ବେକାରୀ ଯୁବତୀ, ଯୁବକଙ୍କୁ ଆହ୍ବାନ ଦେଲେ ମାଓବାଦୀ

ରାୟଗଡ଼ା ଅଫିସ,୨୯ା୧୧: ରାୟଗଡ଼ା ଜିଲା ନିୟମଗିରି ପାଦଦେଶ ତଥା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି। ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ପିଏଲ୍‌ଜିଏ(ପିପୁଲ୍‌ସ ଲିବରେସନ ଗରିଲା ଆର୍ମୀ) ସପ୍ତାହ ପାଳନ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି। ଅଞ୍ଚଳର ଶିକ୍ଷତ ବେକାର ଯୁବତୀ, ଯୁବକମାନେ ପିଏଲ୍‌ଜିଏରେ ସାମିଲ ହେବା ପାଇଁ ହାତଲେଖା ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଆହ୍ବାନ କରାଯାଇଛି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ ନାଁରେ ବିନାଶର ଖେଳ ଖେଳୁଥିବା ଏଥିରେ ଉଲ୍ଲେଖ ରହିଛି। ମାଓବାଦୀ ଜଳ, ଜମି ଓ ଜଙ୍ଗଲ ପାଇଁ ଏକତ୍ରିତ ହେବାକୁ କହିଛନ୍ତି। ଅନ୍ୟପକ୍ଷରେ ପୋଷ୍ଟର, ବ୍ୟାନର ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ କଲ୍ୟାଣସିଂହପୁରରେ ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି।