ ଜିଦ୍‌ ଧରି ବସେ, ଏପରିକି ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରେ ତେବେ କଥାଟି ଆଶ୍ଚର୍ଯ୍ୟ କରିବ ନିଶ୍ଚୟ। ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନରେ। ବ୍ୟକ୍ତିଜଣଙ୍କ ହେଉଛନ୍ତି ଫୈଜ ସିଦ୍ଧକି। ସେ ଅକ୍ସଫୋର୍ଡରୁ ନିଜର ଗ୍ରାଜୁଏଶନ୍‌ ଶେଷ କରିଛନ୍ତି। ହେଲେ ସେ ବେରୋଜଗାର। ଏବେ ସେ ନିଜର ମା’ବାପାଙ୍କୁ କାଠଗଡ଼ାରେ ଛିଡ଼ା କରାଇବାକୁ ଯାଉଥିବାରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଦୁବାଇରେ ରହୁଥିବା ନିଜ ମା’ବାପାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ପିଲାଟିବେଳୁ ସ୍ବାସ୍ଥ୍ୟଗତ ଅସୁବିଧା ଥାଇ ବଡ଼ ହୋଇଥିବାରୁ ଆର୍ଥିକ ସହାୟତା ପାଇବାକୁ ହକ୍‌ଦାର ବୋଲି ସିଦ୍ଧକି କହିଛନ୍ତି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ସିଦ୍ଧକୀ ଆଇନ୍‌ ମଧ୍ୟ ପଢ଼ିଛନ୍ତି। ହେଲେ ୨୦୧୧ରୁ ସେ ବେରୋଜଗାର ଅଛନ୍ତି। ଏବେ ସେ ଲଣ୍ଡନର ହାଇଡ୍‌ ପାର୍କ ନିକଟରେ ଥିବା ଏକ ଫ୍ଲାଟ୍‌ରେ ରହୁଛନ୍ତି। ଏହି ଘର ତାଙ୍କ ୬୯ ବର୍ଷୀୟ ମା’ ଏବଂ ୭୧ ବର୍ଷୀୟ ବାପା ଜାଭେଦଙ୍କ ନାମରେ ରହିଛି। ତାଙ୍କ ଚଳିବା ପାଇଁ ତାଙ୍କ ମା’ବାପା ପ୍ରତି ସପ୍ତାହରେ ୪୦୦ ପାଉଣ୍ଡରୁ ଅଧିକ ଟଙ୍କା ଦେଇଆସୁଥିଲେ। ଏଥିସହ ସମସ୍ତ ବିଲ୍‌ ମଧ୍ୟ ପୈଠ କରୁଥିଲେ। ହେଲେ ଏବେ ସେ ଏପରି କରିବାକୁ ଚାହୁଁନାହାନ୍ତି। ଫଳରେ ସିଦ୍ଧକି ଉଭୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଏହାକୁ କୋର୍ଟ ଅଫ୍‌ ଅପିଲ୍‌କୁ ପଠାଯାଇଛି।

ଗତ ୨୦୧୮ରେ ଏକ ଫାମିଲି କୋର୍ଟରେ ତାଙ୍କର ଏକ ଅଭିଯୋଗକୁ ଖାରଜ କରି ଦିଆଯାଇଥିଲା। ସେ ଅକ୍ସଫୋର୍ଡ ୟୁନିଭର୍ସିଟି ଉପରେ ମକଦ୍ଦମା କରିବାକୁ ଚେଷ୍ଟା କରିଥିଲେ। ଖରାପ ଶିକ୍ଷାଦାନ କରିଥିବାରୁ ୧ ମିଲିୟନ ଜରିମାନା ତାଙ୍କୁ ଦିଆଯାଉ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Amarpali Nodal UP School: ୭ ଦିନରେ ଜଣେ ଶିକ୍ଷକଙ୍କ ଅବସର, ୨ ବଦଳି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ଅମରପାଲି,୨୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅମରପାଲି ନୋଡାଲ ୟୁପି ସ୍କୁଲ। ଏହି ସ୍କୁଲ ଏବେ ଶିକ୍ଷକ ଅଭାବରେ ଘାଣ୍ଟି…

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

୨ ଜାହାଜ ହାଇଜ୍ୟାକ୍‌: ଥିଲେ ୨୨ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୧।୮: ୟେମେନ ଏବଂ ସୋମାଲିଆ ଉପକୂଳ ନିକଟରେ ଦୁଇଟି ପୃଥକ ଘଟଣାରେ ଜଳଦସ୍ୟୁମାନେ ମୋଟ ୨୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦୁଇଟି ବାଣିଜି୍ୟକ ଜାହାଜକୁ ଅପହରଣ…

‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ…

ଆଶୁତୋଷ ରାଙ୍କାଙ୍କୁ ଘଉଡ଼ାଇଲେ ଗ୍ରାମବାସୀ: CJP କର୍ମୀ – ଲୋକଙ୍କ ମଧ୍ୟରେ ତୁମୁଳ ବିବାଦ

ନୂଆଦିଲ୍ଲୀ, ୨୧।୮: ଜୟପୁରରେ କଥିତ ଭାବେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରବକ୍ତା ଆଶୁତୋଷ ରାଙ୍କାଙ୍କୁ ଗ୍ରାମବାସୀ ଘଉଡ଼ାଇ ଦେଇଥିବା ଦାବି କରାଯାଇଛି। CJP କର୍ମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri