ଅନୁଚିତ ଅନୁଗ୍ରହ

ଏ ଦୁନିଆରେ ଦୁଃସ୍ଥ, ଅସହାୟ ଓ ଅବହେଳିତ ଅବସ୍ଥାରେ ଥିବା ମଣିଷଟେ ପ୍ରତି କାହା ମନରେ ଦୟା କିମ୍ବା ଅନୁଗ୍ରହର ଭାବ ସୃଷ୍ଟି ନ ହେବ କହିଲେ। ଆଜି ଆମ ବିପର୍ଯ୍ୟୟମୁଖୀ ସାମାଜିକ ଜୀବନ ଭିତରେ ବି ଅନେକ ଲୋକ ଆଶାର ଆଲୋକ ଭଳି ସେମାନଙ୍କ ହୃଦୟ ଭିତରେ ଅନୁକମ୍ପା ଓ ଅନୁଗ୍ରହ ଭାବ ପ୍ରଦର୍ଶନର ସ୍ବଭାବଟିକୁ ଆଜିଯାଏ ବଳବତ୍ତର ରଖିଛନ୍ତି। ସୁବିଧା ଅସୁବିଧା ଅଥବା ବିପଦ ଆପଦରେ ପଡ଼ିଥିବା ଲୋକ ସର୍ବୋପରି ସମାଜର ସକଳ ଦୁଃଖ ଦୈନ୍ୟତା ଭିତରେ ଶଢ଼ି ଶଢ଼ି ମରୁଥିବା ମଣିଷଙ୍କୁ ଦେଖିଲେ ସତରେ ଖୁବ୍‌ ଦୁଃଖ ଲାଗେ। ତେଣୁ ସେମାନଙ୍କ ପ୍ରତି ସାମାନ୍ୟ ଅନୁଗ୍ରହ ଓ ସମବେଦନା ପ୍ରଦର୍ଶନ କରିବାକୁ ଆମ ବିବେକ ଆମକୁ ବାଧ୍ୟ କରିଥାଏ। ଆଜି ନୁହେଁ ବରଂ ମଣିଷ ସୃଷ୍ଟିର ଆଦ୍ୟକାଳରୁ ଏ ଭାବ ଓ ଭାବନା ସଦାସର୍ବଦା ମଣିଷର ହୃଦୟରେ ରହିଆସିଛି। ଭୋକିଲା ଲୋକଟାକୁ ଖାଇବା ଲାଗି କିଛି ଖାଦ୍ୟପଦାର୍ଥ ଦେବାଠାରୁ ପୁଣି ବାଟଭିକାରୀକୁ କିଛି ଦାନ କରିବାର ସ୍ବଭାବ ଆଜି ବି ଅନେକଙ୍କ ଭିତରେ ରହିଛି। ସେହିପରି ପାଠପଢ଼ାଠାରୁ ଆରମ୍ଭକରି ରୋଗ ପାଇଁ ଚିକିତ୍ସା ଖର୍ଚ୍ଚ ଓ ବିବାହ ବ୍ରତାଦି କର୍ମ ସମ୍ପାଦନରେ ଅକ୍ଷମ ବ୍ୟକ୍ତିଟିକୁ ଅନେକେ ଦୟା ଓ ଅନୁଗ୍ରହ ଦେଖାଇଥାନ୍ତି। ପରିସ୍ଥିତିର ତାଡ଼ନାରେ ହେଉ କି ବିପଦ ଆପଦ କିମ୍ବା ଅଭାବ ଅସୁବିଧାରେ ପଡ଼ି ହେଉ ଯେତେବେଳେ ଜଣେ ଅନ୍ୟ ଜଣଙ୍କଠାରୁ କିଛି ସାହାଯ୍ୟ ସହଯୋଗ କାମନା କରେ, ସେତେବେଳେ ତା’ ପ୍ରତି ଯଥାସମ୍ଭବ ଅନୁଗ୍ରହ ପ୍ରଦର୍ଶନ କରିବା ହେଉଛି ମଣିଷ ପଣିଆ। ବ୍ୟକ୍ତିଗତ ଜୀବନରେ କାହା ପ୍ରତି ଏମିତି ଦୟା ଓ ଅନୁଗ୍ରହ ଭାବ ପ୍ରଦର୍ଶନ କରାଯିବା ଭଲ କଥା ନିଶ୍ଚୟ। ଅନ୍ୟପକ୍ଷେ କୌଣସି ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବିଜୁଳି ଯୋଗାଣ ଆଦି ନେଇ ରହିଥିବା ସମସ୍ୟା କୌଣସି ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଅନୁଗ୍ରହରୁ ଯଦି ସମାଧାନ ହୋଇପାରୁଛି ତେବେ ତାହା ବି ଅତି ଗୌରବର ବିଷୟ। ମାତ୍ର ଅନୁଗ୍ରହ ଯେବେ କାହାର ବ୍ୟକ୍ତିଗତ ଫାଇଦା ହାସଲକୁ ପ୍ରୋତ୍ସାହିତକରେ ତଥା ମଣିଷର ସାମଗ୍ରିକ ସ୍ବାର୍ଥର ପରିପନ୍ଥୀ ସାଜେ ତେବେ ଏଭଳି ଅନୁଚିତ ଅନୁଗ୍ରହ ପ୍ରଦର୍ଶନରୁ ସର୍ବଦା ବିରତ ରହିବା ଆବଶ୍ୟକ। ଅନୁଚିତ ଭାବେ କାହାକୁ ଅନୁଗ୍ରହ କରାଯିବା ଆଦୌ ସମୀଚୀନ ନୁହେଁ। କାରଣ ଏକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସମାଜର ସବୁ ବର୍ଗର ସ୍ବାର୍ଥ ଓ ସମସ୍ୟାକୁ ଗୁରୁତ୍ୱ ଦିଆଯିବା ନିୟମ ଥିବା ସ୍ଥଳେ କାହାର ଅନୁଚିତ ଅନୁଗ୍ରହରୁ ଜଣେ କିମ୍ବା ମୁଷ୍ଟିମେୟ ଲୋକ ଫାଇଦା ହାସଲ କରିବାର ସୁଯୋଗ ପାଇଲେ ସାମାଜିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ଅନେକ ସମୟରେ ଦେଖାଯାଏ ଶାସନରେ ଥିବା ଦଳ, ନିର୍ବାଚିତ ଜନ ପ୍ରତିନିଧି କିମ୍ବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଲାଭ ବା ଲୋଭବଶତଃ ଯେବେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ୱାରା ସଂପୃକ୍ତ ବ୍ୟକ୍ତି କିମ୍ବା ଗୋଷ୍ଠୀ ଲାଭବାନ୍‌ ହେବେ ସତ ହେଲେ ଅନ୍ୟମାନେ ଯେ ଏହାଦ୍ୱାରା ଗୁରୁତର ପ୍ରଭାବିତ ହେବେ ଏଥିରେ ସନ୍ଦେହ ନାହିଁ। ତା’ଛଡ଼ା ଏହାକୁ ନେଇ ଅଶାନ୍ତି ଓ ଅସନ୍ତୋଷ ବୃଦ୍ଧିପାଇବ ଏବଂ ସାମାଜିକ ଭେଦଭାବ ବି ସୃଷ୍ଟି ହେବ।
କାହା ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିବା ପୂର୍ବରୁ ଏହାର ପ୍ରାସଙ୍ଗିକତାକୁ ବିଚାର କରାଯିବା ଆବଶ୍ୟକ। ନୀତିନିୟମ ଆଧାରରେ ତଥା ଯଥାର୍ଥ ଓ ନ୍ୟାୟସଙ୍ଗତ ଭାବେ ସର୍ବୋପରି ସମାଜର ହିତକୁ ଆଖି ଆଗରେ ରଖି ବ୍ୟକ୍ତି ବା ଗୋଷ୍ଠୀ ପ୍ରତି ଅନୁଗ୍ରହ ପ୍ରଦର୍ଶନ କରାଯିବାରେ ଅସୁବିଧା ନାହିଁ। ଦେଶ ସ୍ବାଧୀନତା ପାଇବା ଦିନଠାରୁ ପୁଣି ଆଜି ଯାଏ ମୁଷ୍ଟିମେୟ ଲୋକଙ୍କ ସ୍ବାର୍ଥ ଓ ସୁଖସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରାଯିବାର କୁପରିଣାମ ସମଗ୍ର ଦେଶବାସୀଙ୍କୁ ହିଁ ଭୋଗିବାକୁ ହେଉଛିି। ଅନେକ ସମୟରେ ଦେଖାଯାଏ ସରକାର ଗରିବଙ୍କ ହିତ ଲାଗି ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ସମାଜର ଥିଲାବାଲା ଶ୍ରେଣୀର ଲୋକେ ସେଥିରୁ ଫାଇଦା ଉଠାଇବାରେ ସକ୍ଷମ ହେଉଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଜନ ପ୍ରତିନିଧିମାନେ ଏଭଳି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ଚାପରେ ପଡ଼ି ପ୍ରଶାସନିକ ଅଧିକାରୀମାନେ ବି ଏହାକୁ ନୀରବ ସମର୍ଥନ ଯୋଗାଇ ଚାଲିଛନ୍ତିି। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀଟିଏ ଯୋଜନାରେ ସାମିଲହେବାରୁ ବଞ୍ଚିତ ହେଉଛି। ଏହା କ’ଣ ତାକୁ ନିରାଶ ଓ ନିରୁତ୍ସାହିତ କରୁନାହିଁ କି ? ଆଜିର ଭୋଟ ସର୍ବସ୍ବ ଓ ସୁବିଧାବାଦୀ ରାଜନୀତି କ୍ଷେତ୍ରରେ ଏଭଳି ଅନୁଚିତ ଅନୁଗ୍ରହର ମାତ୍ରା ଢେ ଅଧିକ। କୌଣସି ରାଜନୈତିକ ଦଳ ଯେବେ କ୍ଷମତାକୁ ଆସୁଛି ତେବେ ସେ ଦଳର ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭକରି ଦଳୀୟ ପଦପଦବୀରେ ଥିବା ନେତାମାନେ ବିଭିନ୍ନ ସମୟରେ ସେମାନଙ୍କ ଦଳର କର୍ମୀ, ସମର୍ଥକଙ୍କଠାରୁ ଆରମ୍ଭକରି ପୁଣି ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବମାନଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରୁଛନ୍ତି। ଫଳରେ ସମାଜରେ ଦୁର୍ନୀତି ଭ୍ରଷ୍ଟାଚାର ବଢୁଛି। ସମାଜରେ ଅରାଜକତା ଓ ବିଶୃଙ୍ଖଳା ଦେଖାଦେଉଛି। ଦଳର ଉପରିସ୍ଥଙ୍କ ଅଦୃଶ୍ୟ ଆଶୀର୍ବାଦ ଓ ସହଯୋଗର ହାତ ସେମାନଙ୍କ ମୁଣ୍ଡ ଉପରେ ରହୁଥିବାରୁ ସେମାନେ କଳାକୁ ଧଳା କରିବାରେ ସକ୍ଷମ ହେଉଛନ୍ତି। ବିଭିନ୍ନ ପଦପଦବୀରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି ସେହି ପଥର ପଥିକ ସାଜୁଛନ୍ତି। ନିର୍ବାଚନ ବେଳେ ଦଳକୁ ସହଯୋଗ କରିଥିବା ଠିକାଦାର, ବ୍ୟବସାୟୀ, ଶିଳ୍ପପତି ତଥା ପୁଞ୍ଜିପତିଙ୍କ ପ୍ରତି ମଧ୍ୟ ଜନ ପ୍ରତିନିଧି, ମନ୍ତ୍ରୀ ଓ ନେତାଙ୍କ ଅନୁଚିତ ଅନୁଗ୍ରହ ରହିଥାଏ। ଯେଉଁଥିପାଇଁ ଅନେକ ସମୟରେ ସେମାନଙ୍କୁ ସୁହାଇଲା ଭଳି ନୀତିନିୟମ ସରକାର ପ୍ରଣୟନ କରିଥାନ୍ତି। ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ ଅଧସ୍ତନ କର୍ମଚାରୀଙ୍କ ପ୍ରତି ଉପରିସ୍ଥ ଅଧିକାରୀଙ୍କ ଅନୁଚିତ ଅନୁଗ୍ରହ ରହିଥିବା ମଧ୍ୟ ଦେଖାଯାଏ। ଏହି ଅଧସ୍ତନଙ୍କ ଦ୍ୱାରା ସେମାନେ ନାନା ଭାବେ ଉପକୃତ ହେଉଥିବା କାରଣରୁ ସେମାନେ ସେମାନଙ୍କର ରକ୍ଷାକବଚ ସାଜିଥାନ୍ତି। ସେହିପରି ଚୋରି, ଡକାୟତି, ହତ୍ୟା , ଦୁର୍ଷ୍କମଠାରୁ ପୁଣି ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାବାଡ କରିବା ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ ଅଧିକାରୀଙ୍କ ଅନୁଚିତ ଅନୁଗ୍ରହ ଯୋଗୁ ସମାଜରେ ବିଭିନ୍ନ ଅପରାଧର ମାତ୍ରା ବଢ଼ିବାରେ ଲାଗିଛି।

  • ଯଦୁମଣି ପାଣିଗ୍ରାହୀ
    ଶଙ୍ଖିଡ଼ା, ତିହଡ଼ି, ଭଦ୍ରକ
    ମୋ:୯୯୩୭୫୬୫୫୨୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri