ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ନିଜ ହେପାଜତରେ ରଖିଛି। ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀରେ ଥିବା ବ୍ୟକ୍ତିଙ୍କୁ ଯେଉଁଭଳି ଭାବେ ଗିରଫ କରାଗଲା, ତାହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କଲାଭଳି ଲକ୍ଷ୍ୟ କରାଯାଉଛି। ଭାଜପା ତରଫରୁ କୁହାଯାଉଛି, କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ପକ୍ଷରୁ ଦିଆଯାଇଥିବା ୯ଟି ସମନ୍‌କୁ କେଜ୍‌ରିଓ୍ବାଲ ପ୍ରତ୍ୟାଖ୍ୟାନ କରିଥିବାରୁ ତାଙ୍କ ଗିରଫ ଯଥାର୍ଥ। ଅନ୍ୟପକ୍ଷରେ ଦିଲ୍ଲୀ ମଦ ଦୁର୍ନୀତି ନେଇ କେଜ୍‌ରିଓ୍ବାଲଙ୍କ ସମ୍ପୃକ୍ତି ବିଷୟ ଇଡି ବାରମ୍ବାର କହିଆସୁଥିବା ବେଳେ ଏବେ କାହିଁକି ତାଙ୍କୁ ଗିରଫ କଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାର ୨୦୨୧ରେ ନୂଆ ମଦ ନୀତି ପ୍ରଚଳନ କରିଥିଲେ। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜୁଲାଇ ୨୦୨୨ରେ ଏହି ମଦ ନୀତି ପ୍ରତ୍ୟାହାର କରିନିଆଯାଇଥିଲା। ୨୦୨୩ ଫେବୃଆରୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଡିଆ ଓ ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୦୨୩ରେ ଗିରଫ କରାଯାଇ ଜେଲରେ ରଖାଯାଇଛି। ପୁଣି ପ୍ରଶ୍ନ ଉଠିବା ସ୍ବାଭାବିକ, ଯଦି କେଜ୍‌ରିଓ୍ବାଲଙ୍କ ଉକ୍ତ ମଦ ଦୁର୍ନୀତି ସହ ସମ୍ପର୍କ ଅଛି ବୋଲି ଇଡି ଜାଣିିଥିଲା, ତାହା ହେଲେ ତାଙ୍କୁ ଗିରଫ କରିବାରେ ଏତେ ବିଳମ୍ବ କାହିଁକି କରାଗଲା। ବିରୋଧୀ ଅଭିଯୋଗ କରୁଛନ୍ତି, ଲୋକ ସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ମୋଦି ସରକାର ତାଙ୍କୁ ଜେଲରେ ଭର୍ତ୍ତି କରିବା ପାଇଁ ସମୟ ଗଡ଼ାଇ ଚାଲିଥିଲେ। ଫଳରେ ଆପ୍‌ ପାଇଁ ପ୍ରଚାର କରିବା ଏକପ୍ରକାର ବନ୍ଦ କରିଦିଆଗଲା। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ହେମନ୍ତ ସୋରେନ୍‌ଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି ଇଡି ତାଙ୍କୁ ସାଢ଼େ ୭ ଘଣ୍ଟା ଜେରା କରିଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଓ ଇଡିର ଅତିରିକ୍ତ ନିର୍ଦ୍ଦେଶକ କପିଲ ରାଜ ତାଙ୍କୁ ଗିରଫ କରିଥିଲେ। ସେହି କପିଲ ରାଜ ପୁନର୍ବାର କେଜରିଓ୍ବାଲଙ୍କୁ ଗିରଫ କରିଛନ୍ତି, କିନ୍ତୁ ତଫାତ୍‌ ଏତିକି ଯେ କେଜରିଓ୍ବାଲ ତାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି।
ଭାରତବର୍ଷର ରାଜନୈତିକ ଇତିହାସ ଦେଖିଲେ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ମଧ୍ୟ କ୍ଷମତାରେ ଥିବା ବେଳେ ସରକାରୀକଳ ବିଶେଷକରି ଯାଞ୍ଚ ଓ ପୋଲିସ ସଂସ୍ଥାକୁ ଦୁରୁପଯୋଗ କରି ବିରୋଧୀଙ୍କୁ ହଇରାଣ କରିଆସିଛନ୍ତି। କିନ୍ତୁ ସେହି ସ୍ଥିତିରେ ପରିବର୍ତ୍ତନ ଆଣିବା ନେଇ ଦାବିକରିବା ସହ ଦୁର୍ନୀତିକୁ ରୋକିବ ବୋଲି ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଲା। ଦେଶବାସୀ ଭାବିଥିଲେ ଯେ ରବର୍ଟ ଭଦ୍ରାଙ୍କ ଜମି ଦୁର୍ନୀତିଠାରୁ ଆରମ୍ଭ କରି କଂଗ୍ରେସ ସମୟର ସ୍କାମ୍‌ ଯଥା ୨ଜି, ଅଗୁସ୍ତା ଓ୍ବେଷ୍ଟଲାଣ୍ଡ, ସିଡବ୍ଲ୍ୟୁଜି ଆଦିର ତୁରନ୍ତ ଦୃଷ୍ଟାନ୍ତମୂଳକ ନ୍ୟାୟ ପ୍ରଦାନ କରାଯିବ। କିନ୍ତୁ ଏବେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ସବୁଠାରୁ କୁପ୍ରସିଦ୍ଧ ୨ଜି ସ୍କାମ୍‌ରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ କୌଣସି ପ୍ରମାଣ ଦେଇପାରି ନ ଥିବା ହେତୁ ଏ. ରାଜା ଭଳି ଲୋକ ଆଜି ସ୍ବାଧୀନ ଭାବେ ବୁଲିପାରୁଥିବା ବେଳେ ଅଦାଲତରେ ସେହି ମାମଲାକୁ ଖାରଜ କରିଦିଆଗଲାଣି। ରବର୍ଟ ଭଦ୍ରାଙ୍କ ବ୍ୟବସାୟରେ କୌଣସି ଧୂଳି ଟିକେ ମଧ୍ୟ ପଡ଼ିଥିବାର ସୂଚନା କାହା ପାଖରେ ନାହିଁ। ଅନ୍ୟପଟେ ଏବେ ନୂଆ ଦୁର୍ନୀତି ସମ୍ପର୍କରେ ଶୁଣିବାକୁ ମିଳୁଛି ଯେଉଁଗୁଡ଼ିକ ୨ଜି ଭଳି ମନଗଢ଼ା ହୋଇଥିବାର ସବୁ ସମ୍ଭାବନା ରହିଛି। ହେମନ୍ତ ସୋରେନଙ୍କୁ କ୍ଷୁଦ୍ର ସାଢ଼େ ୮ ଏକର ଜମି ଦୁର୍ନୀତିରେ ଗିରଫ କଲାବେଳକୁ ଖୋଦ୍‌ କେନ୍ଦ୍ର ସରକାରଙ୍କ ନାକ ତଳେ ଥିବା ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିକୁ ନେଇ କେଜରିଓ୍ବାଲଙ୍କୁ ଗିରଫ କରିବା ଘଟଣା କେବଳ ରାଜନୈତିକ ହତାଶାଭାବର ପରିଚାୟକ।
ଏବେ ଏହିସବୁ ଗିରଫ କାହିଁକି କରାଯାଉଛି, ପ୍ରତ୍ୟେକ ସଚେତନ ଭାରତୀୟ ଭୋଟର ବୁଝିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri