ରାଗିଂ ରୋକିବାକୁ ଅଣ୍ଡରଟେକିଂ

ଭୁବନେଶ୍ୱର,୩ା୮(ବ୍ୟୁରୋ): ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଏଣିକି ୟୁଜିସି ନିୟମାନୁସାରେ ପଦକ୍ଷେପ ନିଆଯିବ ।

ଏଥିରେ ଉଲ୍ଲେଖ ରହିଛି, ଅନ୍‌ଲାଇନ୍‌/ଅଫ୍‌ଲାଇନରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଅଣ୍ଡରଟେକିଂ ଲେଖିବା ବାଧ୍ୟତାମୂଳକ। ଲିଫ୍‌ଲେଟ୍‌ କିମ୍ବା କଲେଜ କାନ୍ଥରେ ହେଲ୍ପଲାଇନ ନଂ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ସହ ପିଲାମାନଙ୍କୁ ସତର୍କ କରାଇବାକୁ କୁହାଯାଇଛି। ଆଣ୍ଟି ରାଗିଂ ସ୍କ୍ବାଡ ହଷ୍ଟେଲ ଓ କ୍ଲାସ ରୁମ୍‌ ବୁଲି ସ୍ଥିତି ସମୀକ୍ଷା କରିବେ। ରାଗିଂ ପ୍ରମାଣିତ ହେଲେ କିମ୍ବା ଉସକାଇ ଥିଲେ ଥାନାରେ ତୁରନ୍ତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଏଫ୍‌ଆଇଆରକୁ ଅପେକ୍ଷା ନ କରି କଲେଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି।