ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଏଡ୍‌ ମହାସଂଘ ପକ୍ଷରୁ ଜିଲାସ୍ତରୀୟ ବୈଠକ

ରସୁଲପୁର,୮।୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଇଡି ସଂଘ ପକ୍ଷରୁ ଏକ ବୈଠକ ଜିଲା ସଂଘର ସଭାପତି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହାସଂଘର ଆହ୍ବାନକ୍ରମେ ଆୟୋଜିତ ଏହି ବୈଠକରେ ସଂଘ ପକ୍ଷରୁ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା ା ଉକ୍ତ ବୈଠକରେ ରାଜ୍ୟ ସଭାପତି ଗୋପବନ୍ଧୁ ମୁଦୁଲି, ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଘର ମୁଖ୍ୟ ଉପଦେଷ୍ଟା ଗଗନ ବିହାରୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି/ବିଇଡି ମାନଙ୍କ ସମସ୍ୟାକୁ ରାଜ୍ୟ ସରକାର ସହହୃଦୟତାର ସହ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ଜୁଲାଇ ୨୪ରେ ସଂଘର ଦୀର୍ଘଦିନର ଦାବିକୁ ବିଚାରକୁ ନେଇ ଆଲୋଚନାକୁ ନିଆଯାଇଛି ବୋଲି ଅତିଥିମାନେ ସୂଚନା ଦେଇଥିଲେ ା ଏହି ଖବରକୁ ନେଇ ଦୀର୍ଘଦିନ ହେବ ଚାକିରୀରୁ ବଞ୍ଚତ୍ତ ହୋଇଥିବା ବେକାରୀ ତାଲିମପ୍ରାପ୍ତ ଯୁବତୀଯୁବକମାନଙ୍କ ମନରେ ଖୁସି ପ୍ରକାଶ ପାଇଛି ା ହେବା ସହ ସଂଘ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ା ଚଳିତ ମାସ ୧୧ତାରିଖ ସୁଧା ୧୯୯୦-୯୧ ଠାରୁ ୨୦୦୦-୦୧ ବର୍ଷ ମଧ୍ୟରେ ଚାକିରୀରୁ ବଂଚିତ ହୋଇଥିବା ସିଡି/ବିଇଡି ବ୍ୟକ୍ତିମାନଙ୍କର ବ୍ଲକୱାରି ତାଲିକା ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ରହିଛି ା ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ବ୍ଲକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ା ଏହି କ୍ରମରେ ଚଳିତମାସ ୯ତାରିଖ ସୁଧା ବ୍ଲକ ସଂଘ ପକ୍ଷରୁ ରାଜ୍ୟ ସଂଘ ନିକଟରେ ଦାଖଲ କରିବାକୁ ବୈଠକରେ ଆଲୋଚନା ଜରିଆରେ ସ୍ଥିର କରାଯାଇଛି ା ଏଠାରେ ଆୟୋଜିତ ବୈଠକରେ ଜିଲା ସମ୍ପାଦକ ବଳରାମ ନାୟକ, ମଦନ ଦେବତା, ବ୍ରଜକିଶୋର ଶତପଥୀ, ଅଭିରାମ ଚନ୍ଦ୍ର ମିଶ୍ର, ଚନ୍ଦ୍ରମଣି ସାହୁ, ଚନ୍ଦ୍ରମଣି ସାହୁ, ବସନ୍ତ କୁମାର ବଳ, ହରିନାରାୟଣ ଦାସ, ନିଗମାନନ୍ଦ ନାୟକ, ପ୍ରଭାକର ଭଞ୍ଜ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା ସୋମନାଥ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ା ବୈଠକରେ ଉପସ୍ଥିତି କାର୍ଯ୍ୟକର୍ତ୍ତାମାନେ ଦୀର୍ଘବର୍ଷ ହେବା ତାଲିମ ପାଇଁ ଚାକିରୀରୁ ବଂଚିତ ହୋଇ ନାନା ସମସ୍ୟାର ସମ୍ମୁଖିନ ହୋଇଆସୁଥିବା ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri